IBN ଓଡ଼ିଶା ବ୍ୟୁରୋ

ଭାତ ନା ରୁଟି କ’ଣ ଖାଇଲେ କମିବ ( Weight Loss ) ଓଜନ ?

ସାଧାରଣତଃ ଭାରତୀୟ ନାଗରିକ ଙ୍କ ପାଇଁ ଭାତ ହେଉଛି ପ୍ରଧାନ ଖାଦ୍ୟ । ଭାରତୀୟ ଖାଦ୍ୟଶୈଳୀ ରେ ରନ୍ଧା ଯାଇଥିବା ତରକାରୀ କୁ ଭାତ ଓ ରୁଟି ସହ ହିଁ ଭୋଜନ କରାଯାଏ । କିନ୍ତୁ ଯେତେବେଳେ ଓଜନ କମାଇବା ବା ଡାଏଟ କଣ୍ଟ୍ରୋଲ ବା ଫିଟ ରହିବା କଥା ଆସେ, ଲୋକ ମାନେ ବହୁତ ଚିନ୍ତା ରେ ପଡି ଯାଇଥାନ୍ତି ଓ ଭାତ ଛାଡି ରୁଟି ଖାଇବାକୁ ଆରମ୍ଭ କରି ଦେଇଥାନ୍ତି । କିନ୍ତ ଏପରି କରିବା ଠିକ ହୋଇଥାଏ ବା ନା ସେ ବିଷୟରେ ଆସନ୍ତୁ ବିସ୍ତାର ରେ ଜାଣିବା ବିଶିଷ୍ଠ ଡାଏଟିସିଆନ ନିହାରିକା ଦାସ କଣ କହୁଛନ୍ତି ।

ଅନେକ ଲୋକ ଙ୍କର ଚିନ୍ତା ଧାରା ଏପରି ଥାଏ କି, ଯଦି ସେମାନେ ଭାତ, ରୁଟି ଖାଇବା କମ କରିଦେବେ ବା ବନ୍ଦ କରି ଦିଅନ୍ତି, ତେବେ ତାଙ୍କର ଓଜନ କମିଯିବ । ତାହାସଙ୍ଗେ ଶରୀରରେ ଓଜନ ମଧ୍ୟ ମେଣ୍ଟେନ ହୋଇ ରହିବ । ଆମ ଶରୀର କୁ କାର୍ଯ୍ୟ କରିବାକୁ ଶକ୍ତି କାର୍ବୋହାଇଡ୍ରେଡ ରୁ ହିଁ ମିଳିଥାଏ ।

ଭାତ ଓ ରୁଟି ଖାଇବା ଦ୍ଵାରା ଶରୀର କୁ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଡ ମିଳିଥାଏ । ଯଦି ଆପଣ କାର୍ବୋହାଇଡ୍ରେଡ ବନ୍ଦ କରି ଦିଅନ୍ତି, ତେବେ ଆପଣଙ୍କୁ ଅନେକ ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡି ପାରେ । ତେଣୁ ଆପଣ ଦିନ କୁ ଅତିକମ ରେ 1 ପ୍ରତିଶତ ମଧ୍ୟ କାର୍ବୋହାଇଡ୍ରେଡ ନେଇ ପାରିବେ ।

ଲୋକ ମାନେ କିନ୍ତୁ ଭାତ ଓ ରୁଟି ଅଧିକାଂଶ ଖାଇବା ବନ୍ଦ କରି ଦେଇଥାନ୍ତି ଏହାର ମୁଖ୍ୟ କାରଣ ହେଉଛି ସେମାନେ ଯାନୀ ପାରି ନଥାନ୍ତି କି ଭାତ ଓ ରୁଟି କେତେ ପରିମାଣ ର ଖାଇବା ଉଚିତ । ଯେପରି କି ଅନେକ ଥର ଦେଖା ଯାଇଥାଏ କି ରୁଟି କୁ ତ ସମସ୍ତେ ସାଧାରଣତଃ ଏକ ପରିମାଣରେ ଖାଇ ଦେଇଥାନ୍ତି କିନ୍ତୁ ଭାତ ଖାଇବା ସମୟରେ ଜାଣି ପାରି ନଥାନ୍ତି ଓ ଖାଉ ଖାଉ ଅନେକ ଭାତ ଖାଇ ଦେଇଥାନ୍ତି । ଯାହା ଶରୀରରେ ଓଜନ ବୃଦ୍ଧର ମୁଖ୍ୟ କାରଣ ହୋଇ ଯାଇଥାଏ ।

ତେଣୁ ଆପଣ ନିଜର ଶରୀର ର ଓଜନ କୁ ନିୟନ୍ତ୍ରଣ ରେ ରଖିବା ପାଇଁ ଭାତ ଓ ରୁଟି କୁ ନିୟନ୍ତ୍ରଣ ରେ ରହି ଅଳ୍ପ ମାତ୍ରାରେ ଭୋଜନ କରନ୍ତୁ । ନଚେତ ଯଦି ଆପଣ ଯେଉଁ ଦିନ ଆମିଷ ଭୋଜନ କରନ୍ତି, ସେହି ଦିନ ଭାତର ସେବନ କରନ୍ତୁ ଓ ଅନ୍ୟ ଦିନ ରୁଟି ର ସେବନ କରନ୍ତୁ । ତାହାସହ ଆପଣ ଯଦି ପ୍ରତିଦିନ କିଛି କିଛି ସମୟ ଧରି ବ୍ୟାୟାମ କରିବେ, ତେବେ ଆପଣଙ୍କ ଶରୀରର ଅତ୍ୟାଧିକ ଓଜନ ମଧ୍ୟ ଧୀରେ ଧୀରେ ନିୟନ୍ତ୍ରିତ ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button