IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଘରକୁ ଆସିଲେ ଏହି ସବୁ ପକ୍ଷୀ ହୋଇଯାଅନ୍ତୁ ସାବଧାନ ! ବରବାଦ ହେବା ସୁନିଶ୍ଚିତ

ଆମ ଜୀବନ ଆମ ଆଖ ପାଖରେ ଥିବା ବାତାବରଣ ଦ୍ଵାରା ହିଁ ପ୍ରଭାବିତ ହୋଇଥାଏ । ପୃଥିବୀର ସମସ୍ତ ପଶୁପକ୍ଷୀ ମନୁଷ୍ୟ ମାନଙ୍କର ଏକ ଭିନ୍ନ ଅଙ୍ଗ ଅଟନ୍ତି । ଘରେ କିଛି ହେବାର ସଙ୍କେତ ମଧ୍ୟ କିଛି ପକ୍ଷୀ ମାନେହିଁ ଦେଇଥାନ୍ତି । ପଓୟଖି ମାନେ ଆଶ୍ରୟ ପାଇଁ କୌଣସି ଘର ବା ଗଛର ସାହାର୍ଯ୍ୟ ନେଇଥାନ୍ତି । ଆଜି ଆସନ୍ତୁ ଜାଣିବା ଘରକୁ ପକ୍ଷୀ ମାନେ ଆସିବା ଦ୍ଵାରା କଣ ହୋଇଥାଏ । ଯେପରି ଶୁଆ ଘରକୁ ଅଚାନକ ଆସିବା , ମାୟୁର ଘରେ ନୃତ୍ୟ କରିବା ଏବଂ କୁକୁଡା ସକାଳୁ ବୋବାଇବା ଶୁଭ ଫଳ ଦାୟକ ହୋଇଥାଏ ।

ସେହି ଭଳି କିଛି ପକ୍ଷୀ ଘରକୁ ଆସିବା ମଧ୍ୟ ଅଶୁଭ ହୋଇଥାଏ । ପାରାକୁ ସକାଳେ ଦେଖିବା ଦ୍ଵାରା ବହୁତ ଶୁଭ ହୋଇଥାଏ କିନ୍ତୁ ସନଦ୍ୟା ସମୟରେ ପାରା ଦେଖିବା ବା ଗୁମୁରି ହେବ ବହୁତ ଅଶୁଭ ହୋଇଥାଏ । ଘର ଉପରେ କୌଣସି ପ୍ରଭାବ ବା ଘରୁ କୌଣସି ଜିନିଷ ଚୋରୀ ହେବାର ମଧ୍ୟ ସମ୍ଭାବନା ରହିଥାଏ । ପାରାକୁ ଶାନ୍ତିର ପ୍ରତୀକ କୁହାଯାଇଥାଏ ,କିନ୍ତୁ ଘରକୁ ପାରା ଆସିବା ଅଶୁଭ ମାନାଯାଇଥାଏ । ତେଣୁ ପାରାକୁ ଘରୁ ବାହାର କରିଦେବା ଉଚିତ । କାରଣ ପାରାର ସବନ୍ଧ ରାହୁ ସହିତ ହୋଇଥାଏ ,ଏଥି ପାଇଁ ପାରା ଘରକୁ ନକରାତ୍ମକତା ଆଣିଥାଏ ।

ଘରର ସମସ୍ତ ଲୋକଙ୍କୁ ଅସଫଳତାର ସାମ୍ନା କରିବାକୁ ପଡିଥାଏ । ଦ୍ଵିତୀୟରେ ରହିଛି ପେଚା । ପେଚା ମା ଲକ୍ଷ୍ମୀଙ୍କର ବହନ ଅବଶ୍ୟ ହୋଇଥାଏ କିନ୍ତୁ ଘରକୁ ପେଚା ଆସିବା ଅଶୁଭ ହୋଇଥାଏ । ଧାର୍ମିକ ଅନୁସାରେ ଦୀପାବଳି ଦିନ ପେଚା ଘରକୁ ଆସିବା ବହୁତ ଶୁଭ ହୋଇଥାଏ । ଦୀପାବଳି ଦିନ ଘରକୁ ପେଚା ଆସିବା ଦ୍ଵାରା ମା ଲକ୍ଷ୍ମୀଙ୍କୁ ଆସିବାର ସଙ୍କେତ ଦେଇଥାଏ । କିନ୍ତୁ ଅନ୍ୟ ଦିନରେ ପେଚା ଘରକୁ ଆସିବା ବହୁତ ହାନିକାରକ ହୋଇଥାଏ । ତୃତୀୟରେ ଘରକୁ ଶାଗୁଣା ଆସିବା ମଧ୍ୟ ଶୁଭ ହୋଇନଥାଏ ।

ଯେଉଁ ଘରକୁ ଶାଗୁଣା ଆସିଥାଏ ସେହି ଘରର ବିକାଶ ହୋଇନଥାଏ । ସେହି ଘରର ସମସ୍ଯା ସଦସ୍ୟଙ୍କ ମଧ୍ୟରେ ସର୍ବଦା କଲି ଝଗଡା ଲାଗି ରହିଥାଏ । ସେହି ଘରୁ ସବୁଦିନ ପାଇଁ ସକାରାତ୍ମକ ଊର୍ଜା ଚାଲିଯାଇଥାଏ । ଏହା ସହ ଧନଏଅ ମଧ୍ୟ ହାନି ହୋଇଥାଏ । ଚତୁର୍ଥରେ କାଉ ଘରକୁ ଆସିବା ମଧ୍ୟ ବହୁତ ଅଶୁଭ ହୋଇଥାଏ । କାଉ ଏକ ଏଭଳି ପକ୍ଷୀ ଆଗକୁ ଆସୁଥିବା ସମସ୍ତ ଘଟଣା ବିଷୟରେ ସୂଚନା ଦେଇଥାଏ । ଅନେକ କାଉ ଯଦି ଘର ଉପରେ ବସି ବୋବାଇଥାନ୍ତି ଏହା ବହୁତ ଅଶୁଭ ସଙ୍କେତ ହୋଇଥାଏ ।

ପଞ୍ଚମରେ ବାଦୁଡି ଯଦି ଘରେ ରହିଥାନ୍ତି ତ ଏହା ମଧ୍ୟ ବହୁତ ଅଶୁଭ ହୋଇଥାଏ । ବାଦୁଡିକୁ ଦିନରେ ଦେଖାଯାଇ ନଥାଏ । ଘରକୁ ବାଦୁଡି ଆସିବା ମୃତ୍ୟୁ ସୂଚନା ଦେଇଥାଏ । ଷଷ୍ଠରେ ଛୋଟ ଚଢେଇ ବା ଘର ଚଟିଆ ଘରକୁ ଆସିବା ଶୁଭ ହୋଇଥାଏ । ଘରେ ବା ଘର ପାଖରେ ଯଦି ଘରଚଟିଆ ବସା ବାନ୍ଧିଥାଏ ଏହା ସ୍ଵୋଭାଗ୍ଯର ସଙ୍କେତ ଦେଇଥାଏ । ଏହା ବହୁତ ଶୁଭ ହୋଇଥାଏ । ଆଗକୁ କୌଣସି ଶୁଭ ସମାଚାର ବା ଉନ୍ନତିର ଅବସର ପ୍ରାପ୍ତ ହେବ । ଚିଲ ଦେଖିବା ମଧ୍ୟ ବହୁତ ଭଲ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ପୂର୍ବଜଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button