IBN ଓଡ଼ିଶା ବ୍ୟୁରୋ

ଏହି 4 ଜଣ ବ୍ୟକ୍ତି ଆଜି ପର୍ଯ୍ୟନ୍ତ ସୀତାଙ୍କ ଅଭିଶାପ ଯୋଗୁ ଭୋଗୁଛନ୍ତି କଷ୍ଟ

ନମସ୍କାର ବନ୍ଧୁଗଣ । ତ୍ରେତେୟା ଯୁଗରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଅବତାର ରାମ ଓ ସୀତା ପିତା ଦଶରଥଙ୍କ ପିଣ୍ଡ ଦାନ ପାଇଁ ବିହାରରେ ଥିବା ବୁଦ୍ଧଗୟା ରେ ଆସି ପହଞ୍ଚିଲେ । ସେହି ସମୟରେ ଏମିତି କିଛି ଘଟଣା ଘଟିଲା ଯାହା ଦ୍ଵାରା ମାତା ସୀତା ରାଗିକି 4ଜଣ ବ୍ୟକ୍ତିକି ଏମିତି ଅଭିଶାପ ଦେଲେ ଯାହା କି ସେହି ଅଭିଶାପର ପ୍ରଭାବ  ଆଜି ପର୍ଯ୍ଯନ୍ତ ମଣିଷ ଭୋଗୁଛି ।

ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିଶାପ କଣ ଅଟେ । ଓ କେଉଁ 4ଜଣ ବ୍ୟକ୍ତି ଆଜି ପର୍ଯ୍ଯନ୍ତ ସୀତା ଦେଇଥିବା ଅଭିଶାପ ଭୋଗୁଛନ୍ତି । ଦଶରଥଙ୍କ ପିଣ୍ଡଦାନ କରିବାକୁ ପ୍ରଭୁ ରାମ ଓ ଭାତା ଲକ୍ଷ୍ମଣ ଓ ମାତା ସିତା ପିଣ୍ଡଗୟା ରେ ପହଞ୍ଚିଲେ । ତାହାପରେ ଭଗବାନ ରାମ ଓ  ଲକ୍ଷ୍ମଣ ପିଣ୍ଡର ସାମଗ୍ରୀ ପାଇଁ ବାହାରକୁ ଗଲେ । 2ଭାଇ ଆସିବା ଡେରି ହେତୁ ପିଣ୍ଡଦାନର ସମୟ ସରିଯାଇଥିଲା ।  ତାହା ପରେ ସ୍ଵୟଂ ଦଶରଥ ମାତା ସିତାଙ୍କୁ ଦର୍ଶନ ଦେଲେ ଓ କହିଲେ କି ତାଙ୍କୁ ବହୁତ ଭୋକଲାଗିଲାଣି ତାହା ଶୁଣି ମାତା ସୀତା କହିଲେ ତାଙ୍କ ପୁତ୍ର ଆସିବା ପର୍ଯ୍ଯନ୍ତ ଅପେକ୍ଷା କରିବାକୁ ପଡିବ ।  ଯାହା ଦ୍ଵାରା 3 ଜଣ ଚାଉଳ ଓ ତେଲର ପିଣ୍ଡ ତିଆରି କରି ଦେବେ ।

କିନ୍ତୁ ଦଶରଥ ମନା କରିଦେଲେ ଓ କହିଲେ ଫଲ୍ଗୁ ନଦୀକୂଳରେ ଯାଇ ତୁରନ୍ତ ପିଣ୍ଡ ଦବାକୁ କହିଲେ। ତାହାପରେ 2ଭାଇ ଆସିବା ପୂର୍ବରୁ ମାତା ସୀତା ବିଧି ହିସାବରେ ପିଣ୍ଡ ଦାନ କରିଦେଲେ । ପିଣ୍ଡ ଦାନ କରିବା ସମୟରେ 5ଜଣ ସାକ୍ଷୀ ଥିଲେ 1ରେ – ବଟ ବୃକ୍ଷ , 2ରେ – ଫଲ୍ଗୁନଦୀ , 3ରେ- ତୁଲସୀ ଗଛ , 4ରେ- ଗାଈ , ଓ 5ରେ- ଜଣେ ରୁଷି ।

ତାହାପରେ 2ଭାଇ ଯେତେବେଳେ ଫେରିକି ଆସିଲେ ଆଉ ପିଣ୍ଡଦାନ ବିଷୟରେ ପଚାରିଲେ ତାହା ପରେ ମାତା ସୀତା କହିଲେକି ସେ ପିଣ୍ଡଦାନ କରିଦେଇଛନ୍ତି । ତାଙ୍କର କଥା କୁ ସତ୍ୟ ସାବ୍ୟସ୍ତ କରିବା ପାଇଁ ସେହି 5ଜଣ ସାକ୍ଷୀ କି ଡାକିଲେ ।ତାଙ୍କୁ ସତ୍ୟ କହିବାକୁ କହିଲେ କିନ୍ତୁ ବଟ ବୃକ୍ଷକୁ ଛାଡି ସମସ୍ତେ ମିଥ୍ୟା କହିଲେ ତାହାପରେ ପିତା ଦଶରଥ 2ଭାଇଙ୍କି ସ୍ମରଣ କରି କହିଲେ କି ମାତା ସିତା ବିଧି ହିସାବରେ ପିଣ୍ଡ ଦାନ ଦେଇସାରିଛନ୍ତି ।

ତାହା ପରେ ସିତାଙ୍କ କଥା ସତ୍ୟ ହେଲା । ତାହା ପରେ ସୀତା ରାଗିଯାଇ ସେହି 4ଜଣକୁ ଅଭିଶାପ ଦେଲେ 1ରେ ନଦୀକି କହିଲେ ନଦୀ କେବଳ ପୃଥିବୀ ତଳେ ବହିବ ଉପର ସବୁବେଳେ ଶୁଖିଲା ରହିବ। ଗାଈ କି ଅଭିଶାପ ଦେଲେକି ଅଇଁଠା ସବୁବେଳେ ଖାଇବ। ତୁଳସିକି ଅଭିଶାପ ଦେଲେକି ନଦୀ କୂଳରେ କେବେବି ତୁଲସୀ ଗଛ ରହିବ ନାହିଁ ।

ବ୍ରାମ୍ହଣ କୁ ଅଭିଶାପ ଦେଲେକି ଜୀବନରେ କେବେବି ସେ ଶାନ୍ତିରେ ରହିବେ ନାହିଁ ସବୁବେଳେ ଅସାନ୍ତି ରେ ଜୀବନ ଅତିବାହିତ କରିବେ । କିନ୍ତୁ ବଟ ବୃକ୍ଷକୁ ବରଦାନ ଦେଲେକି ଯେବେ ବି ନଦୀକୂଳରେ ପିଣ୍ଡ ଦେବାକୁ ଆସିବ ତାଙ୍କ ମୂଳରେ ପିଣ୍ଡ ଦାନ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button