IBN ଓଡ଼ିଶା ବ୍ୟୁରୋ

ମୁଖ ଦୁର୍ଗନ୍ଧକୁ (halitosis) ନେଇ ବହୁ ଲୋକ ଚିନ୍ତିତ ଥାଆନ୍ତି, ପାଟିରୁ ଦୁର୍ଗନ୍ଧ ଦୂର କରିବେ କେମିତି?

ମୁଖର ଦୁର୍ଗନ୍ଧ କୁ ନେଇ ବହୁତ ଲୋକ ସବୁବେଳେ ଚିନ୍ତିତ ହୋଇ ରହି ଥାଆନ୍ତି । ପାଟି ରୁ ଦୁର୍ଗନ୍ଧ ବାହାରିବା କାରଣ ରୁ ସେମାନେ କାହା ସହ କଥା ହୋଇ ପାରି ନଥା’ନ୍ତି କି କାହା ସହ ବସା ଉଠା ମଧ୍ୟ କରି ପାରନ୍ତି ନାହିଁ । ବନ୍ଧୁଗଣ ଏହି ସବୁ ସମସ୍ୟାର ସମାଧାନ ବିଷୟ ରେ ବିସ୍ତାର ରୂପରେ ଆସନ୍ତୁ ଜାଣିବା ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ଦାସ କଣ କହୁଛନ୍ତି ।

ଆଜିକାଲି ବହୁତ ଲୋକ ଅନେକ ପ୍ରକାରର ଖାଦ୍ୟ ଖାଇ ଥାଆନ୍ତି । ଏବଂ ଖାଦ୍ୟ ଖାଇ ସାରିଲା ପରେ ଯଦି ସେ ନିଜର ପାଟି କୁ ଠିକ ଭାବରେ କୁଳି କରି ନଥା’ନ୍ତି । ତେବେ ଖାଇଥିବା ସେହି ଖାଦ୍ୟ ର କିଛି ଅଂଶ ଗୁଡିକ ଯାଇ ଦାନ୍ତ ର ମୂଳରେ ଲାଗି ରହି ଯାଇଥାଏ ।

ଧୀରେ ଧୀରେ ଏହି ଗୁଡିକ ରହି ରହି ହଳଦିଆ ରଙ୍ଗ ର ହୋଇ ଏକ ପଥର ଭଳି ନିଜର ଏକ ଲେୟାର ଦାନ୍ତ ଉପରେ ସୃଷ୍ଟି କରି ଦେଇଥା’ନ୍ତି । ଏଗୁଡିକ ସାଧାରଣତଃ ବ୍ରସ କରିବା ସମୟ ରେ ମଧ୍ୟ ଦାନ୍ତ ସନ୍ଧି ରୁ ବାହାରି ନଥାଏ ।  ଫଳରେ ଦାନ୍ତ ର ମାଢି ମଧ୍ୟ ଫୁଲି ଯାଏ । ତାହାସହ ଯନ୍ତ୍ରଣା ହେବାର ମଧ୍ୟ ଦେଖା ଯାଇଥାଏ ଓ ମାଢିରୁ ରକ୍ତ ମଧ୍ୟ ବାହାରିଥାଏ ।

ଧୀରେ ଧୀରେ ଏହାର କାରଣ ରୁ ହିଁ ପାଟି ରୁ ଦୁର୍ଗନ୍ଧ ମଧ୍ୟ ବାହାରିବାର ଦେଖାଯାଇ ଥାଏ । ଡାକ୍ତରୀ ଭାଷାରେ ତାହାକୁ ହେଲିଟୋସିସିସ ବୋଲି କୁହାଯାଇ ଥାଏ । ଏହା ହେଲେ ଏହାର ଚିକିତ୍ସା ତୁରନ୍ତ ହିଁ କରାଯିବା ଉଚିତ । ଦନ୍ତ ଚିକିତ୍ସକ ମାନେ ଦାନ୍ତ ରେ ଜମି ରହିଥିବା ସେହି ମଇଳା ଗୁଡିକୁ ଦନ୍ତ ମୂଳ ରୁ କାଢି ସଫା କରି ଦେଇଥାନ୍ତି । ତାହା ପରେ କିଛି ଏପରି ଔଷଧ ଲଗାଇବା ପାଇଁ ରୋଗୀ କୁ ଦିଆଯାଇ ଥାଏ । ଯାହାକୁ ଲଗାଇବା ଦ୍ଵାରା ଦାନ୍ତ ପୁଣି ଥରେ ମାଢି ସହ ଲାଗି ଯାଇଥାଏ ।

କିନ୍ତୁ ଏହାର ଚିକିତ୍ସା ଶୀଘ୍ର ଅତି ଶିଘ୍ର ନ କରାଗଲେ, ଏହା ଧୀରେଧୀରେ ହୋଇ ଦାନ୍ତ ରୁ ମାଢି କୁ ନଷ୍ଟ କରି ଦେଇଥାଏ । ଧୀରେ ଧୀରେ ହୋଇ ଦାନ୍ତ ର ମୂଳ ନଷ୍ଟ ହୋଇ ଦାନ୍ତ ହଲିବାକୁ ଲାଗେ ଓ ଦାନ୍ତ ଖସି ମଧ୍ୟ ଯାଇଥାଏ । ତେଣୁ ଏଭଳି ସମସ୍ଯା ଦେଖିବାକୁ ପାଇଲେ ଶୀଘ୍ର ଏହାର ଚିକିତ୍ସା କରାଯିବା ଉଚିତ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button