ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଯୋଗୁଁ ବର୍ଷା – Ibnodisha

[ad_1]
ଭୁବନେଶ୍ୱର : ଭୁବନେଶ୍ୱର କଟକ ସହ ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଯୋଗୁଁ ବର୍ଷା ହୋଇଛି । ଏଥିପାଇଁ ପ୍ରବଳ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କାଳ ବୈଶାଖୀ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୭ରୁ ୮ ଡିଗ୍ରୀ ହ୍ରାସ ପାଇଛି । କଟକ, ଖୋର୍ଦ୍ଧା, ନାୟାଗଡ, ପୁରୀ, ଜଗତସିଂହପୁରରେ କାଳବୈଶାଖୀ ବର୍ଷା ନେଇ ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ସତର୍କତା ଜାରି କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୮ ଡିଗ୍ରୀ ଟପିଥିଲା। ୩୮.୪ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର । ଭବାନୀପାଟଣାରେ ୩୭.୪, ବାରିପଦାରେ ୩୬.୪, ବଲାଙ୍ଗୀରରେ ୩୬.୨, ଟିଟଲାଗଡ ଓ ବାଲେଶ୍ଵରରେ ୩୬, ହୀରାକୁଦରେ ୩୫.୬, ଝାରସୁଗୁଡା ଓ କେନ୍ଦୁଝରରେ ୩୫.୪, କଟକରେ ୩୫ ଡିଗ୍ରୀ, ସମ୍ବଲପୁର , ମାଲକାନଗିରି ଓ ବୌଦ୍ଧରେ ୩୫ , ଭୁବନେଶ୍ଵରଓ ସୋନପୁରରେ ୩୪.୮, ରାଉରକେଲାରେ ୩୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।
[ad_2]




