IBN ଓଡ଼ିଶା ବ୍ୟୁରୋ

ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ?

ନମସ୍କାର ବନ୍ଧୁଗଣ, ମଣିଷ ଶୋଇଥିବା ସମୟରେ ଅନେକ ସ୍ଵପ୍ନ ଦେଖିଥାଏ । କିନ୍ତୁ ସ୍ଵପ୍ନ କେବେ ପୁରା ହୁଏ ନାହିଁ ବୋଲି ସମସ୍ତେ କହିଥାନ୍ତି । ହୁଏତ ଏହି କଥା ସତ ହେଇପାରେ କିନ୍ତୁ ସମସ୍ତ ସ୍ଵପ୍ନର କିଛି ନା କିଛି ଅର୍ଥ ଜଡିତ ହୋଇରହିଥାଏ ଆମ ଜୀବନ ସହ । ଯାହାକୁ ଆମେ ଏତେ ଧ୍ୟାନ ଦେଇ ନଥାଉ । ତେବେ ଆଜି ଆମେ ଜଣାଇବୁ ଯଦି ଆପଣ ସ୍ଵପ୍ନରେ ସାପ ଦେଖନ୍ତି ତେବେ ତାହାର ଅର୍ଥ କଣ ହୋଇଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଯଦି ଆପଣ କୌଣସି ସ୍ଵପ୍ନ ସକାଳୁ ସକାଳୁ ବା ବ୍ରହ୍ମ ମୂହୁର୍ତ୍ତ 4ଟାରୁ 5ଟା ଭିତରେ ଦେଖିଥାନ୍ତି ତେବେ ଏହି ସ୍ଵପ୍ନ ସତ ହେବାର ଅଧିକ ସମ୍ଭାବନା ରହିଥାଏ । ଏବଂ ଏହା ଆପଣଙ୍କ ଆଗାମୀ ସମୟରେ ନିଶ୍ଚୟ ସତ ହୋଇପାରେ ବୋଲି ଜାଣିବେ । ଯଦି ଆପଣ ରାତିର କୌଣସି ସମୟରେ ସ୍ଵପ୍ନ ଦେଖନ୍ତି ତେବେ ସେଗୁଡିକ ସତ ହେବାର ସମ୍ଭାବନା ବହୁତ କମ ରହିଥାଏ ।

ପ୍ରଥମ: ସ୍ଵପ୍ନରେ ଯଦି ସାପକୁ ଆପଣ ନିଜ ଆଡକୁ ଆସୁଥିବାର ଦେଖନ୍ତି ତେବେ ଏହା ଅଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ମନ ସର୍ବଦା ଅନ୍ୟମାନସ୍କ ରହୁଅଛି । ଏବଂ ଆପଣଙ୍କ ମନକୁ ସ୍ତିର ରଖିବାକୁ ଚେଷ୍ଟା କରନ୍ତୁ । ଦିତୀୟ: ଯଦି ଆପଣଙ୍କର ବିବାହ ହୋଇଯାଇଛି ତେବେ ଏବଂ ବାରମ୍ବାର ସ୍ଵପ୍ନରେ ସାପ ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଦାମ୍ପତ୍ୟ ଜୀବନରେ କୌଣସି ସମସ୍ୟା ରହିଛି । କିମ୍ବା ଆଗକୁ କିଛି ସମସ୍ୟା ଆସିବାର ସମ୍ଭାବନା ରହିଛି ।

ତୃତୀୟ: ଯଦି ଆପଣ ସ୍ଵପ୍ନରେ ସାପକୁ ଖେଳୁଥିବାର ଦେଖନ୍ତି ତେବେ ଏହା ଏକ ଶୁଭ ସ୍ଵପ୍ନ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଆଗାମୀ ସମୟରେ ବହୁତ ଶୀଘ୍ର କିଛି ଶୁଭ କାର୍ଯ୍ୟ ହେବାକୁ ଯାଉଛି । ଚତୁର୍ଥ: ଯଦି ଆପଣଙ୍କୁ ସାପ କାମୁଡିବାର ସ୍ଵପ୍ନ ଦେଖନ୍ତି ତେବେ ଏହାକୁ ବହୁତ ଅଶୁଭ ବୋଲି ମନାଯାଏ ।

ଏହାର ଅର୍ଥ ହେଉଛି କି ଆପଣଙ୍କୁ ଆପଣଙ୍କର କୌଣସି ଶତ୍ରୁ ସମସ୍ୟାରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି । ଏବଂ ଆପଣଙ୍କୁ ଆପଣଙ୍କ ଶତ୍ରୁ ଠାରୁ ପରାଜିତ ହେବାର ସୂଚନା ଦେଇଥାଏ । ପଞ୍ଚମ: ଯଦି ଆପଣ ସ୍ଵପ୍ନରେ ବଡ ସାପ ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କର ଶତ୍ରୁ ଆପଣଙ୍କୁ ଅସୁବିଧାରେ ପକାଉଛି ।

ଷଷ୍ଠ: ଯଦି ଆପଣ ସ୍ଵପ୍ନରେ ଶେଷ ନାଗଙ୍କୁ ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ସାକ୍ଷାତ ବିଷ୍ଣୁ ଭଗବାନଙ୍କ ଦର୍ଶନ ମିଳିଛି । ଯଦି ଆପଣ ଏହି ସାପ ସ୍ଵପ୍ନ ଦେଖି ଦାରୁଛନ୍ତି ତେବେ ଆପଣ ଶିବ ମନ୍ଦିର ଯାଇ ଶିବ ଲିଙ୍ଗରେ କ୍ଷୀର ଓ କଳା ରାଶି ଚଢାନ୍ତୁ । ଏହାଦ୍ବାରା ସମସ୍ତ ଖରାପ ସ୍ଵପ୍ନ ନିଷ୍ଫଳ ହୋଇଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button