ରାଜ୍ୟ
ଛାତ୍ରଛାତ୍ରୀଙ୍କୁ ଆସୁଛି ସାଇବର ଠକଙ୍କ ଫୋନ କଲ୍, ଅଧ୍ୟକ୍ଷକଙ୍କ ନାଁ ନେଇ ମାଗୁଛନ୍ତି ଟଙ୍କା
କନ୍ଧମାଳ : ଛାତ୍ରଛାତ୍ରୀଙ୍କୁ ଆସୁଛି ସାଇବର ଠକଙ୍କ ଫୋନ କଲ୍ । ଅଧ୍ୟକ୍ଷକଙ୍କ ନାଁ ନେଇ ମାଗୁଛନ୍ତି ଟଙ୍କା । ପରୀକ୍ଷାରେ ଅଧିକ ନମ୍ବର ଦେବାକୁ କହୁଛନ୍ତି। ଫୁଲବାଣୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷକଙ୍କ ନାଁରେ କଲ୍ ଆସୁଛି । ଅଧିକ ନମ୍ବର ଦେବାକୁ କହି ୫ ହଜାର ଟଙ୍କା ଦାବି କରୁଛନ୍ତି । ବିଭିନ୍ନ ଆପ୍ ମାଧ୍ୟମରେ ଟଙ୍କା ପଠାଇବାକୁ ଅଭିଭାବକଙ୍କୁ କହୁଛନ୍ତି ସାଇବର ଠକ ।
ଯୁକ୍ତ ଦୁଇରେ ପିଲାଙ୍କୁ ଅଧିକ ଦମ୍ବର ଦିଆଯିବ କହି ଅଭିଭାବକଙ୍କୁ ଲୋକ ଦେଖାଉଛନ୍ତି ।
ଫୋନ ଆସିବା ପରେ ଅଭିଭାବକ ପିଲାଙ୍କୁ ଜଣାଇଥିଲେ । ଫୋନ ନମ୍ବର ଯାଞ୍ଚ କରିବା ପରେ ତାହା ଅଧ୍ୟକ୍ଷକଙ୍କ ନମ୍ବର ନୁହେଁ ବୋଲି ଜଣାପଡିଥିଲା । ପରେ ସାଇବର ଥାନାରେ ଏତଲା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । କେବଳ ଫୁଲବାଣୀ ନୁହେଁ, ରାଇକିଆ କଲେଜର କିଛି ଅଭିଭାବକଙ୍କୁ ମଧ୍ୟ ଏଭଳି ଫୋନ ଆସିଥିବା ଅଭିଯୋଗ ହୋଇଛି।