ଅପରାଧ

ଅନଲାଇନ ସପିଂ କମ୍ପାନିର ଟଙ୍କା ହଡପ ଅଭିଯୋଗରେ ତିନି କର୍ମଚାରୀଙ୍କୁ ଗିରଫ କଲା ବୌଦ୍ଧ ପୋଲିସ

ବୌଦ୍ଧ – ଏକ ପ୍ରମୁଖ ଅନଲାଇନ ସପିଂ କମ୍ପାନିରେ ଚାକିରି କରି କମ୍ପାନିରୁ ୩୯ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗରେ ତିନି ଜଣ କର୍ମଚାରୀଙ୍କୁ ବୌଦ୍ଧ ପୋଲିସ ଗିରଫ କରିଛି। ବୌଦ୍ଧ ଏସପି ରାଜ୍ ପ୍ରସାଦ ଏହି ସୂଚନା ଦେଇଛନ୍ତି। ଗିରଫ ତିନି ଅଭିଯୁକ୍ତ ହେଲେ ନୟାଗଡ଼ ସହରର ସୁନୀଲ ପ୍ରିୟରଞ୍ଜନ ପାଲ, ଖୋର୍ଦ୍ଧା ବାଘମାରିର ଆଶିଷ ରଞ୍ଜନ ପ୍ରଧାନ ଓ ବାଲେଶ୍ବର ଜିଲ୍ଲା ଜଳେଶ୍ବରର ବ୍ୟୋମକେଶ ଗିରି ।

ତିନି ଅଭିଯୁକ୍ତ କମ୍ପାନିର ବିଭିନ୍ନ ଡିଷ୍ଟ୍ରିବ୍ୟୁସନ ପଏଣ୍ଟର ହବ୍ ଇନ୍ଚାର୍ଜ ଭାବରେ କାମ କରୁଥିଲେ। କ୍ୟାସ୍ ଅନ୍ ଡେଲିଭରି ଭାବରେ ଅସୁଥିବା ସାମଗ୍ରୀରୁ ସଂଗୃହିତ ହେଉଥିବା ଅର୍ଥରାଶି କମ୍ପାନିକୁ ନ ପଠାଇ ନିଜେ ହଡ଼ପ କରୁଥିଲେ। ଏଥି ସହିତ ନିଜେ କମ୍ପାନି ପାଖରୁ ଜିନିଷ ଅର୍ଡର୍ କରି ସେଗୁଡ଼ିକୁ ବିକ୍ରି କରି ଦେଉଥିଲେ। ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନାରେ ୨୮ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା। କଣ୍ଟାମାଳ ଥାନାରେ ୧ ଲକ୍ଷ ୯୪ ହଜାର ଟଙ୍କା ଠକେଇ ଓ ଅନୁଗୁଳ ଜିଲ୍ଲା ବାମୁର ଥାନାରେ ୯ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କ ଫୋନ ଟ୍ରାକିଂ କରାଯାଉଥିଲା। ଶନିବାର ଦୁଇଟି ବାଇକରେ ଠକ କର୍ମଚାରୀମାନେ ବୌଦ୍ଧ ଆସୁଥିବା ଜାଣିପାରି ଜିଲ୍ଲା ସୀମାନ୍ତରେ ପୋଲିସର ସ୍ବତନ୍ତ୍ର ଟିମ କାବୁ କରିଥିଲା। ସେମାନଙ୍କ ପାଖରୁ ଦୁଇଟି ଦାମୀ ବାଇକ, ଗୋଟିଏ ଲାପ୍ଟପ୍, ତିନିଟି ମୋବାଇଲ ଓ ସାଢ଼େ ଚାରି ଲକ୍ଷ ଟଙ୍କା ଜବତ ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button