IBN ଓଡ଼ିଶା ବ୍ୟୁରୋ

ମାତା ଦ୍ରୌପଦୀ କୁକୁର ମାନଙ୍କୁ ଅଭିଶାପ ଦେବା ପଛର କାରଣ କ’ ଣ ଥିଲା ? ଜାଣନ୍ତୁ ଏହା ପଛର ଗୂଢ ରହସ୍ୟ

ନମସ୍କାର ବନ୍ଧୁଗଣ, ଅନେକ ପୌରାଣିକ କଥା ରହିଛି ଯାହା କେବଳ ଆଜି ଆମେ କହୁଛେ କିନ୍ତୁ ତାହା ପଛର କାରଣ କଣ ରହିଛି ତାହା ସମ୍ପର୍କରେ ଆମକୁ ଜଣା ନଥାଏ । ସେହିଭଳି ଏକ କଥା ରହିଛି କି ଦ୍ରୌପଦୀ କୁକୁର ମାନଙ୍କୁ ଅଭିଶାପ ଦେଇଥିଲେ । କିନ୍ତୁ କଣ ଥିଲା ସେହି ଅଭିଶାପ ଆଉ କାହିଁକି କୁକୁର ମାନଙ୍କୁ ଦ୍ରୌପଦୀ ଅଭିଶାପ ଦେଇଥିଲେ ଏହା ସମ୍ପର୍କରେ ବିସ୍ତାର ଭାବରେ ଆମେ ଜଣାଇବା ପାଇଁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଦ୍ରୌପଦୀ କୁକୁର  ମାନଙ୍କୁ ଅଭିଶାପ ଦେବାର କଥା ମହାଭାରତ କାଳର ଅଟେ ।ଯେବେ ଅର୍ଜୁନ ବିବାହ କରି ଦ୍ରୌପଦୀଙ୍କୁ ଘରକୁ ଆଣିଥିଲେ ତ ତାଙ୍କ ମାଆ କୁନ୍ତୀ ଅଜାଣତରେ ସବୁ ଭାଇଙ୍କୁ ଏହି କଥାର ଆଦେଶ ଦେଇଥିଲେ କି ସବୁ ଭାଇ ମିଶି ଆଣିଥିବା ଜିନିଷକୁ ସମାନ ଭାଗରେ ଉପଭୋଗ କରିବେ । ମାତା କୁନ୍ତୀଙ୍କ ମାନ ରଖିବା ପାଇଁ ସବୁ ଭାଇମାନେ ଦ୍ରୌପଦୀଙ୍କ ସହିତ ବିବାହ କଲେ ।

ପାଣ୍ଡବ ମାନଙ୍କ ନିସ୍ପତି ହୋଇଥିଲା କି ଦ୍ରୌପଦୀ ପ୍ରତ୍ୟକ ବର୍ଷ ଜଣଙ୍କ ସହ ସମୟ ଅତିବାହିତ କରିବେ । ଯେତେବେଳେ ଦ୍ରୌପଦୀ କାହା ସହିତ ସମୟ ଅତିବାହିତ କରୁଥିବେ ତେବେ ତାଙ୍କ କକ୍ଷକୁ ଆଉ କେହି ମଧ୍ୟ ଯିବେ ନାହିଁ । ଆଉ ଏହି ସମୟରେ ଏମିତି କିଛି ଘଟଣା ଘଟିଲା କି ଯେଉଁଥି ପାଇଁ କୁକୁର ମାନଙ୍କୁ ସହବାସ କରିବା ସମୟରେ ଦୁନିଆ ଦେଖିବ ବୋଲି ଅଭିଶାପ ମିଳିଲା ।

ଦ୍ରୌପଦୀଙ୍କ କକ୍ଷକୁ ଯଦି କେହି ପାଣ୍ଡବ ଯାଉଥିଲେ ତେବେ ସେ ତାଙ୍କର ଚରଣ ପାଦୁକା କକ୍ଷ ସାମ୍ନାରେ ରଖି ଦେଉଥିଲେ । ଯାହାର କାରଣରୁ ଆଉ କେହି ପାଣ୍ଡବ ସେହି କକ୍ଷକୁ ଭୁଲରେ ଯିବେ ନାହିଁ । ଥରେ ଜଣେ ପାଣ୍ଡବ ନିଜର ଚରଣ ପାଦୁକା କକ୍ଷ ବାହାରେ ଥୋଇ ଦ୍ରୌପଦୀଙ୍କ ସହ ସମୟ ବିତାଊ ଥିବା ବେଳେ ଏକ କୁକୁର ଆସି ତାଙ୍କ ପାଦୁକା ସେଠାରୁ ନେଇ ଯାଇ ଜଙ୍ଗଲରେ ବସି ଖେଳିଲା ।

ଆଉ ଏହି ସମୟରେ ଭୀମ କକ୍ଷ ଆଡକୁ ଆସିଲେ । ଦେଖିଲେ କକ୍ଷ ସାମ୍ନାରେ କାହାର ପାଦୁକା ନାହିଁ ତେଣୁ ସେ କକ୍ଷ ଭିତରକୁ ପ୍ରବେଶ କରିଗଲେ । ଏବଂ ପାଣ୍ଡବଙ୍କ ସହ ଦ୍ରୌପଦୀଙ୍କ ସହବାସକୁ ଦେଖିନେଲେ । ଏହାପରେ ପାଣ୍ଡବ ପଚାରିଲେ ତୁମେ କକ୍ଷକୁ କିପରି ଆସିଲ ଭୀମ କହିଲେ କକ୍ଷ ବାହାରେ ତ କୌଣସି ପାଦୁକା ନଥିଲା । ଏହାପରେ ଦୁଇ ଭ୍ରାତା ପାଦୁକା ଖୋଜି ଯାଇ କୁକୁର ପାଖରେ ପହଞ୍ଚିଲେ ।

ଏହାପରେ ଦ୍ରୌପଦୀ ବହୁତ ଲଜ୍ଜିତ ହୋଇଥିବାରୁ ରାଗିଯାଇ କୁକୁରକୁ ଅଭିଶାପ ଦେଲେ କି ଯେମିତି ମତେ ଆଜି ଜଣେ ସହବାସ କରିବା ସମୟରେ ଦେଖିଲେ ସେମିତି ତୁମର ସହବାସ ସାରା ଦୁନିଆ ଦେଖିବ । ଏହି କାରଣ ହେତୁ କୁକୁରକୁ ଅଭିଶାପ ଦେଇଥିଲେ ଦ୍ରୌପଦୀ ।

Related Articles

Leave a Reply

Your email address will not be published. Required fields are marked *

Back to top button