ରାଜ୍ୟ
ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ଗୁଜବକୁ ବିଶ୍ୱାସ ନ କରିବାକୁ ଅପିଲ କଲେ ଆଇନ ମନ୍ତ୍ରୀ

ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ଗୁଜବ କହିଲେ ଆଇନ ମନ୍ତ୍ରୀ । ଗଣମାଧ୍ୟମରେ ଯେଉଁ ତାରିଖ ଚାଲିଛି ତାହା ଗୁଜବ । ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ । ଯାହାର ନିଷ୍ପତ୍ତି ସରିଛି । ଖୁବଶୀଘ୍ର ଏ ନେଇ ମୋଡ଼ାଲିଟ ପ୍ରସ୍ତୁତ ହେବ । ବୈଠକ ପରେ ତାରିଖ ମଧ୍ୟ ସରକାର ଘୋଷଣା କରିବେ ଏବଂ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କିନ୍ତୁ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ଚାଲିଛି ତାହା ଗୁଜବ । ଗୁଜବକୁ ଲୋକେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଅପିଲ କଲେ ଆଇନ ମନ୍ତ୍ରୀ ।