IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଗଳା, ନାକ, ଛାତି ରେ ଜମା ହୋଇଥିବା କଫ ତୁରନ୍ତ ବାହାରିଯିବ, ପିଲା ଠାରୁ ବୁଢା ପର୍ଯ୍ୟନ୍ତ କରନ୍ତୁ ଏହି ଦେଶୀ ଉପାୟ

ନମସ୍କାର ବନ୍ଧୁଗଣ । ଋତୁ ପରିବର୍ତ୍ତନ ର କାରଣ ରୁ ପ୍ରାୟତଃ ସମସ୍ତ ଙ୍କ ଠାରେ ଥଣ୍ଡା, କଫ, କାଶ ଜନିତ ସମସ୍ୟା ମାନ ଦେଖିବାକୁ ମିଳୁଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଘରୋଇ ଉପଚାର ବିଷୟ ରେ ନେଇ କରି ଆସିଛୁ ଯାହା ଦ୍ଵାରା ଆପଣ ଥଣ୍ଡା ଓ କଫ ଜନିତ ସମସ୍ୟା ରୁ ସଙ୍ଗେ ସଙ୍ଗେ ମୁକ୍ତ ହୋଇଯିବେ । ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମେ କିଛି ତେଜପତ୍ର ର ଆବଶ୍ୟକ ପଡ଼ିବ । ଯାହା ଆପଣଙ୍କୁ ଅତି ସହଜରେ ହିଁ ନିଜ ରୋଷେଇ ଘରୁ ମିଳିଯିବ ।

ଆପଣ ଏହି ଉପଚାର ଟିକୁ ବାନାଇବା ପାଇଁ ପ୍ରଥମେ ଗ୍ୟାସ ରେ ଏକ ପାତ୍ର ବସାଇ ସେଥିରେ ଅଧ୍ ଲିଟର ପାଣି ଦିଅନ୍ତୁ । ଏହା ପରେ ଆପଣ ସେଥିରେ 6 ଟି ତେଜପତ୍ର କୁ ଛୋଟ ଛୋଟ କରି ଛିଣ୍ଡାଇ ପକାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ଏକ ଦୁଇ ଇଞ୍ଚ ସାଇଜ ର ଏକ ଅଦା ଖଣ୍ଡ କୁ ନେଇ ତାକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ ।

ଏବେ ସେହି ଅଦା ଟିର ଛୋଟ ଛୋଟ ଖଣ୍ଡ କରି ସେହି ତେଜପତ୍ର ପାଣି ରେ ପକାଇ ଦିଅନ୍ତୁ । ଶେଷ ରେ ଆପଣ ଏଥିରେ 7 ଟି ଗୋଟା ଲବଙ୍ଗ କୁ ପକାଇ ଦିଅନ୍ତୁ । ବର୍ତ୍ତମାନ ଏହି ପରି ଭାବରେ ସେହି ପାଣି କୁ ଫୁଟିବା ପାଇଁ 7 ରୁ 10 ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ଆପଣ ଗ୍ୟାସ ବନ୍ଦ କରି ତାହାକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ ।

ଥଣ୍ଡା ହେଲା ପରେ ତାହାକୁ ଏକ ପାତ୍ର ରେ ଛାଣି ନିଅନ୍ତୁ । ଏବେ ଆପଣ ସେଥିରେ ଏକ ଚାମଚ୍ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏହା ଗଳା ରେ ହୋଇଥିବା ଇନଫେକ୍ସନ୍ କୁ ଦୂର କରିବା ରେ ସାହାର୍ଯ୍ୟ କରିଥାଏ । ବର୍ତ୍ତମାନ ଆପଣ ଙ୍କର ଏହି ଉପଚାର ଟି ବନି ପ୍ରସ୍ତୁତ ହୋଇ ଯାଇଛି ।

ଯଦି ଆପଣ ଙ୍କୁ ଡାଇବେଟିସ ତଥା ମଧୁମେହ ଜନିତ ରୋଗ r ସମସ୍ୟା ନ ଥାଏ, ତେବେ ଆପଣ ଏଥିରେ ଏକ ଚାମଚ୍ ମହୁ ମଧ୍ୟ ମିଶାଇ ପାରିବେ । ତେବେ ବନ୍ଧୁଗଣ ଏହାକୁ ସେବନ କରିବା ପାଇଁ ଆପଣ ଙ୍କୁ ଏକ ଗ୍ଲାସ୍ ଉଷୁମ ପାଣିର ଆବଶ୍ୟକ ରହିଛି ।

ଏଠାରେ ମନେ ରଖିବେ କି ଏହାକୁ କେବେ ହେଲେ ଥଣ୍ଡା ପାଣି ଦ୍ୱାରା ପିଇବେ ନାହିଁ । ନଚେତ୍ ଆପଣ ଙ୍କୁ ଏହାର ପ୍ରଭାବ ଦେଖିବାକୁ ମିଳିବ ନାହିଁ । ବର୍ତ୍ତମାନ ଯଦି ଆପଣ ଏହାକୁ କୌଣସି ବଡ ଲୋକ ଙ୍କୁ ସେବନ କରିବାକୁ ଦେଉଛନ୍ତି, ତେବେ ଆପଣ ଏଥିରୁ ମାତ୍ର ଦୁଇ ଚାମଚ ଦିଅନ୍ତୁ ।

ଛୋଟ ପିଲା ମାନଙ୍କୁ ଦେଉଥିଲେ ଏଥିରୁ କେବଳ ଏକ ଚାମଚ ନେଇ ଦିଅନ୍ତୁ । ଏବେ ବଳକା ଥିବା ଅଂଶ କୁ ଆପଣ 7 ଦିନ ପାଇଁ ଫ୍ରିଜ୍ ରେ ରଖି ଷ୍ଟୋର କରି ପାରିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଉପଚାର ଟି କିପରି ଲାଗିଲା, ତାହା ଆପଣ ଆମକୁ ତଳେ କେମଣ୍ଟ ବକ୍ସ ରେ ଲେଖି ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button