ମନୋରଞ୍ଜନ

ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣା, କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ମାମଲା ରୁଜୁ

ବାଣୀକଣ୍ଠକୁ ପରିହାସ କରି ବିବାଦରେ ରୁକୁ ସୁନା ଏବଂ କଣ୍ଠଶିଳ୍ପୀ ହ୍ୟୁମାନ ସାଗର | ହ୍ୟୁମାନ ସାଗରଙ୍କ ବିବାଦ ପିଚା ଛାଡ଼ୁନି | କେତେବେଳେ ପାରିବାରିକ ବିବାଦ ତ କେତେବେଳେ ଗୀତକୁ ନେଇ ବିବାଦ | ତେବେ ହ୍ୟୁମାନ ସାଗର ଶ୍ରୀ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଥାନରେ ପହଞ୍ଚିଛି ମାମଲା |

ତେବେ ଗୀତ ଗାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଉଠିଲା ଦାବି | ବିବାଦ ତେଜିଲା ପରେ ସଫେଇ ରଖିଲେ | ଭିଡ଼ିଓ କରି କଣ ହୋଇଥିଲା ସେହି ଦିନ |ସୂଚନାନୁଯାୟୀ , ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓରେ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି ଏବଂ ହ୍ୟୁମାନ ଏହା ଶୁଣି ହସି ହସି ଗଡିପଡୁଥିବାର ଦେଖିବାକୁ ମିଳିଛି। ତାଙ୍କ ପଛରୁ ମଧ୍ୟ ଅନେକ ଲୋକ ହସୁଥିବାର ଶୁଣାଯାଉଛି। ଯାହାକୁ ନେଇ ରାଗିଛନ୍ତି ଜଗନ୍ନାଥ ପ୍ରେମୀ | କୋଟି କୋଟି ଓଡ଼ିଆଙ୍କ ଭାବବେଗ ସହ ଜଡିତ ନିମାୟୀ ହରିଚନ୍ଦନଙ୍କ ମଜାକ ଉଡାଇବା ଜଗନ୍ନାଥଙ୍କ ସଂସ୍କୃତି ପ୍ରେମୀଙ୍କୁ ଆଘାତ ଦେଇଛି ଏବଂ ଏହି ପ୍ରସଙ୍ଗରେ ଥାନାରେ ଦ୍ୱାରସ୍ତ ହୋଇଛନ୍ତି | ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି |

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button