ଟଙ୍କାକୁ ଚୁମ୍ବକ ପରି ଟାଣିଥାଏ ଏହି ଚମତ୍କାରୀ ବୃକ୍ଷ ! ଯଦି ଏହି ଗଛକୁ ଦେଖନ୍ତି ଚୁପଚାପ ତୋଳି ଆଣନ୍ତୁ ଏହି ଜିନିଷ
ନମସ୍କାର ବନ୍ଧୁଗଣ, ମଣିଷ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କେବଳ ଟଙ୍କା ରୋଜଗାର କରି ନିଜ ଜୀବନରୁ ଅଭାବ ଅସୁବିଧାକୁ ଦୂର କରିବା ସହ ନିଜ ପେଟ ପୋଷିବା ପାଇଁ ଲାଗିପଡିଥାଏ । ତଥାପି କିଛି ଲୋକଙ୍କ ଭାଗ୍ୟ ସେମାନଙ୍କ ସାଥିରେ ନଥାଏ । ଯାହାଫଳରେ ସେମାନେ ଅଭାବ ସମୟ ଦେଇ ଗତି କରନ୍ତି । ତେବେ ଆପଣଙ୍କ ଘରକୁ ଧନକୁ ଆକର୍ଷିତ କରୁଥିବା ଏକ ଗଛ ସମ୍ପର୍କରେ ଆଜି ଆମେ ଜଣାଇବା ପାଇଁ ଯାଉଛୁ । ଯେଉଁ ଗଛକୁ ଆପଣ ଘରକୁ ଆଣିବା ଦ୍ଵାରା ଆପଣଙ୍କ ଭାଗ୍ୟ ବଦଳିଯିବ ।
ଆମ ହିନ୍ଦୁ ଧର୍ମରେ ପ୍ରତ୍ୟକ ଗଛର କିଛି ନା କିଛି ଖାସ ମହତ୍ଵ ରହିଛି । ପ୍ରତ୍ୟକ ଗଛରେ ଅଲଗା ଅଲଗା ଦେବୀ ଦେବତାଙ୍କ ବାସ ହୋଇଥାଏ । କଣ୍ଟକାରୀ ଗଛ ଏକ ଏମିତି ବୃକ୍ଷ ଅଟେ ଯାହାର ଅଲୌକିକ ଗୁଣ ସମ୍ପର୍କରେ ଜାଣିବା ପରେ ଆପଣ ତାହାକୁ ମାନନ୍ତି ତେବେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ । କଣ୍ଟକାରୀ ଗଛର ରଙ୍ଗ ଦୁଇ ପ୍ରକାରର ହୋଇଥାଏ ।
ଗୋଟିଏ ହୋଇଥାଏ ବାଇଗଣି ଏବଂ ଜାମୁ ରଙ୍ଗର । ଅନ୍ୟଟି ଧଳା ରଙ୍ଗର ହୋଇଥାଏ । ଯଦି ଆପଣଙ୍କ ଘର ଆଖ ପାଖରେ ଧଳା କଣ୍ଟକାରୀ ଗଛ ରହିଛି ତେବେ ତାହାକୁ ବହୁତ ଧ୍ୟାନର ସହ ରଖିବା ଦରକାର । ଯଦି ଆପଣ ଏହି ଗଛକୁ ପାଇଯାନ୍ତି ତେବେ ଆପଣଙ୍କ ଜୀବନରେ ଆପଣଙ୍କୁ ବହୁତ କିଛି ଫାଇଦା ମିଳିଥାଏ । ଧଳା କଣ୍ଟକାରୀ ଗଛ ସେହିଠାରେ ଉଠିଥାଏ ଯେଉଁଠାରେ କିଛି ଗୁପ୍ତ ଧନ ରହିଥାଏ ।
ମାଟି ତଳେ ଧନ ଥାଏ କିମ୍ବା ସୁନା ଚାନ୍ଦି ରହିଥାଏ । ଯଦି ଆପଣ ଶ୍ମଶାନରେ କଣ୍ଟକାରୀ ଗଛ ଦେଖନ୍ତି ତେବେ ଆପଣଙ୍କୁ ସେହି ଶ୍ମଶାନରେ କେଉଁଠି ନା କେଉଁଠି ଗୁପ୍ତ ଧନ ନିହାତି ଭାବରେ ମିଳିବ । ଯଦି ମନ୍ଦିର ଆଖ ପାଖରେ ଏହି ଗଛ ରହିଥାଏ ତେବେ ମନ୍ଦିର ଆଖ ପାଖରେ ନିହାତି ଭାବରେ ଗୁପ୍ତ ଧନ ମିଳିବାର ସମ୍ଭାବନା ରହିଥାଏ ।
ଯଦି ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଅଛି ଏବଂ କରଜରେ ବୁଡି ରହିଛନ୍ତି ତେବେ ଆପଣ ପ୍ରତ୍ୟକ ଶୁକ୍ରବାର ଦିନ ସନ୍ଧ୍ୟା ୭ଟା ପୂର୍ବରୁ ଗୋଟିଏ ଧଳା କଣ୍ଟକାରୀ ଫୁଲ ମାଆ ଲକ୍ଷ୍ମୀଙ୍କୁ ଅର୍ପଣ କରିବାକୁ ହେବ । ଯଦି ଆପଣ ୧୧ଟି ଶୁକ୍ରବାର ଏହିଭଳି ଭାବରେ ମାତା ଲକ୍ଷ୍ମୀଙ୍କ ନିମନ୍ତେ କରନ୍ତି ତେବେ ତୁରନ୍ତ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ପଡିଥାଏ ।
ଏବଂ ଆପଣଙ୍କ ଜୀବନରୁ କଷ୍ଟ ଅଭାବ ଦୂର ହୋଇଯିବ । ଧନ ଆସିବାର ସମସ୍ତ ରାସ୍ତା ଆପଣଙ୍କ ପାଇଁ ଖୋଲିଯିବ । ପଇସା ଆପଣଙ୍କ ପାଖକୁ ଆକର୍ଷିତ ହୋଇ ଆସିବାକୁ ଲାଗିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।