IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭଲ ସମୟ ଆସିବା ପୂର୍ବରୁ ତୁଳସୀ(Tulasi) ଦେଇଥାଏ ଏହି 5ଟି ସଙ୍କେତ! ସାକ୍ଷାତ ଲକ୍ଷ୍ମୀ ଆସନ୍ତି ଘରକୁ

ନମସ୍କାର ବନ୍ଧୁଗଣ, ହିନ୍ଦୁ ଧର୍ମରେ ତୁଲସୀ ଗଛକୁ ବହୁତ ପବିତ୍ର ବୃକ୍ଷର ମାନ୍ୟତା ଦିଆଯାଇଛି । ସେଥିପାଇଁ ଘରର ଅଗଣାରେ ତୁଲସୀ ଗଛ ଲାଗିଥାଏ । କାରଣ ତୁଳସୀ ଗଛକୁ ଘରୁ ବାହାରିଲା ବେଳେ ପ୍ରଣାମ କରିଯିବା ବହୁତ ଶୁଭ ହୋଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ତୁଲସୀ ଗଛର କିଛି ସଙ୍କେତ ଯାହା ଭଲ ସମୟ ଆସିବା ବେଳେ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ସବୁ ବିଷୟରେ ।

ପ୍ରଥମ: ଆପଣ ନିଶ୍ଚୟ ଅନୁମାନ କରିଥିବେ ତୁଲସୀ ଗଛ ଅଚାନକ ଶୁଖିବାକୁ ଲାଗିଥାଏ । ଯେତେ ଯତ୍ନ ନେଲେ ମଧ୍ୟ ଶୁଖିଯାଏ । ତେବେ ଏହାର ସଙ୍କେତ ହେଉଛି ଘରେ କୌଣସି ନକରତ୍ମକ ଶକ୍ତିର ବାସ ରହିଛି । କିମ୍ବା ଆପଣଙ୍କ ଘରକୁ ଆଗକୁ କୌଣସି ବିପଦ ଆସିବାକୁ ଯାଉଛି । ଏଥିରୁ ଏହା ମଧ୍ୟ ସଙ୍କେତ ମିଳିଥାଏ କି ଘରେ ଧନର ଅତ୍ୟଧିକ ଖର୍ଚ ହେବାକୁ ଯାଉଛି ।

ଦିତୀୟ: ଯଦି ହରା ଭରା ତୁଲସୀ ଗଛର ପତ୍ର ଆପେ ଆପେ ଝାଡିବାକୁ ଲାଗେ ତେବେ ଆପଣଙ୍କ ଘରେ କଷ୍ଟ ବା ବଣ୍ଟା ବଣ୍ଟି ହେବାକୁ ଯାଉଛି । ନିଜ ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ ପରିବାରରେ ଅଶାନ୍ତି ଲାଗି ରହିବାର ସଙ୍କେତ ଦେଇଥାଏ । ଏହି ଅସୁବିଧା ଭୋଗ କାଲେ ସନ୍ଧ୍ୟା ସମୟରେ ତୁଲସୀ ଚଉରା ମୂଳରେ ଦୀପ ଟିଏ ଜାଳନ୍ତୁ । ଯଦି ପତ୍ର ହଳଦିଆ ହୋଇ ପବନରେ ଝଡି ତଳେ ପଡିଥାଏ ତେବେ ଏହା ପ୍ରକୃତିକ ହୋଇଥାଏ କୌଣସି ଚିନ୍ତାର ବିଷୟ ହୋଇନଥାଏ ।

ତୃତୀୟ: ତୁଲସୀ ଗଛ ପାଖରେ ଯଦି ଛୋଟ ଛୋଟ ଅନ୍ୟ ଗଛ ଉଠିବାକୁ ଲାଗେ ତେବେ ଏହାକୁ ଏକ ଭଲ ସଙ୍କେତ ବୋଲି ମନାଯାଏ । ଏହି ସଙ୍କେତରୁ ଜାଣିନିଅନ୍ତୁ କି ଆପଣଙ୍କ ଘରକୁ ବହୁତ ସାରା ଖୁସି ଆସିବାକୁ ଯାଉଛି । ଆପଣଙ୍କ ବ୍ୟାପାରରେ ବୃଦ୍ଧି ହୋଇପାରେ । ଚତୁର୍ଥ: ଆପଣ ବହୁତ ଥର ଦେଖିଥିବେ ତୁଲସୀ ଗଛ ପାଖରେ ପିମ୍ପୁଡି ବହୁତ ହୋଇଯାନ୍ତି ଆପଣ ବହୁତ ସଫା କଲା ପରେ ମଧ୍ୟ ।

ଏବଂ ତୁଲସୀ ଗଛକୁ ଖରାପ କରିବାକୁ ଲାଗନ୍ତି ତେବେ ଏହାର ସଙ୍କେତ ହେଉଛି କୌଣସି ବାହାର ବ୍ୟକ୍ତି ଆପଣଙ୍କ ଘର ପ୍ରତି ବିପଦ ଆଣିବେ । କୌଣସି ବ୍ୟକ୍ତିଙ୍କ କାରଣରୁ ଆପଣଙ୍କୁ ବହୁତ ବଡ କ୍ଷତି ହୋଇପାରେ । ଜୀବନରେ ସବୁଠାରେ ବିପତ୍ତି ରୂପେ ତାହା ଆସିବ । ଯାହାଫଳରେ ଆପଣ ବହୁତ ଭାଙ୍ଗିପଡିବେ ।

ପଞ୍ଚମ: ତୁଲସୀ ଗଛରେ ଛୋଟ ସୁନ୍ଦର ପ୍ରଜାପତି ବା ସୁନ୍ଦର ଚଢେଇ ବା କୋଇଲି ଆସି ବସିଲେ ତୁଲସୀ ଗଛ ବହୁତ ହାର ଭାର ଦେଖାଯାଏ ତେବେ ଏହା ବହୁତ ଜଲ୍ଦି ଧନ ଲାଭର ସଙ୍କେତ ହୋଇଥାଏ । କିମ୍ବା ଆପଣଙ୍କର କୌଣସି ମନସ୍କାମନା ନିଶ୍ଚୟ ପୂରଣ ହେବ ବୋଲି ଜାଣିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟତି ଭଲ ଲାଗୁଥାଏ ତେବେ ଲାଇକ ଶେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button