IBN ଓଡ଼ିଶା ବ୍ୟୁରୋ

୧୦ ବର୍ଷ ପୂର୍ବରୁ ଜଣା ପଡିବ କେଉଁ ରୋଗ ହେବ: ନୂତନ ରକ୍ତ ପରୀକ୍ଷା ପଦ୍ଧତି ଶୁଭାରମ୍ଭ ହେବ

କ ନୂତନ ରକ୍ତ ପରୀକ୍ଷା ପଦ୍ଧତି ନେଇ ଗବେଷକ ସୂଚିତ କରିଛନ୍ତି। ଏହା ଦ୍ବାରା କର୍କଟ, ହୃଦଘାତ ଭଳି ୬୭ ଗମ୍ଭୀର ରୋଗ ହେବ କି ନାହିଁ ତାହା ଜଣା ପଡିବ। ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ପରୀକ୍ଷା ଦ୍ବାରା ୧୦ବର୍ଷ ପୂର୍ବରୁ ଏଭଳି ଗୁରୁତର ରୋଗ ହେବାର ଆଶଙ୍କା ଚିହ୍ନଟ ହୋଇ ପାରିବ। ବୈଜ୍ଞାନିକମାନେ ରକ୍ତରେ ଏକ ପ୍ରକାର ପ୍ରୋଟିନ୍ ଚିହ୍ନଟ କରିଛନ୍ତି ଯାହା ନନ୍-ହଜକିନ୍ ଲିମ୍ଫୋମା (କର୍କଟ ନୁହେଁ), ମୋଟର ନ୍ୟୁରନ୍ ରୋଗ (ଏକ ଭଲ ହେଉ ନ ଥିବା ରୋଗ)କୁ ମଧ୍ୟ ଚିହ୍ନଟ କରିପାରିବ।

ଏହା ସହିତ ହୃଦୟ, ଫୁସଫୁସ ଏବଂ କର୍କଟ ଭଳି ରୋଗକୁ ଚିହ୍ନଟ କରିବ। ଯାହାଫଳରେ ପୀଡିତଙ୍କୁ ଠିକ୍ ସମୟରେ ଚିକିତ୍ସା କରାଯାଇପାରିବ। ଯଦିଓ, ଏହି ରୋଗ ବିରଳ ତେବେ ଏହାର ଚିକିତ୍ସା ପାଇଁ ସମୟ ଲାଗିଥାଏ।

ନେଚର ମେଡିସିନ୍‌ରେ ଏକ ଅନୁସନ୍ଧାନ ପ୍ରକାଶ ପାଇଛି। ଯେଉଁଥିରେ ୟୁକେ ବାୟୋବ୍ୟାଙ୍କ ଫାର୍ମା ପ୍ରୋଟୋମିକ୍ସ ପ୍ରୋଜେକ୍ଟର ତଥ୍ୟ ସମ୍ବନ୍ଧରେ ସୂଚନା ପ୍ରକାଶ ପାଇଛି। ଅନୁସନ୍ଧାନ ଅନୁଯାୟୀ, ବ୍ରିଟେନର ୪୦ହଜାର ଲୋକଙ୍କଠାରୁ ପ୍ଲାଜମା ପ୍ରୋଟିନ୍ ପାଇଁ ୩ ହଜାର ନମୁନା ସଂଗ୍ରହ କରାଯାଇଥିଲା। ୨୦୮ ରୋଗ ପରିପ୍ରେକ୍ଷୀରେ ପ୍ରୋଟିନ୍ ତଥ୍ୟରୁ ଏକ ମଡେଲ୍ ପ୍ରସ୍ତୁତ କରାଯାଇଥିଲା। ଯାହା ୧୦ ବର୍ଷ ପୂର୍ବରୁ ବିରଳ ରୋଗ ହେବାର ଆଶଙ୍କାର ପୂର୍ବାନୁମାନ କରିପାରିବ।

୬୭ଟି ରୋଗର ପୂର୍ବାନୁମାନ କରିବାର ଏହି ମଡେଲର ଉତ୍ତମ ଦକ୍ଷତା ଅଛି | କୋଲେଷ୍ଟ୍ରଲ, କିଡନୀ କାର୍ଯ୍ୟ ଏବଂ ମଧୁମେହ ବିଷୟରେ ଡାକ୍ତରମାନେ ଦେଇଥିବା ସୂଚନା ଆଧାରରେ ଏହି ମଡେଲ ଏସବୁ ରୋଗର ନିରାକରଣ ବିଷୟରେ କହିପାରିବ।

ଏହି ମଡେଲ୍ ସେହି ଲୋକମାନଙ୍କ ବିଷୟରେ ୧୦ ବର୍ଷ ପୂର୍ବରୁ ତଥ୍ୟ ପ୍ରକାଶ କରିପାରିବ। ଲଣ୍ଡନର କୁଇନ୍ ମେରି ୟୁନିଭରସିଟିର ଲିଡ୍ ଲେଖକ ପ୍ରଫେସର କ୍ଲାଉଡିଆଙ୍କ ଅନୁଯାୟୀ ପ୍ରଥମ ୨୦ ଟି ନମୁନା ସମସ୍ତ ନମୁନାରୁ ଅଲଗା କରାଯାଇଥିଲା। ତା’ପରେ ସେଥିମଧ୍ୟରୁ ୫ ଟି ଚୟନ କରାଯାଇଥିଲା।

ପରେ ଏକ ଗୁରୁତ୍ୱପୂର୍ଣ୍ଣ ନମୁନା ଉପରେ ଅଧ୍ୟୟନ କରାଯାଇଥିଲା। ହୃଦଘାତର ନିରାକରଣ ପାଇଁ ଟ୍ରପୋନିନ୍ (ପରୀକ୍ଷା) ପଦ୍ଧତି ବ୍ୟବହୃତ କରାଯାଇଥିଲା। ପ୍ରୋଟିନ୍ ମାପିବା ପାଇଁ ଏହି ପଦ୍ଧତି ବ୍ୟବହୃତ ହୋଇଥାଏ। କ୍ଲାଉଡିଆ ଏବଂ ଡାକ୍ତର ଜୁଲିଆ କାରାସ୍କୋ କହିଛନ୍ତି ଯେ ହଜାର ହଜାର ଲୋକଙ୍କ ପ୍ରୋଟିନରୁ ନୂତନ ମାର୍କର ଚିହ୍ନଟ କରିଥିବାରୁ ସେମାନେ ଉତ୍ସାହିତ ଅଛନ୍ତି। ଏହା ରୋଗୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣି ପାରିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button