ଦେଶ

ଆଜି ଲୋକସଭାରେ ଶପଥ ନେବେ ଓଡିଶାର ୧୯ ସାଂସଦ

ନୂଆଦିଲ୍ଲୀ: ସଂସଦରେ ଆଜି ଶପଥ ନେବେ ଓଡିଆ ସାଂସଦ। ସୋମବାର ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ୍ ଶପଥ ଗ୍ରହଣ କରିଥିଲେ। ଆଜି ବାକି ୧୮ ସାଂସଦ ଶପଥ ନେବେ। ତେବେ ଅଷ୍ଟାଦଶ ଲୋକସଭାର ଦୁଇ ଦିନିଆ ଅଧିବେଶନ ଆରମ୍ଭ ହୋଇଥିବାବେଳେ ନବ ନିର୍ବାଚିତ ସାଂସଦ ମାନେ ଶପଥ ନେଉଛନ୍ତି । ଏବଂ ଲୋକସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ସାଂସଦ ମାନଙ୍କୁ ଶପଥ ପାଠ କରାଉଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଙ୍କ ସମେତ ୨୬୦ ଜଣ ସାଂସଦ ପଦ ଓ ଗୋପନୀୟତାର ସହ ଶପଥ ପାଠ କରିଥିଲେ। ଆଜି ବାକି ଥିବା ସାଂସଦ ମାନେ ଶପଥ ନେବେ।

Related Articles

Leave a Reply

Your email address will not be published. Required fields are marked *

Back to top button