ରାଜ୍ୟ

ଭୁବନେଶ୍ୱର ବିମାନବନ୍ଦରରୁ ୭୫ଲକ୍ଷ ଟଙ୍କା ଜବତ – Ibnodisha

[ad_1]

ଭୁବନେଶ୍ୱର : ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ଜବତ କରାଯାଉଛି। ଗୋଟିଏ ଦିନରେ ରାଜଧାନୀରୁ ୭୫ଲକ୍ଷ ଟଙ୍କା ଜବତ କରିଛି ପୁଲିସ। ଭୁବନେଶ୍ୱର ବିମାନ ବନ୍ଦରରୁ ଦୁଇଜଣ ବ୍ୟକ୍ତିଙ୍କ ଲଗେଜରୁ ଏହି ଟଙ୍କା ଜବତ କରାଯାଇଛି।

ଜଣେ ବ୍ୟକ୍ତି ଦିଲ୍ଲୀରୁ ଆସୁଥିବା ବେଳେ ଆଉ ଜଣେ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିଲେ। ବିମାନ ବନ୍ଦରରେ ଲଗେଜେ ସ୍କାନିଂ ବେଳେ ବ୍ୟାଗରେ ଟଙ୍କା ଥିବା ଜଣାପଡିଥିଲ॥ ପୁଲିସ ଦୁଇଟି ଲଗେଜରୁ ୭୫ଲକ୍ଷ ଟଙ୍କା ନଗଦ ଜବତ କରିଛି। କେଉଁଠୁ ଓ କ’ଣ ପାଇଁ ଏତେ ଟଙ୍କା ଆସିଥିଲା ତାର ତଦନ୍ତ କରୁଛି ଆୟକର ବିଭାଗ। ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରିଛି। ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏହି ଟଙ୍କା ବୋଲି ସୂଚନା ମିଳିଛି । ଜବତ ହୋଇଥିବା ଟଙ୍କାକୁ ସିଜ କରି ଅଧିକ ତଦନ୍ତ କରୁଛି ଆୟକର ବିଭାଗ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button