IBN ଓଡ଼ିଶା ବ୍ୟୁରୋ

ପୂଜା କଲାବେଳେ କରୁଛନ୍ତି କି ଏହି ଭୁଲ୍ ! ପ୍ରତିଦିନ କେମିତି କରିବେ ଘର ଠାକୁର ପୂଜା ଜାଣନ୍ତୁ…Puja tips

ବନ୍ଧୁଗଣ ସନାତନ ପରମ୍ପରା ତଥା ସଂସ୍କୃତି ଆଧାରରେ ପ୍ରତ୍ଯେକଙ୍କ ଘରେ ଘରେ ଠାକୁରଙ୍କ ପୂଜାଅର୍ଚନା ପାଇଁ ଠାକୁର ଘର ହୋଇଥାଏ । ଯେଉଁଠାରେ ପ୍ରତ୍ଯେକ ଦିନ ସକାଳ ଓ ସନ୍ଧ୍ଯାରେ ଭଗବାନଙ୍କର ପୂଜା କରାଯାଇଥାଏ । ତେବେ ଠାକୁର ପୂଜା କରିବା ସମୟରେ କେଉଁ କେଉଁ ସବୁ କଥା ଉପରେ ସବୁ ଧ୍ୟାନ ଦେବେ। କେଉଁ ନୀତି ନିୟମରେ ପୂଜା କରିବା ଦ୍ଵାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ବାବା ଦିବାକର ଦାସଙ୍କ ମୁହଁରୁ ଆଜି ଜାଣିବା । ଘରର ଠାକୁର ଘରକୁ ସବୁବେଳେ ପଶ୍ଚିମ ମୁଖା କରି କରନ୍ତୁ ।

ଯେଉଁ ମାନଙ୍କ ଘରେ ଠାକୁର ଘର ପାଇଁ ସ୍ଵତନ୍ତ୍ର ଘର ନଥାଏ । ସେମାନେ ଘରର ବେଡ୍ ରୁମ୍ ରେ ଠାକୁର ଘର କରିଥାନ୍ତି । ସେମାନେ ପୂଜା କରିସାରିବା ପରେ ନିହାତି ଭାବେ ସ୍କ୍ରିନ ପକାଇବାର ବ୍ୟବସ୍ଥା କରନ୍ତୁ । ତେବେ ଠାକୁର ରଖୁଥିବା ଘରେ କେବେବି ଆମିଷ ଖାଆନ୍ତୁ ନାହିଁ । ପ୍ରାତଃ ସକାଳୁ ଉଠି ଠାକୁର ପୂଜା କାର୍ଯ୍ୟ ସାରିଦେବାକୁ ବହୁତ ଭଲ ବୋଲି ମାନାଯାଇଥାଏ । ତେବେ ସକାଳର 8 ଟା ଭିତରେ ଘରର ଠାକୁର ପୂଜା ସାରିବାକୁ ଚେଷ୍ଟା କରନ୍ତୁ ।

ଠାକୁର ପୂଜା ପୂର୍ବରୁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏଥିସହ ବୃନ୍ଦାବତୀ ମାତାଙ୍କୁ ମଧ୍ୟ ଜଳ ଅର୍ପଣ କରିବା ସହ ସେଠାରେ ପୂଜା କରନ୍ତୁ । ଠାକୁର ପୂଜା କରିବା ପୂର୍ବରୁ ସ୍ବଚ୍ଛ ଜଳରେ କିଛି କର୍ପୁର, ଅଗୁର, ଗଙ୍ଗାଜଳ ଓ ଚନ୍ଦନ ମିଶାଇ ସେଥିରେ ଏକ ସ୍ବଚ୍ଛ କପଡା ପକାଇ ଘରେ ରଖିଥିବା ମୂର୍ତ୍ତି କିମ୍ବା ଫୋଟର ମୁଖମଣ୍ଡଳକୁ ପୋଛି ପରିଷ୍କାର କରନ୍ତୁ । ଅନେକ ଲୋକ ପୂଜା ସାରି ଦୀପ ଲଗାଇଥାନ୍ତି । ହେଲେ ପ୍ରଥମେ ଦୀପ ପ୍ରଜ୍ବୋଳିତ କରି ତାପରେ ପୂଜା କାର୍ଯ୍ୟ ଆରମ୍ଭ କରନ୍ତୁ ।

ତାପରେ ସମସ୍ତ ଦେବାଦେବୀଙ୍କ ଠାରେ ଫୁଲ ଦିଅନ୍ତୁ । ଭଗବାନ ନାରାୟଣଙ୍କର ତୁଳସୀ ପତ୍ର ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ତାଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ । ଏଥିସହ ସମସ୍ତ ଦେବାଦେବୀଙ୍କୁ ଚନ୍ଦନ, ସିନ୍ଦୁର ଲଗାଇ ଦିଅନ୍ତୁ । ତାପରେ ପ୍ରଭୁଙ୍କୁ ଭୋଗ ଅର୍ପଣ କରନ୍ତୁ ।

ପୂଜା କରିବା ସମୟରେ ଆସନରେ ବସି ପୂଜା କରିବା କଥା ସବୁବେଳେ ମନେ ରଖିଥାନ୍ତୁ । ପୂଜା ସାରି ଆପଣ ଆଳତୀ କରନ୍ତୁ । ଠାକୁର ଘର ସାମ୍ନାରେ ଏକ ଘଣ୍ଟି ରଖନ୍ତୁ । ଯାହା ଦ୍ଵାରା ସେହି ଘଣ୍ଟି ବଜାଇ ଆପଣ ଠାକୁର ଘରକୁ ପ୍ରବେଶ କରନ୍ତୁ । ନଚେତ ତାଳି ବଜାଇ ଠାକୁର ଘରକୁ ପ୍ରବେଶ କରନ୍ତୁ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ନିହାତି ଭାବେ ଶେୟାର କରି ଦିଅନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button