କଣ ଅଣ୍ଡା ବଢାଇଥାଏ Cholesterol ? କୋଲେଷ୍ଟ୍ରୋଲ ଥିଲେ ଜାଣନ୍ତୁ ଦିନକୁ କେତେ ଅଣ୍ଡା ଖାଇ ପାରିବେ ଆପଣ ?
ସୂଚନା ଅନୁସାରେ ଆପଣଙ୍କର ଶରୀରରେ ଯେଉଁ କୋଲେଷ୍ଟ୍ରଲ୍ ର ପରିମାଣ ରହୁଛି । ସେହି କୋଲେଷ୍ଟ୍ରଲ୍ ଦୁଇ ପ୍ରକାରର ହୋଇଥାଏ । ଗୋଟେ ଖରାପ କୋଲେଷ୍ଟ୍ରଲ୍ ଓ ଅନ୍ୟଟି ଭଲ କୋଲେଷ୍ଟ୍ରଲ୍ । ଆପଣ ଖାଉଥିବା ଖାଦ୍ଯରେ ୨୦% କୋଲେଷ୍ଟ୍ରଲ୍ ରହୁଥିବା ବେଳେ ଶରୀରରେ ୭୦ ରୁ ୮୦% କୋଲେଷ୍ଟ୍ରଲ୍ ଅଟୋମେଟିକ ସୃଷ୍ଟି ହୋଇଥାଏ । ଆପଣଙ୍କର ଶରୀରରେ କୋଲେଷ୍ଟ୍ରଲ୍କୁ ନିୟନ୍ତ୍ରଣ ରଖିବାରେ ଏକ ପ୍ରୋସେସ ରହିଥାଏ । ଯେତେବେଳେ ଆପଣ ବାହାର ଖାଦ୍ୟ ଖାଇଥାନ୍ତି ।
ସେତେବେଳେ ଖାଦ୍ଯରେ ଯଦି ଅଧିକ କୋଲେଷ୍ଟ୍ରଲ୍ ଥାଏ । ତେବେ ଶରୀରରେ ଯେଉଁ ଲିଭରରେ କୋଲେଷ୍ଟ୍ରଲ୍ ସୃଷ୍ଟି ହୋଇଥାଏ । ତାହା ଶରୀରର କୋଲେଷ୍ଟ୍ରଲ୍ ର ମାତ୍ରା ବଢିବା ଦେଖି ନିଜର କୋଲେଷ୍ଟ୍ରଲ୍ ତିଆରି କରିବା କମ୍ କରିଦେଇଥାଏ । ଯାହା ଦ୍ଵାରା ଶରୀରରେ କୋଲେଷ୍ଟ୍ରଲ୍ ର ପରିମାଣ ସନ୍ତୁଳିତ ହୋଇ ରହିଥାଏ । ଭଲ କୋଲେଷ୍ଟ୍ରଲ୍ ଶରୀରର କାର୍ଯ୍ୟ ନିୟନ୍ତ୍ରଣ କରିବାରେ ଓ ହରମୋନ ସୃଷ୍ଟି କରିବାରେ ସାହାଜ୍ଯ କରିଥାଏ ।
ଅଣ୍ଡାର କେଶରରେ କୋଲେଷ୍ଟ୍ରଲ୍ ଥାଏ । ଯଦି ଆପଣ ଅଣ୍ଡାକୁ ଖାଆନ୍ତି । ତେବେ କେଶରରେ ଥିବା କୋଲେଷ୍ଟ୍ରଲ୍ ଆମ ଶରୀରକୁ ଯାଇ କୋଲେଷ୍ଟ୍ରଲ୍ ର ପରିମାଣ ବୃଦ୍ଧି କରାଇଥାଏ କିନ୍ତୁ ଶରୀର ନିଜର କୋଲେଷ୍ଟ୍ରଲ୍ ତିଆରି କରିବା କମାଇ ଦେଇଥାଏ । ଶରୀରରେ ଏକ ପ୍ରୋସେସ ଦ୍ଵାରା କୋଲେଷ୍ଟ୍ରଲ୍ ନିୟନ୍ତ୍ରିତ ହୋଇ ରହିଥାଏ ।
ସେଥିପାଇଁ ଅଣ୍ଡାର ସେବନ କରିବା ଦ୍ଵାରା ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧି ପାଇନଥାଏ କିନ୍ତୁ ଯଦି ଆପଣ ଅତ୍ୟଧିକ ପରିମାଣରେ ଅଣ୍ଡାର ସେବନ କରିବେ ଏବଂ ଆଗରୁ ହିଁ ରକ୍ତରେ କୋଲେଷ୍ଟ୍ରଲ୍ ବଢିକି ଥିବ । ତେବେ ଶରୀରରେ କୋଲେଷ୍ଟ୍ରଲ୍ ର ପରିମାଣ ବଢିଥାଏ । ଯାହା ଆପଣଙ୍କ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ସେଥିପାଇଁ ନିଜ ଡାଏଟ୍ ରେ କୋଲେଷ୍ଟ୍ରଲ୍ ର ଖାଦ୍ୟ ଯେତେ ଅଳ୍ପ ପରିମାଣରେ ଖାଇବେ ।
ସେତେ ଆପଣଙ୍କ ସ୍ଵାସ୍ଥ ପାଇଁ ଭଲ ହୋଇଥାଏ । ପ୍ରତିଦିନ ଯଦି ଆପଣମାନେ ୧ ରୁ ୩ଟା ଅଣ୍ଡା ଖାଇଥାନ୍ତି । ତେବେ ଏହି ଅଣ୍ଡା ଖାଇବା ଦ୍ଵାରା ଆପଣଙ୍କର LDL ବା ଖରାପ କୋଲେଷ୍ଟ୍ରଲ୍ କମିଥାଏ ଓ HDL ବା ଭଲ କୋଲେଷ୍ଟ୍ରଲ୍ ବୃଦ୍ଧି ପାଇଥାଏ । ତେଣୁ ବୈଜ୍ଞାନିକଙ୍କ ରିସର୍ଚର ମତ ଅନୁସାରେ ପ୍ରତିଦିନ ୨ ରୁ ୩ଟା ଅଣ୍ଡା ଖାଇବା ଦ୍ଵାରା କିଛି ମଧ୍ୟ ସ୍ଵାସ୍ଥ ସମ୍ବଦ୍ଧୀୟ ସମସ୍ଯା ବାହାରି ନଥାଏ ଓ କୋଲେଷ୍ଟ୍ରଲ୍ ମଧ୍ୟ ବୃଦ୍ଧି ପାଇନଥାଏ ।
ବହୁତ ଲୋକଙ୍କ ମତରେ ଅଣ୍ଡା ତଥା ଅଣ୍ଡା ସହିତ ଅଣ୍ଡାର କେଶର ଖାଇବା ଦ୍ଵାରା ଶରୀରରେ କୋଲେଷ୍ଟ୍ରଲ୍ ବଢିଥାଏ । ଏହି କଥାର ସତ୍ୟତା ପ୍ରମାଣ କରିବା ପରେ ବଡ ବଡ ବୈଜ୍ଞାନିକ ତଥା ଡାକ୍ତରଙ୍କ ମତରେ ପ୍ରତିଦିନ ୨ ରୁ ୩ଟି ଅଣ୍ଡା ଖାଇବା ଦ୍ଵାରା ଶରୀରରେ କୋଲେଷ୍ଟ୍ରଲ୍ ନ ବଢି କୋଲେଷ୍ଟ୍ରଲ୍ ନିୟନ୍ତ୍ରିତ ହୋଇକି ରହିଥାଏ ।