IBN ଓଡ଼ିଶା ବ୍ୟୁରୋ

ଗର୍ଭବତୀ ହେବାକୁ ଚାହୁଁନଥିଲେ ଜାଣି ରଖନ୍ତୁ : ଏହି ସବୁ ବିଶେଷ ଟିପ୍ସ

ଗର୍ଭବତୀ ହେବାକୁ ଚାହୁଁନଥିଲେ ଜାଣି ରଖନ୍ତୁ : ଏହି ସବୁ ବିଶେଷ ଟିପ୍ସ

ନମସ୍କାର ବନ୍ଧୁଗଣ, କିଛି ଦମ୍ପତ୍ତି ବିବାହ ପରେ ସଙ୍ଗେ ସଙ୍ଗେ ପିଲାର ଯୋଜନା କରିନଥାନ୍ତି । କିନ୍ତୁ ଏଥିପାଇଁ କିଛି ଲୋକ ଜାଣିପାରନ୍ତି ନାହିଁ  କେଉଁ ସମୟରେ ସମ୍ବନ୍ଧ ରଖିବା ଦ୍ଵାରା ମହିଳା ଗର୍ଭବତୀ ହୋଇନଥାନ୍ତି । ତେଣୁ ଚାହୁଁନଥିଲେ ମଧ୍ୟ ଭୁଲରେ ପିଲା ରହିଜାଏ ପେଟରେ । ତେଣୁ ଯଦି ଆପଣ ସୁରକ୍ଷିତ ସମ୍ବନ୍ଧ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ମହିଳା ମାନଙ୍କର ସେହିସବୁ ଦିନ ସମ୍ପର୍କରେ ଜାଣିବା ଉଚିତ ଯେଉଁଦିନ ସମ୍ପର୍କ ରଖିବା ଦ୍ଵାରା ଗର୍ଭଧାରଣ ହେବାର ସମ୍ଭାବନା ବିଲକୁଲ ନଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ସର୍ବ ପ୍ରଥମେ ଆପଣଙ୍କୁ ମହିଳାଙ୍କର ଓଭୁଲେସନ ଦିନ ସମ୍ପର୍କରେ ଜାଣିବା ଉଚିତ । କାରଣ ଓଭୁଲେସନର ତିନି ଦିନ ପୂର୍ବରୁ ଏବଂ ତିନି ଦିନ ପରେ ଗର୍ଭବତୀ ହେବାର ସମ୍ଭାବନା ରହିଥାଏ । ଆପଣ ଧ୍ୟାନ ରଖିବା ଉଚିତ କି ମହିଳାଙ୍କର ଓଭୁଲେସନ ଦିନ ଠାରୁ ଠିକ ୧୪ ଦିନ ପରେ ପିରିଅଡ ହୋଇଥାଏ ।

ଓଭୁଲେସନ ପୂର୍ବରୁ ତିନି ଦିନ ଏବଂ ପରେ ତିନି ଦିନ ଛାଡି ଦେଇ ଆପଣ ଯେକୌଣସି ଦିନ ବି ସମ୍ପର୍କ ରଖିବା ଦ୍ଵାରା ଆପଣଙ୍କ ଗର୍ଭଧାରଣ ହେବାର ସମ୍ଭାବନା ଯଥେଷ୍ଟ କମ ରହିଥାଏ । ଏହିସବୁ ଦିନ ଗୁଡିକ ସୁରକ୍ଷିତ ଦିନ ବୋଲି କୁହାଯାଏ । କାରଣ ଏହି ସମୟରେ ମହିଳାଙ୍କ ଡିମ୍ବ ପୁରୁଷଙ୍କ ଡିମ୍ବ ସହ ମିଶିଲେ ବି ଫରଟିଲାଇଜ ହୋଇନଥାଏ ।

ଯଦି ଜଣେ ମହିଳାଙ୍କୁ ୨୧ ଦିନ ବ୍ୟବଧାନରେ ପିରିଅଡ ହେଉଛି ତେବେ ଆପଣ ଏକ ପେପରରେ ୧ ରୁ ୨୧ ଯାଏ ଲେଖନ୍ତୁ ଯେଉଁଦିନ ପିରିଅଡ ହେଲା ତାହାକୁ ମାର୍କ କରନ୍ତୁ । ଆଉ ୨୧ରୁ ପଛକୁ ୧୪ ଦିନ ଗଣନ୍ତୁ । ଏହାପରେ ଆପଣ ଉତ୍ତର ପାଇବେ ସାତ ତାରିଖ । ସାତ ତରଖଟି ଆପଣଙ୍କ ଓଭୁଲେସନ ଦିନ ହେବ । ତେଣୁ ଆପଣ ସାତ ତାରିଖର ପୂର୍ବର ତିନି ଦିନ ଏବଂ ପରର ତିନି ଦିନକୁ ଛାଡି ଆଉ ବାକି ସମୟ ଆପଣଙ୍କ ପାଇଁ ସୁରକ୍ଷିତ ରହିଥାଏ ।

ସେହିଭଲି ଯଦି ଆପଣଙ୍କ ପିରିଅଡ ୩୫ ଦିନ ବ୍ୟବଧାନରେ ହେଉଥାଏ ତେବେ ଆପଣ ଏକ ପେପରରେ ୧ ରୁ ୩୫ ଯାଏ ଲେଖନ୍ତୁ ଯେଉଁଦିନ ପିରିଅଡ ଆରମ୍ଭ ହେଲା ସେହିଦିନ ୧ ଉପରେ ରାଉଣ୍ଡ କରନ୍ତୁ । ଏହାପରେ ଆପଣ ୩୫ ଦିନ ଯାଏ ଯାଇ ୩୫ ଦିନ ପଛକୁ ୧୪ ଦିନ ଆସନ୍ତୁ । ଏବେ ଆପଣ ୨୧ ଦିନରେ ପହଞ୍ଚିଯିବେ ।

ଆଉ ଏହି ୨୧ ତାରିଖ ହେଉଛି ଆପଣଙ୍କ ଓଭୁଲେସନ ସମୟ । ୨୧ ପୂର୍ବରୁ ତିନି ଦିନ ଏବଂ ପରେ ତିନି ଦିନ ଛାଡି ଆପଣ ସମ୍ବନ୍ଧ ରଖିବା ଦ୍ଵାରା ଗର୍ଭଧାରଣ ସମ୍ଭାବନା ନଥାଏ । ଏହାକୁ ଧ୍ୟାନରେ ରଖିଲେ ସୁରକ୍ଷିତ ସମ୍ବନ୍ଧ ରଖିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button