ଦେଶ

ବିରାଟ ହେଉଛନ୍ତି ବଲିଉଡର ଜ୍ବାଇଁ : ଶାହରୁଖ ଖାନ୍ – Ibnodisha

[ad_1]

ମୁମ୍ବାଇ: ମୁଁ ବିରାଟ କୋହଲିଙ୍କୁ ବହୁତ ଭଲପାଏ। ସେ ବଲିଉଡର ଜ୍ବାଇଁ। ଷ୍ଟାର ସ୍ପୋର୍ଟସକୁ ସାକ୍ଷାତକାର ଦେଇ ଏଭଳି କହିଲେ ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନ୍। ଅଭିନେତ୍ରୀ ତଥା ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅନେକ ଫିଲ୍ମରେ କାମ କରିଥିବା ଶାହରୁଖ, ବିରାଟଙ୍କ ସହ ବିତାଇଥିବା ସମୟ ବିଷୟରେ କହିଥିଲେ। “ମୁଁ ତାଙ୍କ ସହ ବହୁତ ସମୟ ବିତାଇଛି, ମୁଁ ତାଙ୍କୁ ଭଲ ପାଏ। ଆମେ ତାଙ୍କୁ ବଲିଉଡର ଜ୍ବାଇଁ ବୋଲି କହୁ। ମୁଁ ଅନ୍ୟ ଖେଳାଳିଙ୍କ ତୁଳନାରେ ତାଙ୍କୁ ଅଧିକ ଜାଣିଛି। ବିରାଟ ଏବଂ ଅନୁଷ୍କା ପରସ୍ପରକୁ ଡେଟ୍ କରିବା ଦିନଠାରୁ ମୁଁ ବିରାଟଙ୍କୁ ଜାଣିଛି ଏବଂ ସେମାନଙ୍କ ସହ ବହୁତ ସମୟ ବିତାଇଛି। ଅନୁଷ୍କାଙ୍କ ସହ ଫିଲ୍ମର ସୁଟିଂ କରୁଥିବା ବେଳେ ବିରାଟ ସେଟକୁ ଆସନ୍ତି। ସେବେଠାରୁ ମୁଁ ତାଙ୍କ ସହ ମିଶିବା ଆରମ୍ଭ କରିଥିଲି ଏବଂ ଏପର୍ଯ୍ୟନ୍ତ ତାଙ୍କ ପାଇଁ ମୋ ମନରେ ଭଲପାଇବା ଅଛି” ବୋଲି କହିଛନ୍ତି ଶାହରୁଖ। ସେ ଆହୁରି କହିଛନ୍ତି ଯେ, “ମୁଁ ତାଙ୍କୁ ପଠାନ୍ ଚଳଚ୍ଚିତ୍ରରେ ଥିବା ଟାଇଟଲ୍ ଗୀତର ଡ୍ୟାନ୍ସ ଷ୍ଟେପ୍ ଶିଖାଇଥିଲି। କାରଣ ଭାରତର ଗୋଟିଏ ମ୍ୟାଚରେ ମୁଁ ଦେଖିଥିଲି ଯେ, ସେ ରବିନ୍ଦ୍ର ଜାଦେଜାଙ୍କ ସହ ନାଚୁଥିଲେ। ଦୁହେଁ ଗୋଟାଏ ଗୀତର ଷ୍ଟେପ କରିବାକୁ ଚାହିଥିଲେ ବି ବହୁତ ଖରାପ ନାଚ ନାଚିଥିଲେ। ସେଥିପାଇଁ ମୁଁ ତାଙ୍କୁ ଡ୍ୟାନ୍ସ ଷ୍ଟେପ୍ ଶିଖାଇଥିଲି, ଯାହା ଦ୍ବାରା ପରବର୍ତ୍ତୀ ବିଶ୍ୱକପ୍ ଏବଂ ଅନ୍ୟାନ୍ୟ ମ୍ୟାଚରେ ସେ ଭଲ ଭାବେ ନାଚି ପାରିବେ।” ଏଭଳି କହି ଶାହରୁଖ ହସିବାକୁ ଲାଗିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button