IBN ଓଡ଼ିଶା ବ୍ୟୁରୋ

କମ୍ ବୟସରେ ପିଲାମାନଙ୍କର ଧଳା ହେଇଯାଉଛି କେଶ , ଦିଅନ୍ତୁ ଏହିସବୁ କଥାକୁ ଧ୍ୟାନ …

ଭୁବନେଶ୍ୱର ; ବୟସ ବଢିବା ସହ କେଶର ରଙ୍ଗ ପରିବର୍ତ୍ତନ ହେବା ଏକ ସାମାନ୍ୟ କଥା । କିନ୍ତୁ ଏହା ସେତେବେଳେ ଚିନ୍ତାର ବିଷ୍ୟ ପାଲଟିଯାଇଥାଏ ଯେତେବେଳେ ଛୋଟ ଛୋଟ ପିଲାମାଣଙ୍କ କେଶ ଧଳା ହେବାକୁ ଲାଗେ । କେଶ ଝଡ଼ିବାରୁ ନେଇ ପିଲାଦିନେ କେଶ ଧଳା ହୋଇଯିବା ପରି ଅସୁବିଧାକୁ ସାମ୍ନା କରୁଛନ୍ତି। ଏହି ଧଳା କେଶକୁ ଲୁଚାଇବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ଉପାୟ ଆପଣେଇଥାନ୍ତି। କିନ୍ତୁ ଏହାର ମୂଳ କାରଣ ଜାଣି କିଛି ବିଶେଷ କଥାକୁ ଧ୍ୟନ ଦେଲେ ପିଲାମନଙ୍କ ଚୁଟି ଛୋଟବେଳୁ ଧଳା ହେବାକୁ ଆପଣମାନେ ରକ୍ଷାକରିପାରିବେ ।

ସାଧାରଣତ ଭିଟାମିନ୍ ସି ଅଭାବରୁ ପିଲାମାନଙ୍କ କେଶ ଝଡିବା ଓ ପାଚିବା ଭଳି ସମସ୍ୟା ଦେଖାଦେଇଥାଏ । ଏଥିପାଇଁ କେଶକୁ କୌଣସି କେମିକାଲ ରଙ୍ଗ କରିବା ଅପେକ୍ଷା କିଛି ବିଶେଷ କଥାକୁ ଧ୍ୟାନରେ ରଖିଲେ ବା ତାକୁ ଦୈନନ୍ଦିନ ଜୀଭନରେ ପ୍ରୟୋଗ କଲେ ଲାଭବାନ ହେବେ ।

-ଅଁଳା ଏକ ଏପରି ଫଳ ଯେଉଁଥିରେ ଖୁବ୍ ଆଣ୍ଟି ଅକ୍ସିଡାଣ୍ଟ୍ ଏବଂ ଭିଟାମିନ୍ ସି ଅଛି। ଯାହାର ପ୍ରୟୋଗରେ ଆମେ କେଶକୁ ଧଳା ହେବାରୁ ବଞ୍ଚାଇ ପାରିବା।

-ଆପଣ ଅଁଳା ଖାଇବା ଆରମ୍ଭ କରନ୍ତୁ। ଏହା କେଶ ସହ ସ୍ବାସ୍ଥ୍ୟ ପାଇଁ ବି ଭାରି ଭଲ। ଆପଣ ଅଁଳା ଫଳ, ଗୁଣ୍ଡ, ଚକୋଲେଟ୍ କିଛି ବି ଖାଆନ୍ତୁ। ଏହା କେଶକୁ ମଜବୁତ୍ କରିବା ସହ କଳା କରିଥାଏ। ଅଁଳା ତେଲ ବି କେଶ ପାଇଁ ଭଲ ହୋଇଥାଏ।

-ରାଶି ଲଡୁ ଆପଣଙ୍କୁ ଭଲ ଲାଗୁଥିବ ନିଶ୍ଚୟ। ମନେ ରଖନ୍ତୁ ଏହା କେବଳ ପାଟି ସୁଆଦ ପାଇଁ ନୁହେଁ, ବରଂ କେଶ ପାଇଁ ବି ଭାରି ଭଲ। ରାଶି ଖାଇଲେ ଆପଣଙ୍କ କେଶ ପାଇଁ ବହୁତ ଭଲ। ଆପଣ ଏହାର ତେଲକୁ ବି କେଶରେ ପ୍ରୟୋଗ କରିପାରିବେ।

-କଳା କିସ୍ମିସ୍ରୁ ଦିନକୁ ୨-୪ଟି ଖାଇଲେ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। କେଶ ପାଇଁ ଯେ ଏହା କେତେ ଭଲ, ତାହା ଆପଣଙ୍କୁ କହିବା ଜରୁରୀ ନୁହେଁ।

-ଏହାଛଡ଼ା ଭୃଷଙ୍ଗ ପତ୍ର ଓ ଦେଶୀ ଘିଅ ବି କେଶ ପାଇଁ ଖୁବ୍ ଭଲ। ଏହାକୁ ନିଜର ଦୈନନ୍ଦିନ ଖାଦ୍ୟରେ ସାମିଲ୍ କରିବା ପାଇଁ ଭୁଲନ୍ତୁ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button