ଡିଜିଟାଲ ଡିଟକ୍ସ ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ , କେମିତି ଏଥିରୁ ନିବୃତ ରହିବେ
ଡିଜିଟାଲ ଦୁନିଆରେ ବ୍ରେକ ନେବା କାହିଁକି ଜରୁରୀ ଥରେ ଚିନ୍ତା କରିଛନ୍ତି କି ? ଡିଜିଟାଲ ଡିଟକ୍ସ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଆବଶ୍ୟକ ତାହା ନିହାତି ଜାଣି ରଖିବା ଆବଶ୍ୟକ l ଆମ ଜୀବନର ଗୋଟିଏ ବଡ଼ ଅଂଶ ଡିଜିଟାଲ ଦୁନିଆ ଉପରେ ନିର୍ଭରଶୀଳ l ଯାହାକୁ ଆମେ ଚାହିଁଲେ ମଧ୍ୟ ଏଡାଇ ପାରୁ ନାହିଁ l
ଦୀର୍ଘ ସମୟ ପର୍ଯ୍ୟନ୍ତ ଡିଜିଟାଲ ଦୁନିଆରେ ରହିବା ଦ୍ୱାରା ମଣିଷ ର ମାନସିକ ଦୁଶ୍ଚିନ୍ତା ଓ ଶାରୀରିକ ସମସ୍ୟା ବଢି ଯାଇଥାଏ ବୋଲି ଅନେକ ଥର ଅଧ୍ୟୟନ ରେ ଗବେଷକ ମାନେ ମତ ଦେଇଛନ୍ତି l ଯେପରିକି ଗବେଷକ ଙ୍କ ମତରେ ଆବଶ୍ୟକତା ଠାରୁ ଅଧିକ ଡିଜିଟାଲ ଦୁନିଆରେ ରହିବା ହେଉଛି ଉଚ୍ଚ ରକ୍ତଚାପ ବୃଦ୍ଧି, ହାର୍ଟ ପ୍ରୋବ୍ଲେମ , ମାନସିକ ବିକୃତି , ଜଏଣ୍ଟ ପେନ , ମେଦ ବହୁଳତା, ମଧୁମେହ ଭଳି ସମସ୍ୟା ଦେଖା ଦେଇଥାଏ l ଯାହାକି ଛୋଟ ପିଲାଙ୍କୁ ମଧ୍ୟ ପ୍ରଭାବିତ କରୁଛି l
ସେଥିପାଇଁ ଡିଜିଟାଲ ଡିଟକ୍ସ ନିହାତି ଜରୁରୀ ଅଟେ, ତେଣୁ ଏଥିରୁ କିଛି ସମୟ ପାଇଁ ବ୍ରେକ ନେବା ନିହାତି ଜରୁରୀ ଅଟେ l ତେଣୁ ଡିଜିଟାଲ ଡିଟକ୍ସ ଟିପ୍ସ ନିହାତି ଜରୁରୀ ଅଟେ l
– ନିୟମିତ କିଛି ସମୟ ପାଇଁ ଯୋଗାଭ୍ୟାସ ଏବଂ ମେଡ଼ିଟେସନ ନିହାତି କରିବା ଜରୁରୀ l
– ନିୟମିତ କିଛି ସମୟ ପାଇଁ ସ୍କ୍ରିନ ଟାଇମ ସେଟ କରିବା ଜରୁରୀ, ନିର୍ଦ୍ଧିଷ୍ଟ ସମୟ ବ୍ୟତୀତ ଅଧିକ ସମୟ ସ୍କ୍ରିନ ଟାଇମ ରଖିବା ଉଚିତ ନୁହେଁ l
– କିଛି ସ୍ଥାନ ଏଭଳି ରଖନ୍ତୁ ଯେଉଁଠି ଆପଣ ଆଵୌ ଫୋନ ର ବ୍ୟବହାର କରିବା ନାହିଁ , ଯେପରିକି ଖାଇବା ସମୟ ରେ କିମ୍ବା ବେଡ଼ ଉପରେ ଇତ୍ୟାଦି l
– ପ୍ରତ୍ୟେକ ଦିନ କିଛି ସମୟ ପ୍ରାତଃ ଭ୍ରମଣ ହେଉ କି ସନ୍ଧ୍ୟା ଭ୍ରମଣ ହେଉ ବାହାରକୁ ଯାଆନ୍ତୁ , ମନକୁ ଫୁର୍ତି ଲାଗିବା ସହିତ ମାନସିକ ଚିନ୍ତା ମଧ୍ୟ ହ୍ରାସ ହୋଇଥାଏ l
– ସାଙ୍ଗ ମାନଙ୍କ ସହିତ ଅନଲାଇନ ପରିବର୍ତେ ଘରକୁ ଯାଇ ସାକ୍ଷାତ କରି ସମ୍ପର୍କ ରଖନ୍ତୁ l ଏହା ମନକୁ ଶାନ୍ତି ଦେବ ଓ ମାନସିକ ଚାପ ଦୂର କରିବ