IBN ଓଡ଼ିଶା ବ୍ୟୁରୋ

ଯେଉଁ ଘର ସାମ୍ନାରେ ଏହି ଗଛ ଆପେ ଆପେ ଉଠିଥାଏ, ସେହି ଘରେ ଧନର ବର୍ଷା ହୋଇଥାଏ ଦରିଦ୍ରତା ରୁହେ ଦୂରେଇ

ନମସ୍କାର ବନ୍ଧୁଗଣ, ଚାହୁଁ ନଥିବା କିଛି ଘଟଣା ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାନ୍ତି । ସେହିଭଳି ଆପଣ ମାନେ ନିହାତି ଅନୁମାନ କରିଥିବେ ବେଳେବେଳେ ଘର ସାମ୍ନାରେ ଆପେ ଆପେ କିଛି ଗଛ ଉଠିଥାଏ । ଆଉ ଆମେ ମାନେ ଏହାକୁ ସାଧାରଣ କଥା ଭାବି ରାହିଯାଉ । କିନ୍ତୁ ଆପଣ ଆଜି ଏହି କଥାର ଅର୍ଥ ଗୁଡିକ ଜାଣିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଘର ସାମ୍ନାରେ କେଉଁ ଗଛ ଉଠିବା ଫଳରେ ହୋଇଥାଏ ଧନ ଲାଭ ।

ତୁଲସୀ: ଯଦି ଆପଣଙ୍କ ଘର ସାମ୍ନାରେ ଏହି ଗଛ ଉଠିଥାଏ ତେବେ ଏହା ବହୁତ ଶୁଭ ହୋଇଥାଏ । କାରଣ ଏହି ଗଛର ପବିତ୍ରତା ମଣିଷର ମନକୁ ମଧ୍ୟ ପବିତ୍ର ରଖିଥାଏ । ଏହା ସହ ଘର ଉପରେ ମଧ୍ୟ କୌଣସି ଖରାପ ପ୍ରଭାବ ମଧ୍ୟ ପଡିବା ପାଇଁ ଦିଏ ନାହିଁ । ନକରତ୍ମକ ଶକ୍ତିକୁ ବିନାଶ କରିଥାଏ ନିଜର ସକାରାତ୍ମକ ପ୍ରଭାବ ବଳରେ । ଘରେ କେବେ ମଧ୍ୟ ଧନ ସମ୍ପତ୍ତିର ଅଭାବ ଦେଖିବାକୁ ମିଳିନଥାଏ ।

ବେଲଗଛ: ଯଦି ଆପଣଙ୍କ ଘରେ ବେଲ ଗଛ ରହିଛି ତେବେ ଆପଣଙ୍କ ଘରେ ସବୁବେଳେ ହସ ଖୁସିର ବାତାବରଣ ରହିବ । ଏହାସହ ଆପଣ ମାନେ ସବୁବେଳେ ସୁଖୀ ଜୀବନ କଟାଇବେ । ଏହି ଗଛର ପ୍ରଭାବ ଫଳରେ ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ । ଭୁତ ପ୍ରେତ, ଅଶୁଭ ଶକ୍ତି ଇତ୍ୟାଦିର ପ୍ରଭାବ ଆପଣଙ୍କ ଉପରେ ପଡିବା ପାଇଁ ଦେଇନଥାଏ ।

ଲେମ୍ବୁ ଗଛ: ଯଦି ଆପଣଙ୍କ ଘରେ ଏହି ଗଛ ରହିଛି ତେବେ ଏହା ଆପଣଙ୍କ ପାଇଁ ଏକ ରକ୍ଷାକରୀ ବୃକ୍ଷ ସାବ୍ୟସ୍ତ ହେବ । ଆପଣ ମାନେ ନିହାତି ଜାଣିଥିବେ କୁପ୍ରଭାବରୁ ବଞ୍ଚିବା ପାଇଁ ଲେମ୍ବୁର ବ୍ୟବହାର ପ୍ରଥମେ କରାଯାଏ । ତେଣୁ ଲେମ୍ବୁ ଆପଣଙ୍କ ଘରେ ପଡୁଥିବା ସମସ୍ତ ନକରାତ୍ମକ ଶକ୍ତିକୁ ନିଜ ଭିତରକୁ ଟାଣି ନେଇଥାଏ । ଏହି ଦୃଷ୍ଟିରୁ ଲେମ୍ବୁ ଗଛ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

ଅରଖ ଗଛ: ଯଦି ଆପଣଙ୍କ ଘରେ ଏହି ଗଛ ଆପ ଆପେ ଉଠିଥାଏ ତେବେ ଏହାକୁ ଶୁଭ ବୋଲି ଜାଣିବେ । ଏବଂ ଆପଣଙ୍କ ଘରେ କେବେ କୌଣସି ପ୍ରକାର ଅସୁବିଧା ଦେଖା ଦେବ ନାହି । ଏହି ଗଛର ପ୍ରଭାବ ଫଳରେ ଆପଣ ମାନଙ୍କ ଜୀବନରେ ଆସିବାକୁ ଯାଉଥିବା ସମସ୍ତ ଅସୁବିଧାର ଅନ୍ତ ହୋଇଥାଏ ।

ହଳଦୀ ଗଛ: ଏହାକୁ ବହୁତ ଶୁଭ ମନା ଯାଇଥାଏ । କାରଣ ହଳଦୀ ସମସ୍ତ ଶୁଭ କାର୍ଯ୍ୟ ଏବଂ ପୂଜା ଇତ୍ୟାଦିରେ ବ୍ୟବହୃତ ହୋଇଥାଏ । ତେଣୁ ଏହା ଆପଣଙ୍କ ଘରକୁ ସୁଖ ଶାନ୍ତି ଆଣିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button