ଅପରାଧ

ବନ୍ଧା ହେଲେ ବନ୍ଧୁକ ଗ୍ୟାଙ୍ଗ

ନୂଆ ଗ୍ୟାଙ୍ଗ, ନୂଆ ଷ୍ଟାଇଲ। ବିହାରରୁ ଆଣୁଥିଲେ ବନ୍ଧୁକ। ଭୁବନେଶ୍ବରରେ ଖେଳାଉଥିଲେ ଆତଙ୍କ। ସୁପାରିଂ କିଲିଂଠୁ ଆରମ୍ଭ କରି କିଡନାପିଂ, ବାଲିଘାଟ ନିଲାମ ଓ ଟେଣ୍ଡର ଫିକ୍ସିଂ ଭଳି ଡିଲ୍ କରୁଥିଲେ। ଯାହାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ବାର୍ଡ। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରଶ୍ମି ରଂଜନ ସ୍ବାଇଁ ସମେତ ଉତ୍କଳ କେଶରୀ ଖୁଣ୍ଟିଆ, ଆକାଶ ଚନ୍ଦ୍ର ଜେନା, ଚିରଞ୍ଜୀବି ଜେନା ଓରଫ ଚିକୁ, ମହମ୍ମଦ ସମସେର ଓ ସେକ ଆଜାରୁଦ୍ଦିନକୁ ଗିରଫ କରିଛି ପୁଲିସ ।

ପୁଲିସ କମିଶନର ସଂଜୀବ ପଣ୍ଡା କହିଛନ୍ତି, ରାତ୍ରିକାଳୀନ ଚେକିଂ ବେଳେ ଗ୍ୟାଙ୍ଗର ସଦସ୍ୟ ମାନଙ୍କୁ ଧରିଥିଲା କମିସନରେଟ ପୁଲିସର ସ୍ପେଶାଲ ସ୍କ୍ବାର୍ଡ। ଆଉ ସେମାନଙ୍କୁ ଯାଞ୍ଚ କଲାବେଳେ ସମସ୍ତଙ୍କ ପକେଟରୁ ବାହାରିଥିଲା ୬ଟି ଚୋରା ବନ୍ଧୁକ। ଏଥିରେ ମାଷ୍ଟର ମାଇଣ୍ଡ ଥିବା ରଶ୍ମି ରଂଜନ ସ୍ବାଇଁଙ୍କ ସମେତ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି ପୁଲିସ।

ଏମାନେ ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ଟୁଇନ ସିଟି ଓ ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ। ଆଉ ଯିଏବି ସୁପାରୀ ଦେଉଥିଲା ଅପରହଣ ହେଉ କି ହତ୍ୟା ହେଉ କିଛିବି କରିବାକୁ ପଛାଉନଥିଲା ଏହି ଗ୍ୟାଙ୍ଗ।

ବିହାରରୁ ସିଧାସଳଖ ଆସୁଥିଲା କି ବନ୍ଧୁକ ? କିଏ କରୁଥିଲା ବନ୍ଧୁକ ସପ୍ଲାଇ ? କେଉଁ ଆଡ଼େ ସବୁ ବନ୍ଧୁକ ବିକିଛି ଗ୍ୟାଙ୍ଗ? ରିମାଣ୍ଡରେ ଆଣି ପଚରାଉଚରା ପରେ ଖୋଲିପାରେ ରହସ୍ୟ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button