IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କେଉଁ ରଙ୍ଗ ଦେଲେ ହୋଇଥାଏ ଶୁଭ

ନମସ୍କାର ବନ୍ଧୁଗଣ ତେବେ ବାସ୍ତୁଶାସ୍ତ୍ରରେ ରଙ୍ଗର ବହୁତ ମହତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ରଙ୍ଗ ଦ୍ୱାରା ହିଁ ମନୁଷ୍ୟ ଭଲ ଏବଂ ଖରାପ ବସ୍ତୁକୁ ଚିହ୍ନି ପାରିଥାଏ । ରଙ୍ଗ ଦ୍ୱାରା ବି ସକାରତ୍ମକ ଏବଂ ନକରାତ୍ମକ ଉର୍ଜାର ସଂଚାର ହୋଇଥାଏ । ଏହି କାରଣରୁ ଆମକୁ ଘରର କାନ୍ଥ ଉପରେ ରଙ୍ଗ ଲଗାଇବା ସମୟରେ ଏହା ଅବଶ୍ୟ ଜାଣିନେବା ଉଚିତ କି କେଉଁ ରଙ୍ଗ କେଉଁ କାନ୍ଥ ଉପରେ ଠିକ ହୋଇଥାଏ ।

ବାସ୍ତୁ ଅନୁସାରେ ଅଲଗା ଅଲଗା ରଙ୍ଗ ଆମ ଜୀବନ ଉପରେ ଅଲଗା ଅଲଗା ପ୍ରଭାବ ପକାଇଥାଏ । ଗାଢ଼ ରଙ୍ଗର କାରଣରୁ ଆମର ସ୍ୱାଭବ ଉଗ୍ର ଏବଂ କ୍ରୋଧି ବନିଯାଏ ଫିକା ରଙ୍ଗ ଦ୍ୱାରା ଆମର ଘର ଶୋକ ଏବଂ ଦୁଃଖରେ ଭରା ରହିବା ପ୍ରତିତ ହୋଇଥାଏ । ରଙ୍ଗ ଆମ ଜୀବନ ମନ ଉପରେ ବି ପ୍ରଭାବ ପକାଇ ଥାଏ । ଯଦି ଆପଣ ଦିଗ ଅନୁସାରେ ରଙ୍ଗ ଲଗାଇବେ ତ ଆପଣଙ୍କୁ କଷ୍ଟର ସାମ୍ନା କରିବାକୁ ପଡିନଥାଏ । ଆସନ୍ତୁ ଜାଣିବା କେଉଁ ଦିଗରେ କାନ୍ଥରେ କେଉଁ ରଙ୍ଗ ଲଗାଇବା ଉଚିତ ।

ତେବେ ଉତ୍ତର-ପଶ୍ଚିମ ଦିଗରେ ବଡ଼ ରୁମ ହେବା ଉଚିତ । ଏହା ଘରର ସବୁଠାରୁ ମହତ୍ୱପୂର୍ଣ୍ଣ ରୁମ ଅଟେ । କୌଣସି ବି ଘରରେ ସବୁଠାରୁ ବଡ଼ ରୁମ ଘରର ବଡ଼ ମୁଖିଆଙ୍କୁ ଦିଆ ଯାଇଥାଏ । ଏହିଥିରେ ହିଁ ଦାମ୍ଫତ୍ୟ ଜୀବନ ଆରମ୍ଭ ହୋଇଥାଏ । ଏହି ରୁମରେ ସର୍ବଦା ମାଟିଆ ରଙ୍ଗର ରଙ୍ଗ ଲଗାଇବା ଉଚିତ ଅର୍ଥାତ ହାଲକା ଲାଲ ନୀଳ ସବୁଜ ଗ୍ରେ ଓ ବାଇଗଣୀ ଭଳି ହାଲକା ରଙ୍ଗର ବ୍ୟବହାର କରିବା ଦରକାର । ଏହା ଦ୍ବାରା ବୃହସ୍ପତି ମଜବୁତ ହୋଇଥାଏ । ଏବଂ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏ ପ୍ରେମ ଓ ଖୁସିକୁ ଦର୍ଶାଇବା ସହ ଶାନ୍ତ ଓ ଆରାମଦାୟକ ନିଦ ଦେଇଥାଏ ।

ତେବେପିଲାଙ୍କ ରୁମ ପୂର୍ବ କିମ୍ବା ପଶ୍ଚିମ ଦିଗରେ ହେବା ଉଚିତ । ପିଲାଙ୍କ ଉନ୍ନତି ପାଇଁ ତାଙ୍କ ରୁମରେ ହାଲକା ନାରଙ୍ଗୀ ଗୋଲପୀ ନୀଳ ସବୁଜ ବ୍ରାଇଟ ରଙ୍ଗ ଲଗାନ୍ତୁ । ଏହା ଦ୍ବାରା ପାଠ ପଢ଼ାରେ ମନ ଲାଗିଥାଏ ଏବଂ ତାଙ୍କର ମନ ଶାନ୍ତ ରହିଥାଏ । ଏହି କଥାକୁ ମଧ୍ୟ ଧ୍ୟାନ ଦେବା ଦରକାର ଆପଣଙ୍କ ପିଲାଙ୍କ ରୁମରେ ଅଧିକ ଲାଲ ରଙ୍ଗ ବ୍ୟବହାର କରିବେ ନାହିଁ । ଏଭଳି ରଙ୍ଗ ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ।

ଯଦି ଆପଣଙ୍କ ଦ୍ୱାର ଦକ୍ଷିଣ ଦିଗକୁ ହୋଇଥିବ ତେବେ ଘରର ସୁଖ ଶାନ୍ତି ପାଇଁ ବାହାର କାନ୍ଥରେ ନୀଳ ରଙ୍ଗ ଲଗାଇବା ଉଚିତ । ଏହା ବ୍ୟତୀତ ଧଳା ନୀଳ କିମ୍ବା ବାଇଗଣୀ ରଙ୍ଗ ବି ଲଗାଇ ପାରିବେ । ଯେତେବେଳେ ଆମେ ଶୋଇଥାଉ ତ ଆମର ମୁଖ ଉପରକୁ ଥାଏ ତ ଉପରେ କେଉଁ ରଙ୍ଗ ହେବା ଉଚିତ ଏହା ବହୁତ ମହତ୍ୱ ରଖିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଧଳା ରଙ୍ଗ ଶାନ୍ତି ପାଇଁ ହୋଇଥାଏ ଏବଂ ଏହାର କୌଣସି ବି ପ୍ରକାରର ପ୍ରଭାବ ଆମ ଉପରେ ପଡିନଥାଏ ।

ଏଥିପାଇଁ ଘରର ଉପରେ ସିଲିଂ ସର୍ବଦା ଧଳା ରଙ୍ଗର ହେବା ଉଚିତ । ଏହି ସ୍ଥାନରେ ଲାଲ ରଙ୍ଗ କେବେବି କରିବେ ନାହିଁ । ଘରର ଗେଷ୍ଟ ରୁମରେ କେବେବି ଉତେଜିତ କରିବା ଭଳି ରଙ୍ଗ ଲଗାଇବେ ନାହିଁ । ଗେଷ୍ଟରୁମରେ ଆପଣଙ୍କୁ ହାଲକା ହଳଦିଆ ନାରଙ୍ଗୀ ନୀଳ ଓ ସବୁଜ ରଙ୍ଗର ବ୍ୟବହାର କରି ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button