ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ମଣିଷକୁ ବର୍ବାଦ କରିଦିଏ ଏହି 3 ଟି ଅଭ୍ଯାସ, କଣ ଏମିତି ଅଭ୍ଯାସ ଆପଣଙ୍କର ନାହିଁ ତ ?

। କୁହାଯାଇଥାଏ ମଣିଷ ଯଦି ନିଜର ବର୍ବାଦି କାରଣ ଜାଣିଯାଇଥାଏ, ତେବେ ସେ ନିଜ ଜୀବନ କୁ ସୁଖ ମୟ କରି ପାରିଥାଏ । ପାଞ୍ଚ ହଜାର ବର୍ଷ ପୂର୍ବେ ଭଗବାନ ଶ୍ରୀ କୃଷ୍ଣ ନିଜେ କିଛି ଏପରି କାରଣ ଗୁଡିକ କହିଯାଇଛନ୍ତି, ଯେଉଁ କାରଣ ରୁ ମଣିଷ ବର୍ବାଦ ହୋଇ ଯାଇଥାଏ । ଏବଂ ନିଜେ ନିଜର ଜୀବନ କୁ ସୁଖମୟ ରୁ ଦୁଃଖମୟ କରି ଦେଇଥାଏ ।ବନ୍ଧୁଗଣ ଆଜି ଆପଣ ମାନଙ୍କ ପାଇଁ ଆମେ ଏଠାରେ ଏକ ଛୋଟ ଗଳ୍ପ ଟିଏ ପ୍ରସ୍ତୁତ କରୁଅଛୁ । ଯାହାଦ୍ୱାରା ଆପଣ ଅତି ସହଜରେ ଏହି ବିଷୟରେ ଜାଣି ପାରିବେ ।
ବନ୍ଧୁଗଣ ଏକ ଜଙ୍ଗଲରେ ଏକ ସିଦ୍ଧ ସନ୍ୟାସୀ ରହୁଥିଲେ । ସେ ସଂସାର ସମସ୍ତ ସୁଖ ସୁବିଧା ଗୁଡିକୁ ତ୍ୟାଗ କରି ଜଙ୍ଗଲରେ ଏକାନ୍ତ ବାସ କରୁଥିଲେ । ଦିନେ ସେହି ରାଜ୍ୟର ରାଜା ମାର୍ଗ ରେ ଯାଉଥିବା ସମୟରେ ସେହି ତପସ୍ଵୀ ଙ୍କୁ ଦେଖିଲେ । ରାଜା କିଛି ସମୟ ପାଇଁ ତପସ୍ଵୀଙ୍କ ସହ ରହି ଅନେକ ଶାନ୍ତି ଅନୁଭବ କଲେ । ତେଣୁ ସେ ଚିନ୍ତା କଲେ, ଯଦି ସେ ତପସ୍ଵୀଙ୍କୁ ନିଜ ସହ ନିଜ ମହଲ କୁ ନେଇଯିବେ ତେବେ ସେଠାରେ ମଧ୍ୟ ଶାନ୍ତିର ବାତାବରଣ ବିଛୋରିତ ହୋଇଯିବ ।
ଏହା ଚିନ୍ତା କରି ରାଜା ତପସ୍ଵୀ ଜଣଙ୍କୁ ଅନେକ ଅନୁରୋଧ କରି ନିଜ ସହ ନିଜ ମହଲ କୁ ନେଇଗଲେ । ସେଠାରେ ଯାଇ ସେ ସନ୍ୟାସୀ ଜଣକ ଙ୍କର ଖୁବ ସେବା କଲେ । ଏହାପରେ ସନ୍ୟାସୀ ଯେତେବେଳେ ପୁନଃ ପ୍ରସ୍ଥାନ ପାଇଁ ବାହାରିଲେ, ସେତେବେଲେ ରାଜା ସନ୍ୟାସୀ ଜଣଙ୍କୁ ରହିବାକୁ ଅନୁରୋଧ କରି ସନ୍ୟାସୀଙ୍କ ନିମନ୍ତେ ନିଜ ବଗିଚାରେ ଏକ କୂଟିଆ ର ବ୍ୟବସ୍ଥା କରିଦେଲେ । ଏହିପରି କିଛି ଦିନ ବିତିଗଲା ।
ଦିନେ ରାଜା ରାଣୀଙ୍କ ସହ ଏକ ଦୂର ସ୍ଥାନକୁ ଯାତ୍ରା କରିଗଲେ । ଯିବା ସମୟରେ ରାଜା ସନ୍ୟାସୀ ଙ୍କର ସେବା ଦାୟିତ୍ଵ ନିଜ ସେବାୟତ ଙ୍କୁ ଦେଇ ଯାଇଥିଲେ, କିନ୍ତୁ ସେବାୟତ କିଛି କାରଣରୁ ସନ୍ୟାସୀ ଙ୍କର ସେବା ସୂଚାରୁ ରୂପରେ କରି ନଥିଲେ । ଯାହା କାରଣରୁ ସନ୍ୟାସୀ ବହୁ ଦିନ ଧରି ଭୋକରେ ରହିଥିଲେ । ଯେତେବେଳେ ରାଜା ଯାତ୍ରାରୁ ଫେରିଲେ ସନ୍ୟାସୀ ରାଜାଙ୍କ ଉପରେ ଖୁବ କ୍ରୋଧ କରିଲେ । ଏବଂ ରାଜା ଙ୍କୁ କହିଲେ ଯଦି ତୁମେ କୌଣସି କାର୍ଯ୍ୟ କରି ପାରିବ ନାହିଁ, ତେବେ ତାହର ଭାର କାହିଁକି ନେଉଛ । ସନ୍ୟାସୀ ଙ୍କର ଏପରି ବାଣୀ ଶୁଣି ରାଜା ଡରିଗଲେ ।
ରାଜା ସନ୍ୟାସୀ ଙ୍କୁ କ୍ଷମା ଯାଚନା କରି ଏଥର ରୁ ନିଜେ ସନ୍ୟାସୀ ଙ୍କର ସେବା କଲେ । କିଛିଦିନ ପରେ ପୁଣି ଯେତେବେଳେ ରାଜା ଯାତ୍ରା ପାଇଁ ବାହାରକୁ ଗଲେ ସେହି ସମୟରେ ରାଜା ସନ୍ୟାସୀ ଙ୍କର ସେବା ଦାୟିତ୍ଵ ଆଉ କୌଣସି ସେବାୟତ କୁ ନ ଦେଇ ରାଣୀଙ୍କୁ ଦାୟିତ୍ଵ ଦେଇ ଗଲେ । ରାଣୀ ଦିନେ ସନ୍ୟାସୀ ଙ୍କର ସେବା କରୁ କରୁ ସନ୍ୟାସୀ ଙ୍କର ଦ୍ରୁଷ୍ଟି ରାଣୀ ଙ୍କର ସୌନ୍ଦର୍ଜ୍ୟ ଉପରେ ପଡିଲା ।
ରାଣୀ ଙ୍କର ରୂପ ଦେଖି ସନ୍ୟାସୀ ଜଣକ ନିଜର ଭୋକ ଶୋଷ ଭୁଲି କେବଳ ରାଣୀଙ୍କ ବିଷୟରେ ଚିନ୍ତା କରିବାକୁ ଲାଗିଲେ । କିଛିଦିନ ପରେ ରାଜା ଯାତ୍ରା ରୁ ଫେରି ଦେଖିଲେ ସନ୍ୟାସୀ ନିଜର ଖାଇବା ଛାଡି ଦେଇଛନ୍ତି । ରାଜା ଚିନ୍ତିତ ହୋଇ ସନ୍ୟାସୀଙ୍କ ପାଖକୁ ଯାଇ ତାଙ୍କର ଚିନ୍ତାର କାରଣ ପଚାରିବାରୁ ସନ୍ୟାସୀ ନିଜର ହୃଦୟ ର କଥା କହିଲେ । ଏବଂ ରାଜା ଙ୍କୁ ରାଣୀ ଦେବା ପାଇଁ କହିଲେ ।
ରାଜା ସନ୍ୟାସୀ ଙ୍କର ଅବସ୍ଥା ଦେଖି ଭୟଭୀତ ହୋଇ ରାଣୀଙ୍କୁ ମଧ୍ୟ ଦେଇ ଦେବା ପାଇଁ ହଁ କହିଦେଲେ । ଏହାପରେ ରାଜା ଯାଇ ରାଣୀଙ୍କୁ ଏକାନ୍ତ ରେ ସମସ୍ତ କଥା ଜଣାଇଲେ । ଏହା ଶୁଣି ରାଣୀ ରାଜାଙ୍କୁ କହିଲେ ସ୍ଵାମୀ ଆପଣ ବ୍ଯସ୍ତ ହୁଅନ୍ତୁ ନାହିଁ । ମୁଁ ଜାଣିଛି ମୁଁ କଣ କରିବି । ଯାହାଦ୍ୱାରା ଆପଣଙ୍କୁ ମଧ୍ୟ କୌଣସି ପାପ ଲାଗିବ ନାହିଁ ଓ ମୋର ପତି ଧର୍ମ ମଧ୍ୟ ନଷ୍ଟ ହେବ ନାହିଁ । ଏହାପରେ ରାଜା ରାଣୀଙ୍କୁ ନେଇ ସନ୍ୟାସୀଙ୍କ ନିକଟରେ ଛାଡି ଦେଲେ । ଏହାପରେ ସନ୍ୟାସିଙ୍କୁ ରାଣୀ କହିଲେ ମୁଁ ଏହି କୂଟିଆ ମଧ୍ୟରେ ରହି ପାରିବିନି । ମୋର ଘର ଦରକାର । ଏହାଶୁଣି ସନ୍ୟାସୀ ରାଜା ଙ୍କ ନିକଟ କୁ ଯାଇ ଘର ପାଇଁ କହିଲେ ।
ରାଜା ମଧ୍ୟ ସନ୍ୟାସୀ ଙ୍କର କହିବାନୁସାରେ ଏକ ଘରର ବ୍ୟବସ୍ଥା କରିଦେଲେ । ତାହାପରେ ରାଣୀ ଦାସ ଓ ସେବାୟତ ଙ୍କ ପାଇଁ କହିଲେ ।ସନ୍ୟାସୀ ରାଣୀ ଙ୍କର ଖୁସି ପାଇଁ ରାଜଙ୍କୁ କହି ସେ ସମସ୍ତର ମଧ୍ୟ ବ୍ଯବସ୍ଥା କଲେ ଏହାପରେ ଯେତେବେଳେ ରାତି ହେଲା ଓ ସନ୍ୟାସୀ ଯେତେବେଳେ ରାଣୀଙ୍କ ନିକଟକୁ ଗଲେ ରାଣୀ କହିଲେ, ମହାତ୍ମନ ଆପଣ କିଏ ଏବଂ କଣ ଥିଲେ ଆଉ କଣ ହେଇଗଲେଣି ଥରେ ନିଜକୁ ଦେଖନ୍ତୁ । ଆପଣ ସଂସାରର ସମସ୍ତ ସୁଖ ଛାଡି ସନ୍ୟାସ ଧାରଣ କରିଥିଲେ କିନ୍ତୁ ଆଜି ପର ସ୍ତ୍ରୀ ର ରୂପ ରେ ପଡି କିଭଳି ପାପ କରିବାକୁ ଯାଉଛନ୍ତି । ଏହା ଶୁଣି ସନ୍ୟାସୀ ଜଣକ ଙ୍କର ଆଖି ଖୋଲିଗଲା ଓ ସେ ଅନେକ କାନ୍ଦିବାକୁ ଲାଗିଲେ ।
ସନ୍ୟାସୀ ରାଣୀଙ୍କୁ ବୁଝାଇ କହିଲେ ମୁଁ ଯେତେବେଳେ ଜଙ୍ଗଲରେ ଥିଲି ସେତେବେଳେ ମୁଁ ଦିନ ଦିନ ଧରି ଖାଉ ନଥିଲେ ମଧ୍ୟ ମୋର କିଛି ଅସୁବିଧା ନଥିଲା ।କିନ୍ତୁ ମୁଁ ଯେତେବେଳେ ମହଲ କୁ ଆସିଲି ଆଉ ମତେ ସମସ୍ତ ସୁଖ ସୁବିଧା ଗୁଡିକ ମିଳିବାକୁ ଲାଗିଲା । ମୋ ମଧ୍ୟରେ ମୋହ ଉତ୍ପନ୍ନ ହେବାକୁ ଲାଗିଲା । ଆଉ ଯେତେବେଳେ ସେ ସୁଖ ସୁବିଧା ମତେ ନ ମିଳିଲା ମୋ ମଧ୍ୟରେ କ୍ରୋଧ ଆସିଗଲା ।ସନ୍ୟାସୀ କହିଲେ ଯେତେବେଳେ ଇଛା ପୂରଣ ହୋଇ ନଥାଏ ସେତେବେଳେ କ୍ରୋଧ ଆସିଥାଏ ଓ ଯଦି ଇଛା ପୂରଣ ହୋଇଯାଏ, ତେବେ ମନରେ ଲୋଭ ବଢିଥାଏ ।
ଆଉ ଏହି ଇଛାର ପୂରଣ ମୋତେ ଆଜି ବାସନା ର ଦ୍ଵାରା କୁ ନେଇ ଆସିଲା । ଏହ କହି ସନ୍ୟାସୀ ରାଜା ରାଣୀ ଙ୍କୁ କ୍ଷମା ମାଗି ମହଲ ରୁ ପୁଣି ଜଙ୍ଗଲ କୁ ଚାଲିଗଲେ । ବନ୍ଧୁଗଣ ଭଗବତ ଗୀତା ରେ ଭଗବାନ ଶ୍ରୀ କୃଷ୍ଣ ନର୍କ ର ତିନୋଟି ଦ୍ଵାର ବିଷୟରେ କହିଛନ୍ତି ।




