କେଉଁ ଠାକୁରଙ୍କ କେତୋଟି ଫୋଟୋ ରଖିଲେ ଘରେ ଅଶାନ୍ତି ଦେଖାଦିଏ ? ଏହା ସହ ଜାଣନ୍ତୁ ଆଉ କିଛି ଅନୁଚିନ୍ତା

ଜୀବନକୁ ସରସ, ସୁନ୍ଦର, ସହଜ କରିବା ପାଇଁ କିଛି ନିୟମ ପାଳନ କରିବା ଉଚିତ । ଯାହା ଶାସ୍ତ୍ରରେ ବର୍ଣ୍ଣିତ ଅଛି । ଆସନ୍ତୁ ଜାଣିବା । ୧- ସକାଳୁ ସ୍ନାନ କରିବା ପରେ ଗୋଟେ ତେଲର ଦୀପ ଓ ଘିଅ ଦୀପ ଜାଳିବା ଉଚିତ । ଏହା ସହ ଧୂପବତୀ ଲଗାଇ ବାତାବରଣ ସୁଗନ୍ଧିତ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।
୨- ଠାକୁର ଘରେ ପ୍ରଥମେ ଗଣେଶଙ୍କ ପୂଜା କରିବା ଉଚିତ ଓ ତାଙ୍କୁ ସ୍ନାନ କରାଇବା ପରେ ବସ୍ତ୍ର, ଅକ୍ଷତ, ଧୂପ ଜଳାଇ ପୂଜା କରିଲେ ମଙ୍ଗଳକାରୀ ହୋଇଥାଏ ।
୩- ଗଣେଶଙ୍କ ପରେ ନାରାୟଣଙ୍କୁ ପୂଜା କରିବା କଲ୍ୟାଣକାରି ହୋଇଥାଏ । ନାରାୟଣଙ୍କ ପରେ ମହାଦେବଙ୍କୁ ପୁଷ୍ପ, ଅକ୍ଷତ, ଚନ୍ଦନ, ଧୂପ ଦେଇ ଧ୍ୟାନ କରିବା ଉଚିତ ।
୪- ଏହାପରେ ମାତା ଦୂର୍ଗା, ସୂର୍ଯ୍ୟଦେବଙ୍କୁ ପୂଜା କରିବା ଉଚିତ । ଏହି ସବୁ କାର୍ଯ୍ୟ ସମ୍ପନ୍ନ ପରେ ମିଠା, ଫଳ, ଜଳ ଅର୍ପଣ କରିବା ଉଚିତ । ତାପରେ ପଞ୍ଚଦେବଙ୍କୁ ଆରତୀ କରିଲେ କଲ୍ୟାଣକାରୀ ହୋଇଥାଏ ।
୫- ଠାକୁର ଘରେ ଧୂପବତୀର ଧୁଳି ରଖିବା ଅନୁଚିତ । ସେହିପରି ଦରପୋଡା ଦିଆସିଲି କାଠି ପକାଇବା ଶୁଭ ହୋଇଥାଏ ।
୬- ଠାକୁର ଘରେ ମଉଳି ଯାଇଥିବା ବା ବାସୀ ଫୁଲ ରଖିବା ଦ୍ଵାରା ନେଗେଟିଭ ଶକ୍ତି ଆସିଥାଏ । ଠାକୁର ଘରେ ଦିଆସିଲି ବ୍ୟବହାର କରିବା ପରେ ଭିତରେ ରଖିବା ଅଶୁଭ ହୋଇଥାଏ ।
୭- ସକାଳୁ ଠାକୁର ପୂଜା କରିଲେ ଦିନ ସାରା ପେଜଟିଭ ଶକ୍ତିର ସଂଚାର ହେବା ସହ କାର୍ଯ୍ୟରେ ବୃଦ୍ଧି ହୋଇଥାଏ । ସକାଳ ସମୟରେ ସ୍ନାନ କରିବା ପରେ ଭୋର ୬ରୁ ୮ଟା ମଧ୍ୟରେ ପୂଜା କରିବା ଉଚିତ ।
୮- ସନ୍ଧ୍ୟା ସମୟରେ ଠାକୁର ପୂଜା କରାଯାଏ । ଏହା ଅତ୍ୟନ୍ତ କଲ୍ୟାଣକାରୀ ହୋଇଥାଏ । ମହିଳାମାନେ ମାସିକ ଧର୍ମ ସମୟରେ ପୂଜା ପାଠ କରିବା ଅଶୁଭ ହୋଇଥାଏ ।
୯- ସୂର୍ଯ୍ୟଗ୍ରହଣର ୧୨ ଘଣ୍ଟା ପୂର୍ବରୁ ଅଶୁଦ୍ଧି କାଳ ହୋଇଥିବାରୁ ପୂଜା ହୁଏ ନାହିଁ । ଗ୍ରହଣ ପରେ ସ୍ନାନ କରିବା ପରେ ଠାକୁର ପୂଜା କରାଯାଏ ।
୧୦- ଯଦି ଘରେ କୌଣସି ଅଶୁଦ୍ଧି ହୋଇଥାଏ ତେବେ ଠାକୁର ପୂଜା କି ଦେବ ଦର୍ଶନ କରିବା ଅନୁଚିତ । ଏହା ଶାସ୍ତ୍ର ଅନୁଯାୟୀ ବର୍ଜିତ ହୋଇଥାଏ ।
୧୧- ଦିନ ୧୨ରୁ ୪ଟା ମଧ୍ୟରେ ଠାକୁର ପୂଜା କରିବା ବର୍ଜିତ ହୋଇଥାଏ । ପୂଜା କରିବା ପୂର୍ବରୁ ମଥାରେ ତିଳକ ଧାରଣ କରିଲେ ଶୁଭ ହେବା ସହ କଲ୍ୟାଣକାରୀ ହୋଇଥାଏ ।
୧୨- ପୂଜା ସମୟରେ ପୂର୍ବକୁ ମୁଖ କରି ବସିବା ପରେ ନିଜର ବାମ ପଟେ ଧୂପ, ଘଣ୍ଟି ଏବଙ ଡାହାଣ ପଟେ ପୂଜା ସାମଗ୍ରୀ, ଶଙ୍ଖ, ଜଳପାତ୍ର ରଖିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ।
୧୩- ଘରେ ୨ଟି ଶିବଲିଙ୍ଗ, ୩ଟି ଗଣେଶଙ୍କ ମୂର୍ତ୍ତି, ୨ଟି ସୂର୍ଯ୍ୟଦେବଙ୍କ ଫୋଟୋ, ୩ଟି ଦେବୀ ମୂର୍ତ୍ତି ଓ ୨ଟି ଶାଳଗ୍ରାମ ରଖିବା ଅନୁଚିତ । ଏହାଦ୍ବାରା ଗୃହରେ ଅସାନ୍ତି ଦେଖାଦିଏ ।