ରାଜନୀତି

ଏଥିପାଇଁ ହାରିଲା ବିଜେଡି, କାରଣ କହିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ

ବିଜେଡି ପରାଜୟକୁ ନେଇ ମୁହଁ ଖୋଲିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ଭୁଲ୍‌ ବୁଝାମଣାରୁ ନିର୍ବାଚନରେ ବିଜେଡି ହାରିଲା କହିଲେ ପ୍ରଭାତ । ଚୌଦ୍ୱାରରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଭାତ ବିଶ୍ୱାଳଙ୍କ ମନ୍ତବ୍ୟ । ପ୍ରଭାତ ବିଶ୍ୱାଳ କହିଛନ୍ତି, ଭୁଲ୍‌ ବୁଝାମଣା ଯୋଗୁ ନିର୍ବାଚନରେ ବିଜେଡି ହାରିଛି।

ସେ ଆହୁରି କହିଛନ୍ତି, କେଉଁଠି ନା କେଉଁଠି ଆଣ୍ଟି ଇନ୍‌କମ୍ବାନ୍‌ସୀ ଏକ ବଡ଼ ଫ୍ୟାକ୍ଟର ଭାବେ କାମ କରିଛି। ନବୀନ ପଟ୍ଟନାୟକ ନିର୍ମଳ ଭାବମୂର୍ତ୍ତି ପାଇଁ ଦୀର୍ଘଦିନ କାମ କଲେ। କିନ୍ତୁ ଦଳ ଭିତରେ କିଛି ଭୁଲ୍‌ ବୁଝାମଣା ପାଇଁ ଦଳର ଆଜି ଏହି ଅବସ୍ଥା ହୋଇଛି। ଆମେ ଦଳ ପାଇଁ ଦିନ ରାତି ବହୁ ପରିଶ୍ରମ କରିଛୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button