ଏହାକୁ ପିଇଲେ ପେଟର ଚର୍ବି ଘିଅ ଭଳି ତରଳି ଯିବ, ଥରକରେ 10 କିଲୋ ଓଜନ ହେବ କମ
ଵର୍ତମାନ ସ୍ଵାସ୍ଥ୍ୟ ସମାଜରେ ସବୁ ଠାରୁ ବଡ଼ ରୋଗ ହେଉଛି ମେଦ ବହୁଳତା । ଏହି ମେଦ ବହୁଳତା ଯୋଗୁ ଶରୀରରେ ଅନେକ ରୋଗ ଦେଖା ଦେଇଥାଏ । ଯେପରି କି ଡାଇବେଟିସ, ହାର୍ଟ ରୋଗ, କୋଲେଷ୍ଟ୍ରଲ, ଆଦି ଆମ ଶରୀରରେ ବହୁ ମାତ୍ର ରେ ଚର୍ବି ଜମା ହେବା ଦ୍ୱାରା ହୋଇଥାଏ । ଆମ ଶରୀର ଅଧିକ ଓଜନ ହେବା ଦ୍ୱାରା ମୋଟାପଣ ଦେଖା ଦେଇ ଥାଏ । ତେବେ ଏହି ମୋଟାପଣ ରୁ ରକ୍ଷା ପାଇବା ପାଇଁ ଆମେ ଆଜି ଆପଣଙ୍କୁ ଏକ ଘରୋଇ ଉପଚାର କହିବୁ । ଏଥିପାଇଁ ଆପଣଙ୍କୁ ଚାରୋଟି ସାମଗ୍ରୀ ର ଆବଶ୍ୟକ । ପାନ ମଧୁରୀ, ଫ୍ଲାକ୍ସ ସିଡ ବା ଅଲସୀ, ଜୁଆଣି, ଜିରା ।
ଏହି ସମସ୍ତ ଜିନିଷ କୁ ଆପଣ ଅଲଗା ଅଲଗା ଶୁଖିଲା ଭାବେ ଭାଜିନେବେ । ଏହା ଥଣ୍ଡା ହେବା ପରେ ସବୁ କୁ ମିଶାଇ ଏକ ଗୁଣ୍ଡ ପ୍ରସ୍ତୁତ କରିନେବେ । ଏହା ପରେ ଏହି ଗୁଣ୍ଡ ରେ କଳା ଲୁଣ ମିଶାଇ ଦେବେ । ଏହି ଗୁଣ୍ଡ କୁ ଆପଣ ତିନି ମାସ ପର୍ଯ୍ୟନ୍ତ ରଖିପାରିବେ ।
ଆପଣ ସକାଳୁ ଏକ ଗ୍ଲାସ ଉଷୁମ ଜଳରେ ଏକ ଚାମଚ ଏହି ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଆପଣଙ୍କ ଶରୀର ଚର୍ବି ବହୁତ ଶୀଘ୍ର ତରଳି ଯିବ । ଏହି ଘରୋଇ ଉପଚାର ସହ ଆଉ କିଛି ନିୟମ ମଧ୍ୟ ଆପଣଙ୍କୁ ପାଳନ କରିବାକୁ ପଡିବ । ସକାଳୁ ଉଠନ୍ତୁ, ଚାଲିବା କୁ ନିଶ୍ଚିତ ଯାଆନ୍ତୁ, ବ୍ୟାୟାମ କରନ୍ତୁ । ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ । ରାତ୍ରି ଭୋଜନ ହାଲୁକା ଓ ସହଜରେ ହଜମ ହେଉଥିବା ଆବଶ୍ୟକ ।
ସନ୍ତୁଳିତ ଓ କମ ଚର୍ବି ଯୁକ୍ତ ଖାଦ୍ୟ ଖାଆନ୍ତୁ । ଓଜନ ହ୍ରାସ ପାଇଁ ଖାଦ୍ୟ ସାମଗ୍ରୀରେ ପୃଷ୍ଟିକର ଖାଦ୍ୟ ନିଶ୍ଚିତ ଅନ୍ତର୍ଭୁକ୍ତ କରନ୍ତୁ । ଏକାସହ ଅଧିକ ଖାଇବା ପରିବର୍ତେ ଅଳ୍ପ ବ୍ୟବଧାନ ରେ ଅଳ୍ପ ଅଳ୍ପ ଖାଦ୍ୟ ଖାଇବା ଉଚିତ । କୌଣସି ହାଲୁକା ଖାଦ୍ୟ ଖାଇବା ଉଚିତ ଯାହା ସହଜରେ ହଜମ ହୋଇ ପାରୁଥିବ ।
ଆପଣଙ୍କ ଖାଦ୍ୟ ରେ ସବୁଜ ପନିପରିବା, ଫଳ, ଦହି, ଵଟର ମିଳ୍କ, ଚୋପା ଡାଲି, ଏବଂ ବାଦାମ ସାମିଲ ହେବା ଉଚିତ । ଫଳ ରସ ଓ ଉଷୁମ ଖାଦ୍ୟ ଖାଇ ସପ୍ତାହକୁ ଥରେ ଉପବାସ କରିବା ଉଚିତ । ଓଜନ ହ୍ରାସ ପାଇ କେବେବି ଖାଦ୍ୟ ଛାଡ଼ନ୍ତୁ ନାହିଁ । ଏହା ପରିବର୍ତେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ବ୍ୟାୟାମ କରନ୍ତୁ ।
ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୁଏ ନାହିଁ । ଦିନକୁ ତିନି ଥର ଖାଇବା ଉଚିତ । ଯଦି ଆପଣ ଗୋଟିଏ ମିଲ ଖାଇ ନ ଥାନ୍ତି ଏହାର ପରବର୍ତୀ ମିଲ ରେ ଆପଣ ଅଧିକ ଖାଦ୍ୟ ଖାଇ ଥାନ୍ତି ଯାହା କି ଓଜନ ବୃଦ୍ଧି କରି ଥାଏ । ତେଣୁ ଏମିତି କେବେ କରିବେ ନାହିଁ ।