ଦେଶ

ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ଘଟଣା : ଜେଲରେ ଅଭିଯୁକ୍ତ ମୃତ – Ibnodisha

[ad_1]

ମୁମ୍ବାଇ : ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ମାମଲାରେ ଜେଲ୍‌ରେ ଥିବା ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଛି। ଜେଲ୍‌ ମଧ୍ୟରେ ତାଙ୍କୁ ଜାଣି ଜାଣି ହତ୍ୟା କରାଯାଇଛି ବୋଲି ମୁମ୍ବାଇ ପୁଲିସ୍‌ ବିରୋଧରେ ଘରଲୋକ ଅଭିଯୋଗ ଆଣିଛନ୍ତି। ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ କ୍ରାଇମବ୍ରାଞ୍ଚର ତଦନ୍ତ ବିଭାଗ ସିଆଇଡି ଏହି ଏହି ଅଭିଯୁକ୍ତ ଅନୁଜ ଥାପନଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି। ପଞ୍ଜାବର ବାସିନ୍ଦା ଥାପନ ଏପ୍ରିଲ ୧୪ ତାରିଖରେ ଅଭିନେତାଙ୍କ ବାନ୍ଦ୍ରାସ୍ଥିତ ଘର ବାହାରେ ଗୁଳି ଚଳାଇଥିବା ସୁଟରଙ୍କୁ ଅସ୍ତ୍ର ଯୋଗାଇ ଦେଇଥିବାର ଅଭିଯୋଗ ହୋଇଥିଲା। ତାଙ୍କୁ ଏକ ସପ୍ତାହ ପୂର୍ବରୁ ଗିରଫ କରାଯାଇ ମୁମ୍ବାଇ ପୁଲିସ ମୁଖ୍ୟାଳୟ ନିକଟରେ କ୍ରାଇମ ବ୍ରାଞ୍ଚରେ ରଖାଯାଇଥିଲା।ପୁଲିସର ସୂଚନାନୁସାରେ, ଥାପନ୍ ଏବଂ ଅନ୍ୟ ପାଞ୍ଚଜଣ ଜେଲ୍‌ରେ ଅପରେ ଥିଲେ। ଗତକାଲି ସକାଳ ପ୍ରାୟ ୧୧ଟା ବେଳେ ସେ ଶୌଚାଳୟକୁ ଯାଇଥିଲେ। ତା’ପରେ ସେ ଦୀର୍ଘ ସମୟ ଧରି ବାହାରକୁ ଆସିନଥିଲେ। ପୁଲିସ ବାଧ୍ୟ ହୋଇ କବାଟ ଭାଙ୍ଗି ଭିତରକୁ ଯାଇ ଦେଖିଲା ତ ସେ ଏକ ବେଡସିଟରେ ଟାଙ୍ଗି ହୋଇ ଜୀବନ ହାରି ସାରିଥିଲେ। ପୁଲିସ୍‌ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି। ପୁଲିସ୍ କର୍ମଚାରୀଙ୍କ ଦ୍ବାରା ଯଦି ଅବହେଳା ହୋଇଛି ତେବେ ଏହି ଘଟଣାକୁ ଏବେ ସିଆଇଡି ଯାଞ୍ଚ କରିବ ବୋଲି ସୂଚନା ରହିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଲକ୍ ଅପ୍ ନିକଟରେ ପାଞ୍ଚ ଜଣ ପୁଲିସ ଡ୍ୟୁଟିରେ ଥିଲେ ଏବଂ ସିସିଟିଭି କ୍ୟାମେରା ମଧ୍ୟ ଅଛି। ସେ କହିଛନ୍ତି ଯେ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପ୍ରକୃତରେ କ’ଣ ଘଟିଛି ତାହା ଜଣାପଡ଼ିବ। ଆଜି ଜେଜେ ହସ୍ପିଟାଲରେ ଶରୀର ବ୍ୟବଚ୍ଛେଦ କରାଯିବ। ଜେଲର ଅନ୍ୟ ଅନ୍ତେବାସୀ କହିଛନ୍ତି ଯେ ଥାପନ୍ ତାଙ୍କୁ ଜାମିନ ମିଳି ନ ପାରେ ବୋଲି ଭାବି ଭାବି ଖୁବ୍ ଚିନ୍ତିତ ଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button