ଦୁର୍ଘଟଣା

ସ୍କୁଟିକୁ ଧକ୍କା ଦେଲା BMW କାର୍ , ଜଣେ ମହିଳା ମୃତ

ପୁନେରେ ଦାମୀ କାର ପୋର୍ସେ ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେବା ଏବଂ ଦୁଇ ଯୁବକ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଘଟଣା ମନରୁ ନଲିଭୁଣୁ, ମୁମ୍ବାଇରୁ ଆସିଲା ଆଉ ଏକ ହିଟ୍ ଆଣ୍ଡ୍ ରନ୍ ଘଟଣା । ଆଜି ସକାଳୁ ସକାଳୁ ମୁମ୍ବାଇର ବର୍ଲି ଅଞ୍ଚଳରୁ ଏକ ହିଟ୍ ଆଣ୍ଡ ରନର ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ଆଉ ଏହି ଦୁର୍ଘଟଣା ଶିବସେନାର ଜଣେ ଅଧିକାରୀଙ୍କ ପୁଅ ଘଟାଇଥିବା ସୂଚନାରୁ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ସକାଳୁ ସକାଳୁ ମଛ ବ୍ୟବସାୟ କରୁଥିବା ଏକ ଦମ୍ପତ୍ତି ପ୍ରଦୀପ ଓ କାବେରୀ ମାଛ କିଣି ସ୍କୁଟି ଯୋଗେ ଫେରୁଥିଲେ । ଠିକ୍ ଏହି ସମୟରେ ପଛରୁ ଏକ BMW କାର୍ ଆସି ସ୍କୁଟିକୁ ଜୋରଦାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସ୍କୁଟି ଚାଳକ ଦୀପକ ସ୍କୁଟିରୁ ଛିଟିକି ପଡିଥିବା ବେଳେ ତାଙ୍କ ସ୍ତ୍ରୀ କାବେରୀ କାରର ବନେଟ୍ ଉପରକୁ ଆସିଯାଇଥିଲେ । କିନ୍ତୁ କାର ଚାଳକ କାରକୁ ନରଖି ସ୍କୁଟି ଏବଂ କାବେରୀଙ୍କୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡିନେଇଥିଲେ । ଗୁରୁତର ଅବସ୍ଥାରେ ଦୀପକ ଏବଂ କାବେରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ କାବେରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୀପକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button