ସ୍ଵାମୀ-ସ୍ତ୍ରୀଙ୍କ Blood Group ସମାନ ହେଲେ କଣ ହୋଇଥାଏ ?

ଣ କୌଣସି ମନୁଷ୍ୟ ଜୀବନ ରେ ସନ୍ତାନ ର ପ୍ରାପ୍ତି କୌଣସି ଆଶୀର୍ବାଦ ଠାରୁ କମ ନୁହେଁ । ତେବେ ଆପଣ ମାନେ ଏହା ଜାଣିଥିବେ ଯେ, ସ୍ୱାମୀ ଓ ସ୍ତ୍ରୀ ଙ୍କ ବ୍ଲଡ଼ଗ୍ରୁପ ସମାନ ହେବା ଉଚିତ ନୁହେଁ । ଏହା ଦ୍ୱାରା ଛୁଆ ପେଟ ରେ ରୁହେ ନାହିଁ କିମ୍ବା ଛୁଆ ଜନ୍ମ ହେଲେ ତାର ମାନସିକ ସ୍ତର ଖରାପ ହୁଏ ଏବଂ ସେ ସାଧାରଣ ଛୁଆ ଭଳି ହୋଇ ପାରେ ନାହିଁ । ତେବେ ଏଥିପାଇଁ ବିବାହ ପୂର୍ବରୁ ମଧ୍ୟ ଘର ଲୋକେ ପୁଅ ଝିଅ ଙ୍କ ର ବ୍ଲଡ଼ଗ୍ରୁପ ଟେଷ୍ଟ କରନ୍ତି ।
ତେବେ ଯଦି ଦୁହିଙ୍କ ବ୍ଲଡ଼ଗ୍ରୁପ ସମାନ ଥାଏ ତେବେ ଡାକ୍ତରଙ୍କ ପାଖରୁ ପରାମର୍ଶ ନେଇ ଥାଆନ୍ତି । କିନ୍ତୁ ଏହା ଭାବିବା ଉଚିତ ନୁହେଁ । ବ୍ଲଡ଼ଗ୍ରୁପ ର ଦୁଇଟି ପ୍ରକାର ଥାଏ ପ୍ରଥମ ରେ ହେଉଛି ଏ, ବି, ଏବି ଏବଂ ଓ ବ୍ଲଡ଼ ଗ୍ରୁପ । ଦ୍ଵିତୀୟ ରେ ହେଉଛି ଆରଏଚ ଫ୍ୟାକ୍ଟର ଯେପରି ଯେଉଁ ମାନଙ୍କ ପାଖରେ ଆରଏଚ ରହିଥାଏ ସେମାନେ ଆର ଏଚ ପଜିଟିଭ ରୁହନ୍ତି ଏବଂ ଯେଉଁ ମାନଙ୍କ ପାଖରେ ଆରଏଚ ରୁହେ ନାହିଁ ସେମାନେ ଆର ଏଚ ନେଗେଟିଭ ରୁହନ୍ତି ।
ତେବେ ଯେତେବେଳେ ବାପା ଓ ମାଆ କିମ୍ବା ସ୍ୱାମୀ ସ୍ତ୍ରୀ ଙ୍କ ବ୍ଲଡ଼ ଗ୍ରୁପ ଅଲଗା ରୁହେ ଯେମିତି କି ମାଆ ଓ ପଜିଟିଭ ରୁହନ୍ତି ଏବଂ ବାପା ଏ,ବି ଏବଂ ଏବି ରୁହନ୍ତି ତେବେ ଛୁଆରେ ଏବିଓ ଇନକମ୍ପାବିଲିଟି ଆସିଯାଏ । ଏହା ଦ୍ୱାରା ଶିଶୁ ଜନ୍ମ ପରେ ଜଣ୍ଡିସ ରେ ପୀଡିତ ହୋଇ ଯାଇଥାଏ ।
କିନ୍ତୁ ଯଦି ଯେଉଁ ସ୍ୱାମୀ ସ୍ତ୍ରୀ ଙ୍କ ବ୍ଲଡ଼ଗ୍ରୁପ ସମାନ ଥାଏ ତେବେ ତାଙ୍କ ଶିଶୁ ପାଖରେ ନା ଆରଏଚ ଇନକମ୍ପାବିଲିଟି ନା ଏବିଓ ଇନକମ୍ପାବିଲିଟି ଦେଖାଯାଏ । ତେବେ ସନ୍ତାନ ସୁରକ୍ଷିତ ରୁହେ ଏବଂ ସୁସ୍ଥ ରୁହେ । ତେବେ ସେହି ସବୁ ମୁଲ୍ୟହୀନ କଥା ଯେ, ସ୍ୱାମୀ ଓ ସ୍ତ୍ରୀ ଙ୍କ ବ୍ଲଡ଼ଗ୍ରୁପ ସମାନ ହେବା ଉଚିତ ନୁହେଁ । ଏହା ଦ୍ୱାରା ଛୁଆ ପେଟ ରେ ରୁହେ ନାହିଁ କିମ୍ବା ଛୁଆ ଜନ୍ମ ହେଲେ ତାର ମାନସିକ ସ୍ତର ଖରାପ ହୁଏ ତଥା ସେ ସାଧାରଣ ଛୁଆ ଭଳି ହୋଇପାରେ ନାହିଁ ।
କିମ୍ବା ମହିଳା ର ଗର୍ଭପାତ ହୋଇ ଯାଏ ଏହା ଭାବିବା ସମ୍ପୂର୍ଣ୍ଣ ରୂପରେ ଭୁଲ ଅଟେ । ଗର୍ଭ ରେ ଶିଶୁ ରହିବା ସହ ବ୍ଲଡ଼ଗ୍ରୁପ ର କୌଣସି ସଂପର୍କ ନାହିଁ । କିନ୍ତୁ କେବେବି ନିଜ ସମ୍ପର୍କୀୟ ଙ୍କ ସହିତ ବିବାହ କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ ଏବଂ ନିୟମିତ ଭାବରେ ନିଜର ବଡି ଚେକ୍ଅପ କରାନ୍ତୁ ।