ଦେଶ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣ ମୃତ – Ibnodisha

[ad_1]

ନୂଆଦିଲ୍ଲୀ : କେରଳର କନ୍ନୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଲି ଯାଇଛି। ଏକ କାର୍ ଓ ଲରି ମଧ୍ୟରେ ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରିଥିଲା।
ସୂଚନା ଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା କନ୍ନାପୁରମ ଅଞ୍ଚଳରେ ଘଟିଛି। ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ସାମିଲ ରହିଛି। କାରରେ ପାଞ୍ଚଜଣ ସଦସ୍ୟ ଥାଲାସେରୀରୁ କାସାରାଗୋଡ ଅଭିମୁଖେ ଯାଉଥିଲେ। ଅନ୍ୟ ପଟେ ମାଙ୍ଗାଲୁରୁରୁ ଗ୍ୟାସ ସିଲିଣ୍ଡର ନେଇ ଏକ ଲରି ଆସୁଥିଲା। ପୁଲିସ କହିଛି ଯେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ନଅ ବର୍ଷର ଶିଶୁକୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ଲରି ଚାଳକ ମଧ୍ୟ ଆହତ ହୋଇଛନ୍ତି।ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button