IBN ଓଡ଼ିଶା ବ୍ୟୁରୋ

ଏହି ଗୋଟିଏ ପାପ କାରଣରୁ ମାତା ଲକ୍ଷ୍ମୀଙ୍କୁ ହେବାକୁ ପଡ଼ିଥିଲା ଘୋଡ଼ି । ଜାଣି ରଖନ୍ତୁ ଏହି ପୁଣ୍ୟ କଥା

ମହର୍ଷି ବେଦବ୍ୟାସ ଜନ୍ମେଞ୍ଜୟଙ୍କୁ ମାତା ଲକ୍ଷ୍ମୀଙ୍କର ଯେଉଁ କଥା ଶୁଣାଇ ଥିଲେ । ସେହି ବିଷୟରେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ । ଥରେ ପାଣ୍ଡବଙ୍କ ବଂଶଜ ବେଦବ୍ୟାସଙ୍କ ପାଖକୁ ଯାଇ ପଚାରିଲେ ଯେ ମାତା ଲକ୍ଷ୍ମୀଙ୍କୁ କାହିଁକି ଏକ ଘୋଡ଼ି ରୂପ ଧାରଣ କରିବାକୁ ପଡ଼ିଥିଲା । ଏହାର ଉତ୍ତରରେ ମହର୍ଷି ବେଦବ୍ୟାସ ସେହି କଥା ଶୁଣାଇଛନ୍ତି । ପୂର୍ବ କାଳରେ ସୂର୍ଯ୍ୟଙ୍କ ପୁତ୍ର ରେବନ୍ତ ନିଜର ଉଚ୍ଚସ୍ରବା ନାମକ ଘୋଡ଼ା ଉପରେ ବସି ବିଷ୍ଣୁଙ୍କ ଦର୍ଶନ ପାଇଁ ବୈକୁଣ୍ଠରେ ପହଞ୍ଚିଲେ । ସମୁଦ୍ର ମନ୍ଥନ ସମୟରେ ଉଚ୍ଚସ୍ରବା ଏବଂ ଲକ୍ଷ୍ମୀ ମଧ୍ୟ ଉତ୍ପତ୍ତି ହୋଇଥିଲେ ତେଣୁ ଉଚ୍ଚସ୍ରବା ତାଙ୍କ ଭାଇ ହେଲେ । ତେଣୁ ଉଚ୍ଚସ୍ରବାଙ୍କୁ ଦେଖି ସେ ଏତେ ପ୍ରସନ୍ନ ଏବଂ ମୋହିତ ହୋଇଗଲେ ଯେ ବିଷ୍ଣୁ ରେବନ୍ତଙ୍କ ବିଷୟରେ ଯାହା ପଚାରୁଥିଲେ ତାହା ଶୁଣୁ ନଥିଲେ ।

ଯେଉଁଥିରେ କ୍ରୋଧିତ ହୋଇ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ସବୁବେଳେ ଚଞ୍ଚଳ ହେବା କାରଣରୁ ଗୋଟିଏ ସ୍ଥାନରେ ନରହିବାର ଅଭିଶାପ ଦେଲେ ଏବଂ ମୃତ୍ୟୁଲୋକରେ ଘୋଡ଼ି ରୂପରେ ଜନ୍ମ ହେବାର ଅଭିଶାପ ଦେଲେ । ମାତା ଲକ୍ଷ୍ମୀ ଖୁବ ଭୟଭୀତ ହୋଇ ଏତେ ଛୋଟ ଭୁଲ ପାଇଁ ଏଭଳି ବଡ଼ ଦଣ୍ଡ କାହିଁକି ଦେଲେ ବୋଲି ପଚାରିଲେ । ଭଗବାନ ବିଷ୍ଣୁ କହିଲେ ମୃତ୍ୟୁଲୋକରେ ତାଙ୍କର ଜନ୍ମ ନିଶ୍ଚିତ ଭାବରେ ପ୍ରାଣୀଙ୍କ ମଙ୍ଗଳ ପାଇଁ ଅଟେ । ଯେଉଁଦିନ ସେ ଭଗବାନ ବିଷ୍ଣୁଙ୍କ ଭଳି ପୁତ୍ର ପ୍ରାପ୍ତ କରିବେ ସେହିଦିନ ବୈକୁଣ୍ଠ ଭଗବାନ ବିଷ୍ଣୁଙ୍କ ପାଖକୁ ଫେରି ଆସିବେ ବୋଲି କହିଲେ । ଏହା ଦେଖି ରେବନ୍ତ ଭୟଭୀତ ହୋଇ ଦୂରରୁ ଭଗବାନ ବିଷ୍ଣୁଙ୍କୁ ପ୍ରଣାମ ଜଣାଇ ଚାଲିଗଲେ ଏବଂ ସୂର୍ଯ୍ୟ ଦେବଙ୍କୁ ସେହିସବୁ କଥା କହିଲେ । ଏପଟେ ମାତା ଲକ୍ଷ୍ମୀ ମୃତ୍ୟୁଲୋକ ଯାଇ ସୂର୍ଯ୍ୟ ଦେବଙ୍କ ସ୍ତ୍ରୀ ଯମୁନା ଏବଂ ତମସା ନଦୀର ଯେଉଁ ସଙ୍ଗମ ସ୍ଥଳରେ ତପସ୍ୟା କରିଥିଲେ ସେହିଠାରେ ପହଞ୍ଚିଗଲେ ।

ସେଠାରେ ଏକ ସୁନ୍ଦର ଘୋଡ଼ି ରୂପ ଧାରଣ କରି ୧୦୦୦ ବର୍ଷ ଧରି ମହାଦେବଙ୍କ ତପସ୍ୟା କରିବାରେ ଲାଗିଲେ । ତପସ୍ୟାରେ ଖୁସି ହୋଇ ଉଭୟ ମହାଦେବ ଏବଂ ପାର୍ବତୀ ସେଠାରେ ପହଞ୍ଚି ମାତା ଲକ୍ଷ୍ମୀଙ୍କୁ ଏଭଳି ରୂପରେ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଯେ ‘ ଯାହାଙ୍କ ସ୍ୱାମୀ ପାଳନ କର୍ତ୍ତା ଏବଂ ସମସ୍ତଙ୍କ ମନସ୍କାମନା ପୂରଣ କରନ୍ତି , ତାଙ୍କ ପତ୍ନୀ ଏଭଳି ମହାଦେବଙ୍କ ତପସ୍ୟା କାହିଁକି କରୁଛନ୍ତି । ‘ ଏହାର ଉତ୍ତରରେ ମାତା ଲକ୍ଷ୍ମୀ ନିଜ ଅଭିଶାପ ଏବଂ ସେଥିରୁ ମୁକୁଳିବାର ଉପାୟ ବିଷୟରେ କହି ତାଙ୍କୁ ପୁତ୍ର ପ୍ରାପ୍ତିର ବର ଦେବାକୁ କହିଲେ । ‘ ଏହା ମଧ୍ୟ କହିଲେ ଯେ ମହାଦେବ ଏବଂ ବିଷ୍ଣୁ ଜଣେ ଅଟନ୍ତି । ଏହି ରହସ୍ୟ ମାତା ଲକ୍ଷ୍ମୀ କିଭଳି ଜାଣିଲେ ବୋଲି ମହାଦେବ ପ୍ରଶ୍ନ କଲେ । ଉତ୍ତରରେ ମାତା ଲକ୍ଷ୍ମୀ କହିଲେ ଯେ ଥରେ ଭଗବାନ ବିଷ୍ଣୁ ନିଜେ ଧ୍ୟାନ କରୁଥିବାର ଦେଖି ସମାନ ପ୍ରଶ୍ନ ମାତା ଲକ୍ଷ୍ମୀ ପଚାରିଥିଲେ ।

ଯିଏ ସୃଷ୍ଟି କର୍ତ୍ତା ଏବଂ ପାଳନ କର୍ତ୍ତା ସେ ଆଉ କାହାର ଆରାଧନା କରୁଛନ୍ତ ? ଉତ୍ତରରେ ଭଗବାନ ବିଷ୍ଣୁ ହିଁ କହିଥିଲେ ଯେ ମହାଦେବ ଏବଂ ବିଷ୍ଣୁ ଉଭୟ ପରସ୍ପରର ଧ୍ୟାନ କରନ୍ତି କାରଣ ଦୁହେଁ ଜଣେ ଅଟନ୍ତି । ମହାଦେବ ପ୍ରସନ୍ନ ହୋଇ କହିଲେ ଭଗବାନ ବିଷ୍ଣୁ ମଧ୍ୟ ଏକ ଘୋଡ଼ା ରୂପ ଧାରଣ କରି ମାତା ଲକ୍ଷ୍ମୀଙ୍କ ପାଖକୁ ଆସିବେ ଏବଂ ଦୁହିଁଙ୍କର ଜଣେ ବୀର ପୁତ୍ର ଜନ୍ମ ହେବ ଯିଏକି ସାରା ଜଗତରେ ରାଜତ୍ୱ କରିବ । ସେହି ପୁତ୍ର ଠାରୁ ପୁଥିବୀରେ ହେହେ ବଂଶର ନିର୍ମାଣ ହେବ । ଜଣେ ସ୍ତ୍ରୀ ସବୁବେଳେ ନିଜ ସ୍ୱାମୀ ଉପରେ ହିଁ ନଜର ପକାଇବା ଉଚିତ । ଯଦି ସେ ସେହି ଘୋଡ଼ା ଉପରେ ନଜର ପକାଇ ନଥାନ୍ତେ ତେବେ ଏଭଳି ଅଭିଶାପ ଭୋଗ କରିବାକୁ ପଡ଼ିନଥାନ୍ତା । ତେଣୁ ମହାଦେବ ତାଙ୍କୁ ତାଙ୍କ ସ୍ୱାମୀ ବିଷ୍ଣୁଙ୍କ ତପସ୍ୟା କରିବାକୁ କହିଲେ । ଏପଟେ ମହାଦେବ ଚିତ୍ରରୂପଙ୍କୁ ପଠାଇ ବିଷ୍ଣୁଙ୍କୁ ସାକ୍ଷାତ କରି ଜଣାଇବାକୁ କହିଲେ ।

ଚିତ୍ରରୂପ ବୈକୁଣ୍ଠରେ ବିଷ୍ଣୁଙ୍କ ମହଲ ନିକଟରେ ପହଞ୍ଚି ଦେଖିଲେ ଜୟ ଏବଂ ବିଜୟ ନାମକ ଦୁଇ ଦ୍ୱାରପାଳ ଚାରି ଭୁଜାରେ ଛିଡ଼ା ହୋଇଛନ୍ତି । ସେହି ଦୁହିଁଙ୍କୁ ପ୍ରମାଣ ଜଣାଇ ସେ ଭଗବାନ ବିଷ୍ଣୁଙ୍କୁ ସାକ୍ଷାତ କରିବାକୁ ଆଜ୍ଞା ଆଣିବାକୁ କହିଲେ । ବିଷ୍ଣୁ ମଧ୍ୟ ତାଙ୍କୁ ଆସିବାକୁ ଆଜ୍ଞା ଦେଲେ । ଚିତ୍ରରୂପ ପ୍ରଣାମ ଜଣାଇ ମାତା ଲକ୍ଷ୍ମୀଙ୍କ ବିଷୟରେ ସବୁ କଥା କହିଲେ ଏବଂ ଦେବୀ ଲକ୍ଷ୍ମୀଙ୍କୁ ବିନା କାରଣରେ ଏଭଳି ତ୍ୟାଗ କରିବାର କାରଣ ପଚାରିଲେ । ଦେବୀ ଲକ୍ଷ୍ମୀଙ୍କୁ ଅଭିଶାପ ମୁକ୍ତ କରି ବୈକୁଣ୍ଠକୁ ଆଣିବାକୁ କହିଲେ । ତାଙ୍କୁ ଅଶ୍ଵରୂପ ଧରି ପତିବ୍ରତା ଲକ୍ଷ୍ମୀଙ୍କ ପାଖକୁ ଯିବାକୁ ଅନୁରୋଧ କଲେ । ଚିତ୍ରରୂପ ସେଠାରୁ ଯିବା ପରେ ବିଷ୍ଣୁ ମନୋହର ଅଶ୍ୱ ରୂପ ଧାରଣ କରି ମୃତ୍ୟୁଲୋକରେ ପହଞ୍ଚିଲେ ।

ପବିଷ୍ଣୁଙ୍କୁ ଦେଖି ଲକ୍ଷ୍ମୀ ଚିହ୍ନି ପାରିଲେ ଏବଂ ବାରମ୍ବାର ତାଙ୍କୁ ପ୍ରଣାମ କରିବାରେ ଲାଗିଲେ । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ମିଲନରେ ସେଠାରେ ଜଣେ ଦିବ୍ୟ ପୁତ୍ରର ଜନ୍ମ ହେଲା । ଯେତେବେଳେ ପୁତ୍ରକୁ ସେହି ବନରେ ଏକୁଟିଆ ଛାଡ଼ି ଯିବାକୁ ମାତା ଲକ୍ଷ୍ମୀ ମନା କଲେ ସେତେବେଳେ ଭଗବାନ ବିଷ୍ଣୁ କହିଲେ ଯେ ତାଙ୍କ ପୁତ୍ର ଏକ ମହତ କାର୍ଯ୍ୟ ପାଇଁ ମୃତ୍ୟୁଲୋକରେ ରହିବେ ଏବଂ ତାଙ୍କର ରକ୍ଷା ପାଇଁ ସେ ପୂର୍ବରୁ ପ୍ରସ୍ତୁତି କରି ସାରିଛନ୍ତି । ରାଜା ଦୁର୍ବଶୁ ପୁତ୍ର ପ୍ରାପ୍ତି ନିମନ୍ତେ ୧୦୦ ବର୍ଷ ହେବ ତପସ୍ୟା କରୁଛନ୍ତି । ତାଙ୍କ ପାଖରେ ହିଁ ଏହି ପୁତ୍ର ରହି ସାରା ଜଗତରେ ରାଜତ୍ୱ କରିବ । ତାଙ୍କ ଦ୍ୱାରା ସାରା ସଂସାରର କଲ୍ୟାଣ ହେବ ଏବଂ ବଡ଼ ବଡ଼ କାର୍ଯ୍ୟ ସିଦ୍ଧ ହେବ । ଏହାପରେ ପୁତ୍ରକୁ ସେଠାରେ ଛାଡ଼ି ଦୁହେଁ ବୈକୁଣ୍ଠ ଚାଲିଗଲେ । ସେହିଠାରୁ ହିଁ ହେହେ ବଂଶର ବିସ୍ତାର ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button