IBN ଓଡ଼ିଶା ବ୍ୟୁରୋ

Thyroid ମାତ୍ର 1 ମାସରେ ହିଁ କଣ୍ଟ୍ରୋଲ ହେଇଯିବ, ଆପଣାନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଥିବେ ଆମକୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ଆମ ଶରୀରରେ ବହୁତ ଗ୍ରନ୍ଥି ରହିଥାଏ ତା ମଧ୍ୟରୁ ଥାଇରଏଡ ଗ୍ରନ୍ଥି ଟିର ଆକାର ପ୍ରଜାପତି ଭଳି ଦେଖିବାକୁ ହୋଇଥାଏ ଓ ଏହା ଆମ ବେକର ତଳ ଭାଗରେ ରହିଥାଏ ତେବେ ବର୍ତ୍ତମାନ ଏହି ଥାଇରଏଡ଼ ଅଧିକାଂଶ ଲୋକଙ୍କ ପାଖରେ ଦେଖା ଦେଉଛି । ଆମ ଶରୀରର ପ୍ରାୟ ଯେଉଁ ସବୁ କାର୍ଯ୍ୟ ହୋଇଥାଏ ତାହା ଏହି ଗ୍ରନ୍ଥିରୁ ଝରୁଥିବା ହରମୋନ ଉପରେ ନିର୍ଭର କରେ । ଏହି ରୋଗ ଶରୀରରେ ବିଭିନ୍ନ ପ୍ରକାର ହରମୋନର ପରିବର୍ତ୍ତନ ହେବ ଯୋଗୁଁ ଦେଖା ଦେଇଥାଏ ।

ତେବେ ଏହି ଥାଇରାଏଡ଼ ପୁରୁଷ ମହିଳା ଉଭୟଙ୍କ ପାଖରେ ଦେଖା ଦେଉଛି ତେବେ ଥାଇରେଡ ଯୋଗୁଁ ଆମକୁ ହାଇପୋ- ଥାଇରଡିଜିମ ଓ ହାଇପର- ଥାଇରଡିଜିମ ଆଦି ରୋଗ ହୋଇଥାଏ । ଥାଇରଏଡ ଗ୍ରନ୍ଥିରୁ ହରମୋନ କମ କ୍ଷରଣ ହେଲେ ହାଇପୋ- ଥାଇରଡିଜିମ ଓ ଓ ଅଧିକ କ୍ଷରଣ ହେଲେ ହାଇପର- ଥାଇରଡିଜିମ ବୋଲି କୁହାଯାଏ ।

ଏହା ସାଧାରଣତଃ ଝିଅଙ୍କ ଠାରେ ଅଧିକ ମାତ୍ରାରେ ଦେଖାଯାଏ । ୧୫-୧୬ ବର୍ଷୀୟା ଝିଅଙ୍କୁ ଏହି ରୋଗ ହେଲେ ତାଙ୍କର ଋତୁସ୍ରାବରେ ଏହାର ପ୍ରଭାବ ପଡିଥାଏ ଓ ଓଜନ ବଢିବା ସହ କୌଣସି କାର୍ଯ୍ୟରେ ମନ ଲାଗି ନ ଥାଏ, କିନ୍ତୁ ୩୦-୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଥାଇରଏଡ ହେଲେ ସେମାନଙ୍କ ସ୍ମରଣ ଶକ୍ତି କମି ଯାଏ ଓ ଏହାର ନିରାକରଣ ନକଲେ ହୃତପିଣ୍ଡ, ଫୁସଫୁସ ଏବଂ ପାକସ୍ଥଳୀରେ ମଧ୍ୟ ପାଣି ଜମିଯାଏ ଓ ମସ୍ତିସ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ତେବେ ଥାଇରଏଡ୍‌ ପାଇଁ ଓଜନ ବୃଦ୍ଧି ହେଉଥିଲେ ଠିକ୍‌ ସମୟରେ ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ । ଖାଦରେ ଫଳ ଓ ପନିବରିବା ସାମିଲ କରନ୍ତୁ । ଏଥିସହିତ ଚର୍ବିଯୁକ୍ତ ଦୁଗ୍‌ଧ ଜାତୀୟ ଖାଦ୍ୟ ପଦାର୍ଥ ଓ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।
ଏହି ସମୟରେ ଚା ପିଅନ୍ତୁ ନାହିଁ ଜୁସ ପିଅନ୍ତୁ ଏବଂ ମଦ୍ୟପାନ ବିଲକୁଲ କରନ୍ତୁ ନାହିଁ ଏହା ସହ ଆପଣ ସକାଳୁ ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ଏହି ଔଷଧ ଖାଇବା ଉଚିତ ଓ ଔଷଧ ଖାଇବାର ଏକ ଘଣ୍ଟା ମଧ୍ୟରେ କେବଳ ପାଣି ଛଡା ଆଉ କିଛି ସେବନ କରିବା ଉଚିତ ନୁହେଁ କାରଣ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

ଆପଣ ପ୍ରତିଦିନ ସକାଳୁ ନିୟମିତ ବ୍ୟାୟମ କରିବା ଉଚିତ ଏବଂ ନିଜର ଖାଦ୍ୟପେୟ ର ମଧ୍ୟ ଅଧିକ ଧ୍ୟାନ ଦେବା ଆବଶ୍ୟକ ଅଟେ । ତେବେ ଏଥିପାଇଁ ଆପଣ ଏକ ଘରୋଇ ଉପଚାର କରି ପାରିବେ । ତେବେ ଆପଣ ଧନିଆ ଧୋଇ ନିଅନ୍ତୁ ଏବଂ ସେଥିରେ ଅଳ୍ପ ସନ୍ଧ୍ରବ୍ୟ ଲୁଣ ମିଶେଇ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ଏବଂ ଏହା ପରେ ଏଥିରେ ଅଳ୍ପ ପାଣି ଏବଂ ଲେମ୍ବୁ ରସ ମିଶେଇ ପିଇ ପାରିବେ ଏହା ସହ ଆପଣ ଏକ ଗିଲାସ ପାଣି ରେ ଗୋଟା ଧନିଆ ପକେଇ ରାତି ସାରା ଛାଡି ଦିଅନ୍ତୁ ଏବଂ ସକାଳେ ଛାଣି ପିଅନ୍ତୁ । ।

Related Articles

Leave a Reply

Your email address will not be published. Required fields are marked *

Back to top button