IBN ଓଡ଼ିଶା ବ୍ୟୁରୋ

ବାସ୍ତୁ ବାସ୍ତୁ ଅନୁସାରେ ଏହି ଦିଗରେ ରଖିଲେ ଆଲମୀରା, ଘରେ ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ ତେବେ ସାଧାରଣତଃ ଆପଣ ଆଲମୀରା ହେଉ ଅଥବା ଯେକୌଣସି ସ୍ଥାନରେ ଆପଣ ଟଙ୍କା ପଇସା ସୁନାରୂପା ତଥା ଧନ ରଖୁଥିବେ ନିଶ୍ଚିତ । ତେବେ ଆଲମୀରା କୁ କେଉଁ ଦିଗରେ ରଖିଲେ ଧନ ବଢିବ ଅଥବା ବୃଦ୍ଧି ପାଇବ । ତେବେ ସମସ୍ତେ ଜାଣିଥାନ୍ତି ଯେ ଉତ୍ତର ଦିଗ ହେଉଛି ଧନର ଦିଗ । ମାତ୍ର ଏଠାରେ ଟିକିଏ ଭୁଲ ରହିଥାଏ ଯାହା କି ଯେଉଁମାନେ ଜାଣିନଥାନ୍ତି ସେମାନଙ୍କର ବୁଝିବାରେ ଭୁଲ ରହୁଅଛି । ତେବେ ଆମ୍ଭର ଉତ୍ତର ଦିଗ ହେଉଛି କୁବେରଙ୍କର ଏବଂ ମାତା ଲକ୍ଷ୍ମୀଙ୍କର ଦିଗ । ଏହି ଦିଗକୁ ଧନର ଦିଗ ବୋଲି କୁହାଯାଏ ।

ତେବେ ମାତ୍ର ସେଠାରେ ଯଦି ଟିକିଏ ସାମାନ୍ୟ ବୁଝିବା ଭୁଲ କରିଦେବା ତେବେ ବହୁତ ବଡଭୁଲ ହୋଇଯିବ । ତେବେ ସେ ଭୁଲଟି କ’ଣ ? ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ । ତେବେ କୁବେରଙ୍କର ଦିଗ ହେଉଛି ଦକ୍ଷିଣ ଦିଗ । ଏହାର ଅର୍ଥ ହେଉଛି କୁବେରଙ୍କର ଦୃଷ୍ଟିର ଦିଗ ହେଉଛି ଉତ୍ତର ଦିଗ । ଉତ୍ତର ଦିଗରେ କୁବେର ଏବଂ ଲକ୍ଷ୍ମୀ ରହିଥାନ୍ତି । ଏବଂ ଉଭୟ ଦକ୍ଷିଣ ଦିଗକୁ ଚାହିଁ ବସିଥାନ୍ତି ।

ଧନର ବର୍ଷା ଯାହା ହୋଇଥାଏ ତାହା ଦକ୍ଷିଣ ଦିଗରେ ହୋଇଥାଏ । ଏଣୁ ଦକ୍ଷିଣ ଦିଗରେ ଯେଉଁ କାନ୍ଥ ଥିବା ସେହି କାନ୍ଥ ପଟରେ ଯଦି ଆପଣ ନିଜର ଆଲମୀରା ଅଥବା ଯେଉଁଠି ଧନ ଦ୍ରବ୍ୟ ରଖୁଛନ୍ତି ସେଇଠି ଜିନିଷକୁ ରଖିବେ, ଏବଂ କବାଟ ଯେତେବେଳେ ଖୋଳିବେ ସେହି କବାଟ ଉତ୍ତର ଦିଗକୁ ଖୋଲିବା ଦରକାର । ଉତ୍ତର ଦିଗରେ କୁବେର ବସିଛନ୍ତି ଏଣୁ ଦକ୍ଷିଣ ଦିଗରେ ରଖିଥିବା ଧନ ଉପରେ କୁବେରଙ୍କ ଦୃଷ୍ଟି ପଡିବ ।

ତେବେ କୁବେରଙ୍କର ଦୃଷ୍ଟି ପଡିଲେ ସେହି ଜିନିଷ ବଢିବ । ଉତ୍ତର ଦିଗର ଅଧିପତି ହେଉଛନ୍ତି କୁବେର ଏବଂ ମାତା ଲକ୍ଷ୍ମୀ । ଏବଂ ଦକ୍ଷିଣ ଦିଗର ଅଧିପତି ହେଉଛନ୍ତି ଯମ । କିନ୍ତୁ କୁବେରଙ୍କର ଦୃଷ୍ଟିର ଦିନ ହେଉଛି ଦକ୍ଷିଣ ଦିଗ । କୁବେର ଉତ୍ତର ଦିଗରେ ବସି ଦକ୍ଷିଣ ଦିଗକୁ ଚାହିଁ ରହିଥାନ୍ତି ।

ଏଣୁ ଦକ୍ଷିଣ ଦିଗରେ ଥିବା ଘର ସାମଗ୍ରୀରେ ଯଦି ଆପଣ ନିଜର ଧନ ସାମଗ୍ରୀ ଅଥବା ଟଙ୍କା ସୁନା ରୂପା ତଥା ଶଙ୍ଖକୁ ମଧ୍ୟ ସେହି ଦକ୍ଷିଣ ଦିଗରେ ରଖିବେ ତେବେ ତାହା ଉତ୍ତର ମୁଖା ହୋଇ ରହିବ, ଏହିଭଳି ରଖିଲେ କୁବେରଙ୍କ ଦୃଷ୍ଟି ପଡିବା ସହିତ ଆପଣଙ୍କ ଘରେ ଧନଧାନ୍ୟର ବୃଦ୍ଧି ହେବ । ପଶ୍ଚିମ ଦିଗ ଏବଂ ଦକ୍ଷିଣ ଦିଗ ଏହି ଦୁଇଟି ଦିଗ ଯେଉଁଠାରେ ମିଶୁଛି ତାହାକୁ କୁହାଯାଉଅଛି ନୈରୁତକୋଣ । ଏବଂ ଏହି କୋଣ ସବୁଠାରୁ ଉତ୍କୃଷ୍ଠ କୋଣ ଯେଉଁଠାରେ କି ଆପଣ ନିଜର ଧନ ସଞ୍ଚୟ କରି ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button