IBN ଓଡ଼ିଶା ବ୍ୟୁରୋ

Interesting Gk Questions; ଗୋଟିଏ ଥାଳିରେ ଦୁଇଟି ଅଣ୍ଡା, ଗୋଟିଏ ଗରମ ଅନ୍ୟଟି ଥଣ୍ଡା, 99 % ଲୋକ ଫେଲ

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନଙ୍କୁ ଓଡ଼ିଆ ଢଗ ଶୁଣିବାକୁ ନିଶ୍ଚିତ ଭାବରେ ମଜା ଲାଗୁଥିବ । ଏହା ଅତ୍ୟନ୍ତ କୌତୁହଳ ଏବଂ ଜଟିଳ ମଧ୍ୟ ହୋଇଥାଏ । ଏହି ଢଗ ର ଉତ୍ତର ଖୋଜିବା ମଧ୍ୟ ଏତେ ସହଜ ହୋଇ ନଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହିଭଳି କିଛି କୌତୁହଳ ପୂର୍ଣ୍ଣ ଓଡ଼ିଆ ଢଗ ଗୁଡିକୁ କହିବୁ । ଯାହା ଆପଣଙ୍କୁ ନିଶ୍ଚିତ ଭାବରେ ମଜାଦାର ଲାଗିବ । ତେବେ ଆସନ୍ତୁ ଦେଖିବା ଆପଣ ମାନେ ଏହି ଢଗ ଗୁଡ଼ିକ ର ସଠିକ ଉତ୍ତର ଦେଇ ପାରୁଛନ୍ତି ଅଥବା ନୁହେଁ ।

୧. ଗୋଟିଏ ଫଳ ରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଅଠା । ତାହା କଣ?
ଉତ୍ତର- ପଣସ ।

୨. ଆସିଲା ବଡ଼ ଚଢ଼େଇ ବସିଲା ଡେଣା ମେଲାଇ, ଧରିଲା ମାଛ ଖାଇଲା ନାହିଁ?
ଉତ୍ତର- ଜାଲ ।

୩. କହିଲ ଦେଖି କେଉଁ ଫଳର ଆଖି ତିନୋଟି?
ଉତ୍ତର- ନଡ଼ିଆ ।

୪. ଗୋଟିଏ ଗୁମ୍ଫା ରେ ବତୀଶ ଚୋର ଦିନରେ କରନ୍ତି କାମ, ରାତି ହେଲେ ସିଏ ଆରାମ କରନ୍ତି କୁହ ତେବେ ତାଙ୍କ ନାମ?
ଉତ୍ତର- ଦାନ୍ତ ।

୫. ଗୁଲୁଗୁଲିଆ ଆଖି, ଦୁଇଟି ତାର ଡେଣା ନାକ କାନ ତାର ଅତି ଆପଣା, ଅନ୍ଧକୁ ଦେଖାଏ ବାଟ, ସିଏ ନ ରହିଲେ ଅନ୍ଧ ହୁଏ ଛଟପଟ?
ଉତ୍ତର- ଚଷମା ।

୬. ଟିକି ବାଛୁରୀ ବେକରେ ପଘା, ଟିକି ଦାନ୍ତ ରେ କାମୁଡ଼େ ଲୁଗା?
ଉତ୍ତର- ଛୁଞ୍ଚି ।

୭. ଗୋଟିଏ ଥାଳି ରେ ଦୁଇଟି ଅଣ୍ଡା, ଗୋଟିଏ ଗରମ ଅନ୍ୟଟି ଥଣ୍ଡା?
ଉତ୍ତର- ସୂର୍ଯ୍ୟ ଏବଂ ଚନ୍ଦ୍ର ।

୮. ନହ ନହକା ପତର ବଙ୍କା, ତା ଫଳ ବିକାଏ ମୁଠାଏ ଟଙ୍କା?
ଉତ୍ତର- ଧାନ ।

୯. କାଟିଲେ ରକତ ନାହିଁ, କୁଟିଲେ ହାଡ଼ ବି ନାହିଁ, କେଉଁ ଜୀବ ତାହା କୁହ ଭାଇ?
ଉତ୍ତର- ଚିଙ୍ଗୁଡ଼ି ।

୧୦. ଖାଇସାରି ପେଟେ ପତର ମେଲା
ଧଳା ରଙ୍ଗ ଦେଇ ମଖାଇ ଦେଲା,
ମସଲା ପକାଇ ମୁଢ଼ି ଖାଇଲା,
ରକତ ମେଞ୍ଚାଏ ପକାଇ ଦେଲା?
ଉତ୍ତର- ଖିଲିପାନ ।

୧୧. ଆଠଟି ଡାଳରେ ଆଠଟି ବାଣୀ, ଗୋଟିଏ ଖମ୍ବ ରେ ଅଛନ୍ତି ଟାଣି, ଖରା ବରଷା ରେ ହୁଅଇ ଖୋଜା ବରଷା ରେ ବାଜେ ଝୁମୁରୁ ବାଜା, କହିକି ପାରିବ ନାଁ ଟି ତାର, ପାଇଯିବେ ଗୋଟିଏ ପୁରସ୍କାର?
ଉତ୍ତର- ଛତା ।

୧୨. ଧଳା ପ୍ଲେଟ ରେ କଳା ରସଗୋଲା, ତାହା କଣ?
ଉତ୍ତର- ଆଖି ।

ତେବେ ଆଶା କରୁଛୁ ଆପଣ ମାନଙ୍କୁ ଏହି ଢଗ ଏବଂ ଏହାର ଉତ୍ତର ଗୁଡ଼ିକ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button