ରାଜ୍ୟ

ଆଜି ରାଜ୍ୟସଭା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟସଭା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ। ଯଦି କୌଣସି ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରନ୍ତି ତେବେ ନିର୍ବାଚନରେ ସେମାନଙ୍କୁ ବିଜୟ ଘୋଷଣା କରାଯିବ। ରାଜ୍ୟସଭାରେ ଖାଲିଥିବା ୩ଟି ଆସନ ପାଇଁ ୩ଜଣ ପ୍ରାର୍ଥୀ ଅଛନ୍ତି। ଓଡ଼ିଶାରୁ ରାଜ୍ୟସଭା ପାଇଁ ବିଜେଡିର ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ତୃତୀୟ ପ୍ରାର୍ଥୀ ଭାବେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଅଶ୍ୱିନୀଙ୍କୁ ସମର୍ଥନ କରିଛି ବିଜେଡି। ଓଡ଼ିଶାରୁ ଖାଲି ଥିବା ୩ଟି ଆସନ ପାଇଁ ୩ ଜଣ ଆବେଦନ କରିଥିବାରୁ, ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ। ସଂଖ୍ୟା ଗରିଷ୍ଠତା ଥିବାରୁ ୩ ପ୍ରାର୍ଥୀ ବିନା ଭୋଟିଂରେ ରାଜ୍ୟ ସଭାକୁ ଯିବେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button