ଦେଶ

ନିଖୋଜ କୋଟା ଛାତ୍ରଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର – Ibnodisha

[ad_1]

ରାଜସ୍ତାନ: ନିଖୋଜ କୋଟା ଛାତ୍ରଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି । ଛାତ୍ରଜଣକ ୮ ଦିନ ହେଲା ନିଖୋଜ ଥିଲେ। ମୃତ ଛାତ୍ରଜଣକ ହେଲେ ରଚିତ ସୋନ୍ଧିଆ। ତେବେ ସୂଚନା ଅନୁଯାୟୀ, ପରିବାର ଲୋକେ ୮ ଦିନ ହେଲା ଖୋଜିଖୋଜି କରି ଗଡରିଆ ମହାଦେବ ଜଙ୍ଗଲରୁ ପୁଅ ମୃତଦେହକୁ ଉଦ୍ଧାର କରିଛନ୍ତି। ୧୬ ବର୍ଷୀୟ ରଚିତ କୋଟାସ୍ଥିତ ଏକ ହଷ୍ଟେଲରେ ରହି ନିଟ୍‌ କୋଚିଂ ପାଇଁ ପ୍ରସ୍ତୁତି ଚଳାଇଥିଲେ। ପରୀକ୍ଷା ଥିବା କହି ଗତ ୧୧ ଫେବୃୟାରୀ ଅପରାହ୍ନ ସମୟରେ ସେ ହଷ୍ଟେଲରୁ ବାହାରି ଯାଇଥିବା ବେଳେ ଆଉ ଫେରି ନ ଥିଲେ।ପୁଅର ପତ୍ତା ନ ପାଇ ପରିବାର ଲୋକେ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। ରଚିତଙ୍କ ଲାଷ୍ଟ ଲୋକେସନ ଗଡରିଆ ମହାଦେବ ଜଙ୍ଗଲ ଦେଖାଯାଇଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଥିଲା। ପୁଲିସ୍‌ ରଚିତଙ୍କ ରୁମ୍‌ ଖାନତଲାସୀ କରିଥିବା ବେଳେ ସେଠାରୁ ତାଙ୍କ ହାତଲେଖା ନୋଟ୍ସ ଉଦ୍ଧାର କରିଥିଲା। ଉକ୍ତ ନୋଟ୍‌ରୁ ରଚିତ ମାନସିକ ଅବସାଦରେ ଥିବା ବେଳେ ଗଡରିଆ ମହାଦେବ ଜଙ୍ଗଲ ଯାଉଥିବା ଉଲ୍ଲେଖ କରିଥିଲେ। ଏହାପରେ ପୁଲିସ୍‌, ସମ୍ପର୍କୀୟ, ସାଙ୍ଗ ପ୍ରମୁଖ ଗଡରିଆ ମହାଦେବ ଜଙ୍ଗଲରେ ଖୋଜାଖୋଜି ଆରମ୍ଭ କରିଥିଲେ। ପରିବାର ଲୋକେ ପୁଅ ସମ୍ପର୍କରେ ସୂଚନା ପାଇବା ଲାଗି ସହର ସାରା ପୋଷ୍ଟର ବି ମାରିଥିଲେ। ହେଲେ ଶେଷରେ ଜଙ୍ଗଲରୁ ପୁଅ ମୃତଦେହ ଉଦ୍ଧାର ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲ ପଠାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button