IBN ଓଡ଼ିଶା ବ୍ୟୁରୋ

ବାସ୍ତୁ ଶାସ୍ତ୍ରରେ 7ଟି ଧଳା ଘୋଡାର ଫଟୋ ଲଗାଇବାର କଣ ରହିଛି ମହତ୍ଵ, ଜାଣି ବିଶ୍ବାସ ହେବନି

ସାଧାରଣତଃ ଆମେ ସମସ୍ତେ ହିନ ନିଜ ନିଜ ଘରେ ଭିନ୍ନ ଭିନ୍ନ ଫୋଟୋ ମାନ ଘରର ସୁନ୍ଦରତା ବଢାଇବା ପାଇଁ ଲଗାଇ ଥାଉ । ବାସ୍ତୁ ଶାସ୍ତ୍ରରେ ମଧ୍ୟ ଘରେ ଫୋଟୋ ଲଗାଇବାର ଅନେକ କିଛି ମହତ୍ଵ ରହିଅଛି। ଏପରି ରେ ଅନେକ ସ୍ଥାନରେ ଦେଖା ଯାଇଥାଏ ବା ଅନେକ ଲୋକମଧ୍ୟ ଘରେ ବା ଅଫିସ ରେ ୭ ଦୌଡୁଥିବା ଧଳା ଘୋଡାର ଫୋଟୋ କୁ ଅନାଇ ଲାଗିବା ପାଇଁ କହିଥାନ୍ତି । କିନ୍ତୁ ଏପରି କରିବା ଦ୍ଵାରା କେଉଁ ଭଳି ଫଳାଫଳ ମିଳିଥାଏ । ତାହାସହ କି ଲାଭ ହୋଇଥାଏ ତାହା ଉପରେ ଆଜିର ସଂପୂର୍ଣ୍ଣ ବିଷୟ ବସ୍ତୁ ଟି ଆଧାରିତ ।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଘୋଡା ର ଫୋଟୋ ଘରେ ଲାଗିବା ଦ୍ଵାରା ଘରର ଉନ୍ନତି ହୋଇଥାଏ । ଧଳା ରଙ୍ଗ କୁ ଶାନ୍ତି ଓ ସକାରାତ୍ମକ ର ପ୍ରତୀକ ବୋଲି କୁହାଯାଇଥାଏ । ତେଣୁ ଧଳା ରଙ୍ଗର ଘୋଡା ଲଗାଇବା ଅଧିକ ଲାଭଦାୟୀ ବୋଲି କୁହାଯାଇଛି । ତାହାସହ ଘୋଡା ହେଉଛି ଉର୍ଜାବାନର ପ୍ରତୀକ ।

ବାସ୍ତୁ ଅନୁସାରେ ଘରର ବୈଠକ ଘରର ପୂର୍ବ କାନ୍ଥ ରେ ୭ ଟି ଧଳା ରଙ୍ଗର ଦୌଡୁଥିବା ଘୋଡାର ଫୋଟୋ କୁ ଲଗାଇବା ଦ୍ଵାରା ଘରର ଉନ୍ନତି ହୋଇଥାଏ । କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଏହାକୁ ଦକ୍ଷିଣ କାନ୍ଥରେ ଲଗାଇବା ଦ୍ଵାରା ଏହା ଅଧିକ ଲାଭପ୍ରଦ ହୋଇଥାଏ ।

ଘରେ ଏହି ୭ ଟି ଆରଏନଜିଆର ଘୋଡାର ଫୋଟୋ କୁ ଲାଗିବା ଦ୍ଵାରା ଘରର ସୁଖ ସମୃଦ୍ଧିର ବିକାଶ ହେବ ଶ ଘରେ ସଦା ସବୁବେଳେ ମାତା ଲକ୍ଷ୍ମୀ ଙ୍କର ନିବାସ ମଧ୍ୟ ହୋଇଥାଏ । ତାହାସହ ଘରର ସମସ୍ତ ନକରାତ୍ମକ ଶକ୍ତି ର ନାସ ହୋଇ ଘରରେ ସକାରାତ୍ମକ ଶକ୍ତି ର ସଂଚାର ହୋଇଥାଏ । ଏହାସହ ମସ୍ତିସ୍କର ବିଚାରରେ ମଧ୍ୟ ବିକାଶ ହୋଇଥାଏ । ଶେଷ ରେ ଏହି ଫୋଟୋ କୁ ଘରେ ଲଗାଇବା ଦ୍ଵାରା ଜୀବନରେ ଉନ୍ନତି କରିବାର ସମସ୍ତ ମାର୍ଗ ମଧ୍ୟ ଖୋଲି ଯାଇଥାଏ ।

ଶାସ୍ତ୍ର ରେ ଅନୁସାରେ ଏହି ୭ ଆଙ୍କର ଅନେକ ମହତ୍ଵ ଜୋଡି ହୋଇ ରହିଛି । କାରଣ ଏହି ୭ ଅଙ୍କ କୁ ଆଦ୍ୟ ରୁ ହିଁ ଅନେକ ଶୁଭ ବୋଲି କୁହାଯାଇଛି । ଏହାର ପ୍ରମାଣ ହେଉଛି ସୂର୍ଯ୍ୟ ଙ୍କର ରଥରେ ଥିବା ଘୋଡାର ସଂଖ୍ୟା ସାତ, ସପ୍ତର୍ଷି ମଣ୍ଡଳରେ ରୁଷି ସଂଖ୍ୟା ସାତ, ସପ୍ତାହ ରେ ବାର ମଧ୍ୟ ସାତ ।

ଏପରିକି ଆମ ହିନ୍ଦୁ ଧର୍ମର ବିବାହ ସମୟ ରେ ନିଆ ଯାଉଥିବା ଅଗ୍ନି ର ଚାରି ପାର୍ଶ୍ଵରେ ପରିକ୍ରମା ମଧ୍ୟ ସାତ ଥର ହିଁ କରାଯାଇ ଥାଏ । ତାହାସହ ଇନ୍ଦ୍ରଧନୁରେ ମଧ୍ୟ ସାତ ଟି ରଙ୍ଗ ହିଁ ହୋଇଥାଏ । ତେଣୁ ସାତ ଟି ସଂଖ୍ୟା ର ଧଳା ରଙ୍ଗର ଘୋଡା ର ଫୋଟୋ ଲଗାଇବା ହିଁ ଉଚିତ ।

ତାହାସହ ଏହି ଫୋଟୋ କୁ ଲଗାଇବା ସ୍ମୟରେ ସବୁବେଳେ ଧ୍ୟାନ ରଖିବା ଆଉଚିତ ଘୋଡାର ମୁଖରେ ଯେପରି ଏକ ପ୍ରସନ୍ନତା ରହିଥିବ ନ ଆକି ସେ ଘୋଡା ମନରେ କୌଣସି କ୍ରୋଧ ବା ଆଳସ୍ୟ ରହିଥିବ । କାରଣ ଘୋଡାର ମୁଖରେ ଯଦି ପ୍ରସନ୍ନତା ଓ ସକରାତ୍ମକତା ଥାଏ ତେବେ ଆପଣଙ୍କ ଜୀବନରେ ମଧ୍ୟ ସେହିପରି ସକରାତ୍ମକତା ଭରି ଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button