ପୁଣି ୪୩ ଡେଇଁଲା ଭୁବନେଶ୍ୱର ତାପମାତ୍ରା – Ibnodisha

[ad_1]
ଭୁବନେଶ୍ୱର : ସାରା ରାଜ୍ୟକୁ କଲବଲ କରିବାରେ ଲାଗିଛି ପ୍ରଚଣ୍ଡ ଖରା। ଶନିବାର ଭଳି ରବିବାର ମଧ୍ୟ ସମଗ୍ର ରାଜ୍ୟ ଅନୁଭୂତ ହୋଇଛି ଗ୍ରୀଷ୍ମ ପ୍ରବାହ। ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଛି। ୪୩.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଗତକାଲି ଭୁବନେଶ୍ୱର ତାପମାତ୍ରା ରେକର୍ଡ ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି।
ତାପମାତ୍ରା ୪୩.୨ ଡିଗ୍ରୀ ରହିଥିଲେ ହେଁ ବାୟୁମଣ୍ଡଳରେ ପ୍ରବଳ ଆର୍ଦତା ରହିଛି। ତେଣୁ ଲୋକମାନେ ପ୍ରବଳ ଗରମ ଅନୁଭବ କରୁଛନ୍ତି। ଭୁବନେଶ୍ୱର ପଛକୁ କେନ୍ଦୁଝରରେ ପାରଦ ୪୨.୭ ଡିଗ୍ରୀ , ଚାନ୍ଦବାଲିରେ ୪୨.୨ ଡିଗ୍ରୀ, ବାଲେଶ୍ୱରରେ ୪୧.୪ ଡିଗ୍ରୀ, ରାଉରକେଲାରେ ୪୦.୬ ଡିଗ୍ରୀ, ଝାରସୁଗୁଡ଼ାରେ ୩୯.୯ ଡିଗ୍ରୀ, ସମ୍ବଲପୁରରେ ୩୯.୪ ଡିଗ୍ରୀ, ହୀରାକୁଦରେ ୩୭.୮ ଡିଗ୍ରୀ, ପୁରୀରେ ୩୪.୯ ଡିଗ୍ରୀ, ଗୋପାଳପୁରରେ ୩୪.୨ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ତାତି ଓ ଗୁଳୁଗୁଳିରୁ ଆସନ୍ତା ୧ ତାରିଖ ପର୍ୟ୍ୟନ୍ତ ନିସ୍ତାର ନାହିଁ। ସାମୁଦ୍ରିକ ବାୟୁର ପ୍ରବାହ ଯୋଗୁ ୨ରୁ ୪ ତାରିଖ ପର୍ୟ୍ୟନ୍ତ ତାପମାତ୍ରା ସାମାନ୍ୟ କମିପାରେ। ତେବେ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବନି। ଦିନ ସାଢ଼େ ୧୧ ପର୍ୟ୍ୟନ୍ତ ଗୁଳୁଗୁଳି ଅଧିକ ରହିବ। ଏହାପରେ ତାତି ବଢ଼ିବ ବୋଲି ସେ ଆକଳନ କରିଛନ୍ତି। ସେହିପରି ଏପ୍ରିଲ ଓ ମେ’ ମାସରେ ବଡ଼ ବର୍ଷା କିମ୍ବା କାଳବୈଶାଖୀର ସମ୍ଭାବନା ନାହିଁ। ତେଣୁ ତାପମାତ୍ରା ହ୍ରାସ ପାଇବାର କୌଣସି ଆଶା ନାହିଁ ବୋଲି ସେ କହିଛନ୍ତି।
[ad_2]