IBN ଓଡ଼ିଶା ବ୍ୟୁରୋ

୭୦୦ରୁ କମ୍‌ ଦାମରେ ପାଇବେ ୧୦୦ ଦିନରୁ ଅଧିକ ଭ୍ୟାଲିଡିଟି, BSNL ଦେଉଛି ଏହି ଖାସ୍ ଅଫର

ନିକଟ ଭବିଷ୍ୟତରେ BSNL କମ୍ପାନୀ ଏହାର ରିଚାର୍ଜ ପ୍ଳାନ ମହଙ୍ଗା କରିବ ନାହିଁ ବୋଲି BSNL ଅଧ୍ୟକ୍ଷ ନିକଟରେ ଘୋଷଣା କରିଛନ୍ତି । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀ Jio, Airtel ଏବଂ Vi ପ୍ଲାନ ମହଙ୍ଗା ହେବା ପରେ BSNL ଗତ ଦୁଇ ମାସ ମଧ୍ୟରେ ୫୫ ଲକ୍ଷରୁ ଅଧିକ ନୂଆ ୟୁଜର୍ସ ଯୋଡିଛି । ସରକାରୀ ଟେଲିକମ୍‌ କମ୍ପାନୀ ଏହାର ୟୁଜର୍ସମାନଙ୍କୁ ଶସ୍ତାରେ ଅନେକ ପ୍ରିପେଡ୍‌ ରିଚାର୍ଜ ପ୍ଲାନ ଅଫର କରୁଛି ।

ପ୍ରାଇଭେଟ କମ୍ପାନୀ ଗୁଡିକର ୮୪ ଦିନିଆ ପ୍ଲାନ ପାଇଁ ୮୦୦ ରୁ ୯୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବାବେଳେ BSNL ୭୦୦ରୁ କମ୍‌ ପ୍ରାଇସରେ ୧୦୦ ଦିନରୁ ଅଧିକ ଭ୍ୟାଲିଡିଟି ସହିତ ତିନୋଟି ରିଚାର୍ଜ ପ୍ଲାନ୍‌ ଅଫର କରୁଛି । ଆସନ୍ତୁ ଜାଣିବା ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ତିନୋଟି ରିଚାର୍ଜ ପ୍ଲାନ ବିଷୟରେ ।

୬୯୯ ଟଙ୍କା ପ୍ଲାନ୍‌ :
BSNL ର ଏହି ପ୍ରିପେଡ୍‌ ରିଚାର୍ଜ ପ୍ଳାନ୍‌ ୧୩୦ ଦିନର ଭ୍ୟାଲିଡିଟି ସହିତ ଆସିଥାଏ । ଏହି ପ୍ରିପେଡ୍‌ ରିଚାର୍ଜ ପ୍ଲାନରେ ୟୁଜର୍ସମାନଙ୍କୁ ଦେଶର ଯେକୌଣସି ନେଟଓ୍ୱାର୍କରେ ଅନଲିମିଟେଡ୍‌ ଫ୍ରି’ କଲିଂର ସୁବିଧା ଦିଆଯିବ । ଆହୁରି ମଧ୍ୟ ଏହି ପ୍ରିପେଡ୍‌ ରିଚାର୍ଜ ପ୍ଲାନ୍‌ ଫ୍ରି ନ୍ୟାସନାଲ୍‌ ରୋମିଙ୍ଗ ସହିତ ଆସିଥାଏ । ଏହି ପ୍ଲାନରେ ୟୁଜର୍ସମାନେ ପ୍ରତିଦିନ ୧୦୦ ଫ୍ରି’ SMS ର ଲାଭ ପାଇବେ । ଏହା ବ୍ୟତୀତ, ଏହି ପ୍ରିପେଡ୍‌ ପ୍ଲାନ୍‌ରେ ୟୁଜର୍ସମାନଙ୍କୁ ପ୍ରତିଦିନ ୫୧୨MB ଡାଟା ଦିଆଯିବ । ଏହା ପରେ, ୟୁଜର୍ସମାନଙ୍କୁ ୪୦kbps ସ୍ପିଡରେ ଅନଲିମିଯେଡ ଡାଟାର ସୁବିଧା ମିଳିବ ।

୬୬୬ ଟଙ୍କା ପ୍ଲାନ୍‌ :
BSNL ର ଏହି ପ୍ରିପେଡ୍‌ ରିଚାର୍ଜ ପ୍ଳାନ୍‌ରେ ୟୁଜର୍ସମାନେ ୧୦୫ ଦିନର ଭ୍ୟାଲିଡିଟି ପାଇବେ । ଏହି ପ୍ଲାନରେ ୟୁଜର୍ସମାନେ ଦେଶର ଯେକୌଣସି ନେଟଓ୍ୱାର୍କରେ ଅନଲିମିଟେଡ୍‌ ଫ୍ରି’ କଲିଂର ଲାଭ ପାଇବେ । ଏହା ସହ ଏହି ପ୍ଲାନରେ ୟୁଜର୍ସମାନେ ସାରା ଦେଶରେ ଫ୍ରି’ ନ୍ୟାସନାଲ୍‌ ରୋମିଙ୍ଗର ଲାଭ ପାଇବେ । BSNL ର ଏହି ପ୍ଳାନ୍‌ ଦୈନିକ ୨GB ଡାଟା ସହିତ ଆସିଥାଏ । ଏଥିରେ ୟୁଜର୍ସମାନେ ପ୍ରତିଦିନ ୧୦୦ ଟି ଫ୍ରି SMS ର ଲାଭ ପାଇବେ ।

୩୯୭ ଟଙ୍କା ପ୍ଲାନ୍‌ :
BSNL ର ଏହି ରିଚାର୍ଜ ପ୍ଳାନରେ ୧୫୦ ଦିନର ଭ୍ୟାଲିଡିଟି ଅଛି । ଏହି ପ୍ରିପେଡ୍‌ ରିଚାର୍ଜ ପ୍ଲାନ୍‌ରେ ୟୁଜର୍ସମାନେ ପ୍ରଥମେ ୩୦ ଦିନ ପାଇଁ ଦେଶର ଯେକୌଣସି ନେଟଓ୍ୱାର୍କରେ ଅନଲିମିଟେଡ୍‌ ଫ୍ରି’ କଲିଂର ଲାଭ ପାଇବେ । ଏହା ସହିତ ୟୁଜର୍ସମାନଙ୍କୁ ଏଥିରେ ଫ୍ରି’ ନ୍ୟାସନାଲ୍‌ ରୋମିଙ୍ଗ ଲାଭ ଦିଆଯିବ । ଏହି ପ୍ଲାନରେ ପ୍ରଥମେ ୩୦ ଦିନ ପାଇଁ ଦୈନିକ ୨ GB ହାଇ ସ୍ପିଡ୍‌ ଡାଟା ଏବଂ ୧୦୦ ଫ୍ରି’ SMS ର ଲାଭ ପାଇବେ ।

Related Articles

Leave a Reply

Your email address will not be published. Required fields are marked *

Back to top button