ଅପରାଧ
ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା – Ibnodisha

[ad_1]
ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ମାରିଦେଇଛନ୍ତି ଦୁର୍ବୁତ୍ତ । ନିଶା ଛଡ଼ାଇବାକୁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ର ପଠାଇଥିଲେ । ହେଲେ ଆଉ ଫେରିଲେନି ଯୁବକ ଜଣକ । ସୂଚନା ଅନୁଯାୟୀ, ଅନୁଗୁଳ ଟାଉନ ଥାନା ରାଣୀଗୋଡା ଅଞ୍ଚଳରେ ମୃତ ଯୁବକ ଜଣକ ଅତ୍ୟଧିକ ମଦ୍ୟପାନ କରୁଥିଲେ । ତାଙ୍କ ମଦ୍ୟପାନକୁ ଅଟକାଇବାକୁ ଯାଇ ପରିବାର ଲୋକେ ତାଙ୍କୁ ନିଶା ନିବାରଣ କେନ୍ଦ୍ରକୁ ପଠାଇଥିଲେ। ତାଙ୍କ ଦେହ ଖରାପ ନେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବା ଖବର ପାଇ ପରିବାର ଲୋକେ ଡାକ୍ତରଖାନାକୁ ଯାଇ ଦେଖିଲାବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଡ଼ାକ୍ତର ଘୋଷଣା କରିଥିଲେ । ଯୁବକଙ୍କ ଶରୀରରେ କ୍ଷତ ଏବଂ ମାଡ ମାରି ଥିବାର ଦାଗ ରହିଥିବାରୁ ପରିବାର ଲୋକେ ଅନୁଗୋଳ ଟାଉନ୍ ଥାନାରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।
[ad_2]