ରାଜ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧ ମୃତ – Ibnodisha

[ad_1]

କଟକ : କଟକ ଦୋଳମୁଣ୍ଡାଇ ଗୋଲେଇ ଛକ ନିକଟରେ ଗତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍ ଜଣେ ଲୋକଙ୍କ ଉପରେ ଚଢ଼ିଗଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।  ମୃତକ ହେଲେ ଭଗତପୁର ଅଞ୍ଚଳର ପ୍ରମୋଦ ମୁଦୁଲି। ସେ ଟେଲର କାମ କରୁଥିଲେ ବୋଲି ସୂଚନା ମିଳିଛି । ଗତ ରାତିରେ ପ୍ରଶାନ୍ତ ଘରକୁ ଫେରୁଥିବା ବେଳେ ପଛ ପଟୁ ଆସୁଥିବା ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା।

ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଗୁରୁତର ପ୍ରମୋଦଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଦାମବାଡ଼ି ଗୋଲେଇ ଛକରୁ ଏକ ଟ୍ରକ ଔଷଧ ବୋଝେଇ କରି ରାଣୀହାଟ ଆଡକୁ ଅନଲୋଡିଂ ପାଇଁ ଯାଉଥିଲା । ଏହି ସମୟରେ ଟ୍ରକଟି ପ୍ରଶାନ୍ତ ମୁଦୁଲିଙ୍କୁ ପଛପଟୁ ଧକ୍କା ଦେଇଥିଲା । ମୃତକଙ୍କ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ସଦର ତହସିଲଦାର ଓ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button