ରାଜ୍ୟ

ନିୟନ୍ତ୍ରଣକୁ ଆସିବ ‘ମୋ ବସ୍‌’ର ବେଗ, ଲାଗିବ ସ୍ପିଡ୍‌ ଗଭର୍ଣ୍ଣର

ଭୁବନେଶ୍ୱର (ଆମ ଟିଭି): ସହର ଭିତରେ ଚାଲୁଥିବା ‘ମୋ ବସ୍‌’ର ବେଗ ନିୟନ୍ତ୍ରଣପାଇଁ ନିଷ୍ପତ୍ତି ନିଆଯାଇଛି। ଏ ମ୍ପର୍କରେ ନଗର ଉନ୍ନୟନ ଓ ପରିବହନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ସହର ଭିତରେ ଚାଲୁଥିବା ମୋ ବସ୍‌ ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ଚଳାଚଳ କରିବ।

ସହର ବାହାରକୁ ଯାଉଥିବା ବସ୍‌ର ସର୍ବାଧିକ ବେଗ ୫୦ କିଲୋମିଟର ରହିବ।

ଦୁର୍ଘଟଣାକୁ ଏଡ଼ାଇବା ଲାଗି ବସ୍‌ଗୁଡ଼ିକର ବେଗ ନିୟନ୍ତ୍ରଣ ପାଇଁ ସ୍ପିଡ୍‌ ଗଭର୍ଣ୍ଣର ଲଗାଯିବ। ଚାଳକ ୪୦ କିଲୋମିଟରରୁ ଅଧିକ ବେଗରେ ବସ୍‌ ଚଳାଇଲେ ସାଇରନ୍‌ ବାଜିବ ଏବଂ ଅପରେଟର୍‌ଙ୍କ ନିକଟକୁ ସୂଚନା ଯିବ ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button