ମୂଷା ଘର ଛାଡି ପଳେଇବେ, କେବଳ ଏହି ଘରୋଇ ଉପାୟ କରନ୍ତୁ 100% ଗ୍ୟାରେଣ୍ଟି
ସାଙ୍ଗ ମାନେ ଏହି ଭିଡିଓ ରେ ଆମେ ଜାଣିବା ମୂଷା ଘରୁ ବାହାର କରିବା ପାଇଁ ଆୟୁର୍ବେଦିକ ଘରୋଇ ଉପଚାର, ସାଙ୍ଗ ମାନେ ମୂଷା କୁ ନକାରାତ୍ମକ ଓ ଅଜ୍ଞାନୀ ଶକ୍ତି ର ପ୍ରତୀକ ମନାଯାଏ । ଯେଉଁ ଘରେ ମୂଷା ଥାଏ ସେଇ ଘର ର ଲୋକ ମାନଙ୍କର ଭୌତିକ ବିକାଶ ଠିକ୍ ସେ ହୋଇ ପାରେ ନାହିଁ । ମୂଷା ଘରେ ମଇଳା ଆଉ ଦାରିଦ୍ର୍ୟ କୁ ଜନ୍ମ ଦେଇ ଥାନ୍ତି । ଯାହାର କାରଣରୁ ଘରେ କେତେ ପ୍ରକାରର ବେମାରି ଆସିଥାଏ ।
ସେମାନେ ଆମ ଘରର ସବୁ ଜିନିଷ ଆଉ ଖାଦ୍ୟ କୁ ନଷ୍ଟ କରିଦେଇଥାନ୍ତି । ଏହା ବ୍ୟତୀତ ଘରେ ମୂଷା ରହିବା ଦ୍ୟାରା ପିଲା ମାନଙ୍କୁ କେତେ ସବୁ ରୋଗ ହୋଇଥାଏ । ସେଥିଲାଗି ଲୋକମାନେ ମୂଷା କୁ ଘରୁ ବାହାର କରିବା ପାଇଁ କେତେ ସବୁ ଉପାୟ କରିଥାନ୍ତି । ବଜାରରେ ବି କେତେ ପ୍ରକାରର ଔଷଧ ମିଲିଥାଏ ମୂଷାକୁ ମାରିବା ପାଇଁ କିନ୍ତୁ ହେଲେ ବି ମୂଷା ମରନ୍ତି ନାହିଁ । କିନ୍ତୁ ଆଜିର ଏହି ଭିଡିଓ ରେ ମୁଁ ଆପଣ ମାନଙ୍କୁ ମୂଷା କମିବାର ର ଉପାୟ କହିବି ଯାହା ସୁରକ୍ଷିତ ବି ଅଟେ । ଆଉ ଏଥି ଦ୍ୟାରା ମୂଷା ବି କମିଯିବ । ଏଥିଲାଗି ବ୍ୟବହୃତ ଜିନିଷ ଆମ କିଚେନ୍ ରେ ସହଜରେ ମିଳିଯିବ ।
ପ୍ରଥମ ଉପାୟ ହେଲା ପେପର ମିଣ୍ଟ ଅୟେଲ । ଏହି ତେଲ ର ସାହାଯ୍ୟ ରେ ଆମେ ମୂଷା କୁ ଘରୁ ସହଜରେ ବାହାର କରିପାରିବା । କାରଣ ଏହି ତେଲର ଗନ୍ଧ ବହୁତ ହାର୍ଡ ହୋଇଥାଏ । ଆଉ ଏହାକୁ ମୂଷା ମାନେ ସହନ କରିପାରନ୍ତି ନାହିଁ । ତୁଳା ର ଛୋଟ ଛୋଟ ଗୁଳା କରି ସେଥିରେ ପେପର ମିଣ୍ଟ ଅୟେଲ କୁ ଲଗେଇ ଦିଅନ୍ତୁ ଆଉ ଏହାକୁ ସେଇ ସ୍ତାନ ରେ ରଖି ଦିଅନ୍ତୁ ଯେଉଁଠି ମୂଷା ମାନେ ରହିଥାନ୍ତି । ଏହାର ଗନ୍ଧ ଯିବା ମାତ୍ରେ ମୂଷା ମାନେ ସେଠାରୁ ବାହାରି ଯିବେ । ତ ସାଙ୍ଗ ମାନେ ଏହା ଗୋଟେ ଭଲ ଉପାୟ ଅଟେ । ଆପଣ ଏହାକୁ ଅତି ସହଜରେ କରିପାରିବେ ।
ନମ୍ବର ଦୁଇ – ମୂଷାକୁ ଘରୁ ବାହାର କରିବାକୁ ଲାଲ ମରିଚ ର ପାଉଡର ଭଲ କାମ ଦେଇ ଥାଏ । ଏହା ଦ୍ୟାରା ମୂଷା ଅତି ସହଜରେ ବାହାରି ଯାଆନ୍ତି । ଏଥିପାଇଁ ଅପଣ ମରିଚ ଗୁଣ୍ଡ ନିଅନ୍ତୁ । ସେଥିରେ ଶୁଖିଲା ଅଟ । ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ମୂଷା ରହୁଥିବା ଆଉ ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ମୂଷା ର ନାକ ସମ୍ବେଦନଶୀଳ ହୋଇଥାଏ । ଯେମିତି ହିଁ ସେମାନେ ଏହି ମିଶ୍ରଣକୁ ଖାଇବାକୁ ଚେଷ୍ଟା କରିବେ କିମ୍ବା ଏହାର ପାଖକୁ ଯିବେ ଏହି ଲାଲ ମରିଚ ପାଉଡର ସେମାନଙ୍କୁ ବିତାଡିତ କରିବ । ଆଉ ମୂଷା ସେହି ଘରୁ ପଳେଇବେ । ଧ୍ୟାନ ରଖିବେ ପିଲା ମାନେ ଯେମିତି ଏହି ମିଶ୍ରଣ ଠାରୁ ଦୂରରେ ରହିବେ ।
ତୃତୀୟ ଉପାୟ ହେଲା ତେଜପତ୍ର । ତେଜପତ୍ର କୁ ଆମେ ସାଧାରଣତଃ ଖାଇବା ରେ ବ୍ୟବହାର କରିଥାଉ । ବୋହୁତ୍ କମ୍ ଲୋକ ଜାଣିଛନ୍ତି କି ମୂଷା କୁ ଘରୁ ବାହାର କରିବା ପାଇଁ ତେଜପତ୍ର କୁ ବି ବ୍ୟବହାର କରାଯାଏ । ଏଥିପାଇଁ ଆପଣ ମାନେ ଚାରି ରୁ ପାଞ୍ଚଟି ତେଜପତ୍ର ନିଅନ୍ତୁ । ରାତିରେ ଶୋଇବା ସମୟରେ ଏହାକୁ ଜଳାଇ ଦିଅନ୍ତୁ । ଆଉ କିଛି ସମୟ ପାଇଁ କବାଟ ଝରକା ବନ୍ଦ କରିଦିଅନ୍ତୁ । ତେଜପତ୍ର ର ଗନ୍ଧ ରେ ମୂଷା ମାନେ ବାହାରକୁ ବାହାରି ପଲାଇ ଯିବେ । ତେଜପତ୍ର ଗନ୍ଧ ରେ ଖାଲି ମୂଷା ନୂହେଁ ମାଛି ମଶା ମାନେ ବି ଘରୁ ବାହାରି ପଳାଇ ଯିବେ । ଘର ଏକଦମ୍ ସଫା ହେଇ ଯିବ । ଆପଣ ମାନେ ଏହି ତିନୋଟିଯାକ ଉପାୟରେ ମୂଷା ମାନଙ୍କୁ ଘରୁ ବାହାର କରି ପାରିବେ ।