ରାଜ୍ୟ

୮ ସଂସଦୀୟ ଷ୍ଟାଣ୍ଡିଂ କମିଟି ପୁର୍ନଗଠିତ, ଗୃହ ବିଭାଗ କମିଟିରେ ପି ଚିଦାମ୍ବରମ ସାମିଲ – Ibnodisha

[ad_1]

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ୮ଟି ସଂସଦୀୟ ଷ୍ଟାଣ୍ଡିଂ କମିଟିର ପୁର୍ନଗଠନ କରିଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ପରାମର୍ଶ କରି ଷ୍ଟାଣ୍ଡିଂ କମିଟି ପୁର୍ନଗଠନ ସହ କଂଗ୍ରେସର ବରିଷ୍ଠ ରାଜ୍ୟସଭା ସାଂସଦ ପି ଚିଦାମ୍ବରମଙ୍କୁ ୩୧ ଜଣିଆ ଗୃହ ବିଭାଗ କମିଟିରେ ନିଯୁକ୍ତ କରିଛନ୍ତି । ଏନେଇ ଆଜି ସଂସଦ ଉଚ୍ଚ ସଦନ ପକ୍ଷରୁ ସୂଚନା ଦିଆଯାଇଛି । କଂଗ୍ରେସର ପି. ଭଟ୍ଟାଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଚିଦାମ୍ବରମଙ୍କୁ ଏଥିରେ ସାମିଲ କରାଯାଇଛି । ବର୍ତ୍ତମାନ ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ବ୍ରିଟିଶ ଅମଳର ଭାରତୀୟ ଦଣ୍ଡ ସଂହିତା ଆଇନ ୧୮୬୦, ଭାରତୀୟ ସାକ୍ଷ୍ୟବିଧି ଆଇନ, ୧୮୭୨ ଏବଂ ଭାରତୀୟ ନ୍ୟାୟ ସଂହିତା ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଲାଗୁ କରିବା ପାଇଁ ତିନୋଟି ପ୍ରସ୍ତାବିତ ବିଲ୍ ଉପରେ ଆଲୋଚନା କରୁଥିବା ବେଳେ ଏଥିରେ ଚିଦାମ୍ବରଙ୍କୁ ସ୍ଥାନ ମିଳିଛି । ଅଗଷ୍ଟ ୧୧ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଏହି ଆଇନ ବ୍ୟବସ୍ଥା ହଟାଇବା ପାଇଁ ସଂସଦରେ ୩ଟି ବିଲ୍ ଆଗତ କରିଥିଲେ ।

ତେବେ କଂଗ୍ରେସର ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ପୂର୍ବରୁ ବିଜେପି ସାଂସଦ ବ୍ରିଜ ଲାଲଙ୍କ ନେତୃତ୍ବାଧୀନ ଗୃହ ବିଭାଗ ସଂସଦୀୟ କମିଟିର ସଦସ୍ୟ ଅଛନ୍ତି । ଏହାବ୍ୟତୀତ ରାଜ୍ୟସଭା ଅଧ୍ୟକ୍ଷ ଧନଖଡ଼ କଂଗ୍ରେସ ସାଂସଦ ଜୟରାମ ରମେଶଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । କହିରଖୁଛୁ କି, ମୋଟ ୨୪ଟି ସଂସଦୀୟ ଷ୍ଟାଣ୍ଡିଂ କମିଟି ରହିଛି । ପ୍ରତି କମିଟିରେ ୩୧ ସଦସ୍ୟ ଅଛନ୍ତି । ସେଥିମଧ୍ୟରୁ ଲୋକସଭାର ୨୧ ଜଣ ଓ ରାଜ୍ୟସଭାରେ ୧୦ ଜଣ ସଦସ୍ୟ ରହିଛନ୍ତି । ଆଇଟି, ପ୍ରତିରକ୍ଷା, ଗୃହ, ବୈଦେଶିକ ବିଭାଗ, ଅର୍ଥ ଓ ସ୍ବାସ୍ଥ୍ୟ ଇତ୍ୟାଦି ପ୍ରମୁଖ ୬ଟି ସଂସଦୀୟ କମିଟିର ଅଧ୍ୟକ୍ଷ ବିଜେପି ଓ ଏହାର ସହଯୋଗୀ ଅଟନ୍ତି । ରାଜ୍ୟସଭା ପକ୍ଷରୁ ଅଗଷ୍ଟ ୨୮ରେ ଜାରି ନୋଟିଫିକେସନରେ କୁହାଯାଇଛି, ରାଜ୍ୟସଭା ଅଧ୍ୟକ୍ଷ ୮ଟି ସଂସଦୀୟ ଷ୍ଟାଣ୍ଡିଂ କମିଟି ପୁର୍ନଗଠନ ପାଇଁ ଲୋକସଭା ବାଚସ୍ପତିଙ୍କ ସହ ବିଚାର ବିମର୍ଶ କରୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button