ଦେଶ

ରଙ୍ଗ ରୁଟରେ ଗାଡ଼ି ଚଳାଉଥିଲେ ସାବଧାନ – Ibnodisha

[ad_1]

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ୱରରେ ରଙ୍ଗ ରୁଟରେ ଗାଡି ଚଲାଇଲେ ଆଉ ମିଳିବନି ତ୍ରାହି । ସିଧା କୋର୍ଟକୁ ଯିବ ଗାଡି । ରବିବାର ରାଜଧାନୀର ବିଭିନ୍ନ ଛକ ବଜାରରେ ଚେକିଂ ଜୋରଦାର କରିଛି ଟ୍ରାଫିକ ଥାନା ପୋଲିସ । ଟ୍ରାଫିକ ଥାନା-୧ଓ ଟ୍ରାଫିକ ଥାନା -୨ର ଆଜି ହୋଇଥିଲା ଜୋରଦାର ଚେକିଂ । ୧୦୨ରୁ ଅଧିକ ଗାଡି ଜବତ କରିଛି ଟ୍ରାଫିକ ପୋଲିସ । ପରବର୍ତ୍ତୀ ସମୟରେ କୋର୍ଟରୁ ରିଲିଜ ଅର୍ଡର ଆଣିଲେ ଗାଡି ଚାଳକ ଟ୍ରାଫିକ ଥାନାରୁ ଗାଡି ନେବେ ବୋଲି ସୂଚନା ଦେଇଛନ୍ତି ଟ୍ରାଫିକ ଥାନା ଏସିପି ଜୟନ୍ତ କୁମାର ଦାସ । ସେହିପରି ପାର୍ବଣ ରିତୁ ଚାଲିଥିବାରୁ ରଙ୍ଗ ରୁଟ ଡ୍ରାଇଭ, ଡ୍ରିଙ୍କ ଆଣ୍ଡ ଡ୍ରଙ୍କ ଡ୍ରାଇଭ, ବିନା ହେଲମେଟରେ ଗାଡି ଚଳାଇବା, କାର ରେ ସିଟ ବେଲ୍ଟ ନ ପିନ୍ଧିବା, ଗାଡି କାଗଜପତ୍ର ନ ଥାଇ ଗାଡି ଚଳାଇବା ଆଦିକୁ ଜୋରଦାର ଚେକିଂ କରାଯିବ ବୋଲି ଟ୍ରାଫିକ ଏସିପି କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button