ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା – Ibnodisha

[ad_1]
ନୂଆଦିଲ୍ଲୀ: ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ବଡ ଝଟକା । ଏସିଆ କପ୍ ୨୦୨୩ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେନି କେଏଲ ରାହୁଲ । ପାକିସ୍ତାନ ଏବଂ ନେପାଳ ବିପକ୍ଷ ମ୍ୟାଚ୍ ଖେଳିନ ପାରନ୍ତି କେଏଲ ରାହୁଲ । ଟିମର ହେଡ କୋଚ ରାହୁଲ ଡ୍ରାବିଡ ଏ ନେଇ ସୂଚନା ଦେଇଛନ୍ତି । ବେଙ୍ଗାଲୁରୁ ଅଲୁରରେ ଚାଲିଥିବା ଏସିଆ କପ୍ ଟ୍ରେନିଂ କ୍ୟାମ୍ପ ସମୟରେ ରାହୁଲ ଦ୍ରାବିଡ କହିଛନ୍ତି, ଟୁର୍ଣ୍ଣାମେଣ୍ଟର ୨ଟି ମ୍ୟାଚ୍ ଖେଳିବେ ନାହିଁ କେଏଲ ରାହୁଲ । ପାକିସ୍ତାନ ଏବଂ ନେପାଳ ବିପକ୍ଷରେ ହେବାକୁ ଥିବା ୨ ସେପ୍ଟେମ୍ବର ଓ ୪ ସେପ୍ଟେମ୍ବର ମ୍ୟାଚ୍ ଖେଳିବେ ନାହିଁ କେଏଲ ରାହୁଲ ।
କେଏଲ ରାହୁଲଙ୍କ ଆଘାତଜନିତ ସମସ୍ୟା ଏପର୍ଯ୍ୟନ୍ତ ଠିକ୍ ହୋଇନାହିଁ । ଏସିଆ କପ ଟ୍ରେନିଂ କ୍ୟାମ୍ପରେ ସାମିଲ ରହିଥିବା ବେଳେ ଲଗାତାର ପ୍ରାକ୍ଟିସ ମଧ୍ୟ କରୁଛନ୍ତି । କିନ୍ତୁ ଖେଳ ବେଳେ ତାଙ୍କ ପ୍ରଦର୍ଶନ ଭଲ ଦେଖାଯାଉନାହିଁ । ଓ୍ଵିକେଟ କିପିଂ ଡ୍ରିଲ କରିବା ହେଉ କିମ୍ବା ବ୍ୟାଟିଂ ପ୍ରଦର୍ଶନରେ ଅଭାବ ଦେଖିବାକୁ ମିଳୁଛି । କେଏଲ ରାହୁଲ ଟିମରୁ ବାଦ୍ ପଡିଲେ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ଓ୍ଵିକେଟ କିପିଂ କରିବାକୁ ପଡିପାରେ । ଈଶାନ ମଧ୍ୟକ୍ରମରେ ବ୍ୟାଟିଂ କରିପାରନ୍ତି ନଚେତ ସଞ୍ଜୁ ସାମସନଙ୍କୁ ମଉକା ମିଳିପାରେ ।
ଆସନ୍ତାକାଲିରୁ ଏସିଆ କପ୍ ୨୦୨୩ ଆରମ୍ଭ ହେଉଛି । ଏସିଆ କପର ୪ଟି ମ୍ୟାଚ୍ ପାକିସ୍ତାନ ଏବଂ ୯ଟି ଶ୍ରୀଲଙ୍କାରେ ଖେଳାଯିବ । ଟିମ୍ ଇଣ୍ଡିଆ ସେପ୍ଟେମ୍ବର ୨ ତାରିଖରୁ ମ୍ୟାଚ ଖେଳିବ । ପ୍ରଥମେ ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ହେବ । ଭାରତୀୟ ଟିମ ଖୁବଶୀଘ୍ର ଏଥିପାଇଁ ଶ୍ରୀଲଙ୍କା ଗସ୍ତ କରିବ । ଚଳିତବର୍ଷ ଏସିଆ କପ୍ ଦିନିକିଆ ଫର୍ମାଟରେ ଖେଳାଯିବ । ୩୦ ଅଗଷ୍ଟରେ ହେବାକୁ ଥିବା ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ନେପାଳ । ଭାରତ-ପାକିସ୍ତାନ ମଧ୍ୟରେ ମହା ମୁକାବିଲା ସେପ୍ଟେମ୍ବର ୨ ତାରିଖରେ ଖେଳାଯିବ । ଶ୍ରୀଲଙ୍କାରେ ଦୁଇ ଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ ।
ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ବିରାଟ କୋହଲି, କେଏଲ ରାହୁଲ(ଓ୍ଵିକେଟ କିପର), ଶ୍ରେୟସ ଆୟର, ରବୀନ୍ଦ୍ର ଜାଡେଜା, ଜସପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଈଶାନ କିଶନ(ଓ୍ଵିକେଟ କିପର), ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ପ୍ରସିଦ୍ଧ କ୍ରିଷ୍ଣା, ସଞ୍ଜୁ ସାମସନ
[ad_2]




